Advertisment

ବାଇଡେନଙ୍କ ଉପରେ ବର୍ଷିଲେ ଟ୍ରମ୍ପ

ନ୍ୟୁୟର୍କ: ଆଫଗାନିସ୍ତାନ ପ୍ରସଙ୍ଗରେ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନେତୃତ୍ୱକୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମାଲୋଚନା କରିଛନ୍ତି। କାବୁଲରେ ଯେଉଁ ସିରିଜ୍ ବିସ୍ଫୋରଣ ହୋଇଛି ସେଥିପାଇଁ ବାଇଡେନଙ୍କ ନେତୃତ୍ୱ ଦାୟୀ। ଯଦି ସେ ଦେଶର ରାଷ୍ଟ୍ରପତି ଥାନ୍ତେ ତାହେଲେ କାବୁଲରେ ଏପରି ସ୍ଥିତି ଉପୁଜି ନଥାନ୍ତା ବୋଲି ଦାବି କରିଛନ୍ତି ମିଷ୍ଟର ଟ୍ରମ୍ପ। ଏହା ପୂର୍ବରୁ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ନେଇ ଟ୍ରମ୍ପ ବାଇଡେନଙ୍କୁ ସମାଲୋଚନା କରି କହିଥିଲେ ‘ମୋତେ ମିସ୍ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବାଇଡେନଙ୍କ ଉପରେ ବର୍ଷିଲେ ଟ୍ରମ୍ପ

Trump-vs-Baiden

ନ୍ୟୁୟର୍କ: ଆଫଗାନିସ୍ତାନ ପ୍ରସଙ୍ଗରେ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନେତୃତ୍ୱକୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମାଲୋଚନା କରିଛନ୍ତି। କାବୁଲରେ ଯେଉଁ ସିରିଜ୍ ବିସ୍ଫୋରଣ ହୋଇଛି ସେଥିପାଇଁ ବାଇଡେନଙ୍କ ନେତୃତ୍ୱ ଦାୟୀ। ଯଦି ସେ ଦେଶର ରାଷ୍ଟ୍ରପତି ଥାନ୍ତେ ତାହେଲେ କାବୁଲରେ ଏପରି ସ୍ଥିତି ଉପୁଜି ନଥାନ୍ତା ବୋଲି ଦାବି କରିଛନ୍ତି ମିଷ୍ଟର ଟ୍ରମ୍ପ। ଏହା ପୂର୍ବରୁ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ନେଇ ଟ୍ରମ୍ପ ବାଇଡେନଙ୍କୁ ସମାଲୋଚନା କରି କହିଥିଲେ ‘ମୋତେ ମିସ୍ କରୁଛ କି ନାହିଁ'।

Advertisment

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଶୁକ୍ରବାର ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ କାବୁଲରେ ଘଟିଥିବା ଘଟଣା ଉପରେ କହିଥିଲେ। ଯଦି ସେ ଆମେରିକାର ରାଷ୍ଟ୍ରପତି ହୋଇଥାନ୍ତେ ତେବେ ଏହି ଦୁଃଖଦ ଘଟଣା ଘଟି ନଥାନ୍ତା।

ସେ କହିଛନ୍ତି ଯେ ଆମେରିକା ନିଜର ସାହସୀ ସୈନିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି। ଆଫଗାନିସ୍ତାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଅତ୍ୟନ୍ତ ବର୍ବର। ଟ୍ରମ୍ପ କହିଛନ୍ତି ଯେ ଶହୀଦ ସୈନ୍ୟ ନିଜ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ବାଇଡେନ୍ ଠିକ୍ ଭାବରେ ରଣନୀତି ନକରିବାରୁ ଏପରି ଘଟଣା ଘଟିଛି। ଆମେରିକା ସରକାର ପ୍ରଥମେ ଆଫଗାନିସ୍ତାନରୁ ନିଜ ଲୋକଙ୍କୁ ଉଦ୍ଧାର କରିବାର ଥିଲା। ଏହାପରେ ଆମେରିକା ସେନା ବେସ ଖାଲି ହୋଇଥାନ୍ତା ପରେ ସେହି ବେସକୁ ବୋମା ପକାଇ ବିସ୍ଫୋରଣ କରିବାର ଥିଲା। ଏହାପରେ ସେନା ପ୍ରତ୍ୟାହାର ହୋଇଥିଲେ ଏପରି ହୋଇନଥାନ୍ତା।

Advertisment

ଅନ୍ୟପଟେ ବାଇଡେନ ଏହି ଆକ୍ରମଣ ପରେ ଆଜି ବିଶ୍ୱବାସୀଙ୍କୁ ସମ୍ୱୋଧନ କରି କହିଛନ୍ତି, “ଯେଉଁମାନେ ଏପରି ଆକ୍ରମଣ କରିଛନ୍ତି ଓ ଯେଉଁମାନେ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚାହୁଁଛନ୍ତି, ସେମାନଙ୍କୁ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି, ଆମେ କେବେ ହେଲେ କ୍ଷମା କରିବୁ ନାହିଁ। ଆମେ କେବେ ହେଲେ ଭୁଲିବୁ ନାହିଁ। ଆମେ ତୁମ ମାନଙ୍କୁ ଖୋଜିଖୋଜି ବାହାର କରିବୁ। ବିସ୍ଫୋରଣ ପାଇଁ ତୁମମାନଙ୍କୁ ପରିଣାମ ଭୋଗିବାକୁ ପଡ଼ିବ।” ଏଥିସହ ଆତଙ୍କବାଦୀଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର କାବୁଲରେ ସିରିଜ୍ ବୋମା ବିସ୍ଫୋରଣ ହୋଇଛି। ଏଥିରେ ୧୦୩ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ ୧୪୩ ଜଣ ମଧ୍ୟ ଆହତ ହୋଇଥିଲେ। ଏଥିରେ ଆମେରିକାର ଜଣେ ଡାକ୍ତରଙ୍କ ସମେତ ୧୩ ଜଣ ଆମେରିକା ସୈନ୍ୟ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ପାଇଁ ଆଇଏସ୍ଆଇଏସ୍‌ର ଖୋରାସାନ ବା ଆଇଏସ୍‌-କେ ସଂଗଠନର ହାତ ରହିଛି। ସଂଗଠନ ମଧ୍ୟ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ତାଲିବାନ ଓ ଆଇଏସ୍‌-କେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କୁହାଯାଉଛି। କିନ୍ତୁ ତାଲିବାନ ଏହାକୁ ଖଣ୍ଡନ କରିଛି ଓ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି।