Advertisment

ଟ୍ରମ୍ପଙ୍କ ଭବିଷ୍ୟବାଣୀ: ତାଇୱାନରେ ହୋଇପାରେ ଆକ୍ରମଣ, ଚାଇନା ବେଶ ଉତ୍ସାହର ସହ ଚାହିଁଛି

ୱାଶିଂଟନ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନିକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଏସବୁ ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଭବିଷ୍ୟବାଣୀ କରିଛନ୍ତି। ଆଗାମୀ ଦିନରେ ଆକ୍ରମଣର ଟାର୍ଗେଟରେ ତାଇୱାନ ରହିଛି। ସମସ୍ତେ ତାଇୱାନଙ୍କୁ ଦେଖନ୍ତୁ। ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ବେଶ ଉତ୍ସାହର ସହ ତାଇୱାନକୁ ଚାହିଁ ରହିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି। ଏଥିସହ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି। […]

ଅଦ୍ୟତନ ହୋଇଛି
ଟ୍ରମ୍ପଙ୍କ ଭବିଷ୍ୟବାଣୀ: ତାଇୱାନରେ ହୋଇପାରେ ଆକ୍ରମଣ, ଚାଇନା ବେଶ ଉତ୍ସାହର ସହ ଚାହିଁଛି

Trump

Advertisment

ୱାଶିଂଟନ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନିକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଏସବୁ ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଭବିଷ୍ୟବାଣୀ କରିଛନ୍ତି। ଆଗାମୀ ଦିନରେ ଆକ୍ରମଣର ଟାର୍ଗେଟରେ ତାଇୱାନ ରହିଛି। ସମସ୍ତେ ତାଇୱାନଙ୍କୁ ଦେଖନ୍ତୁ। ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ବେଶ ଉତ୍ସାହର ସହ ତାଇୱାନକୁ ଚାହିଁ ରହିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।

Advertisment

ଏଥିସହ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ତାଇୱାନ ଏବେ ସମ୍ଭାବ୍ୟ ଆକ୍ରମଣ ତାଲିକାରେ ରହିଛି। କାରଣ ଆମରିକା ଏବେ ନିର୍ବୋଧଙ୍କ ଭଳି କାମ କରୁଛି। ସେମାନେ ଭାବୁଛନ୍ତି ଯେ ଆମ ଦେଶର ନେତାମାନେ ଏବେ ଅକ୍ଷମ ହୋଇଗଲେଣି। ବର୍ତ୍ତମାନ ଯେଉଁ ସବୁ ସ୍ଥିତି ଦେଖାଯାଇଛି, ସେସବୁ ଦେଖି ସେମାନେ ଏହା ଭାବିବା ବି ସ୍ୱାଭାବିକ।

ସେମାନେ ନିଜ ଇଚ୍ଛାରେ ସବୁ କିଛି କରୁଛନ୍ତି। ଏବେ ସେମାନଙ୍କର ସମୟ ଚାଲିଛି। ଚାଇନାର ନେତାମାନେ ରୁଷ ଓ ୟୁକ୍ରେନ ଯୁଦ୍ଧକୁ ବେଶ ଗୁରୁତ୍ୱର ସହ ଦେଖୁଛନ୍ତି। ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଜଣେ ବିଚକ୍ଷଣ ନେତା। ସେ ଆଫଗାନିସ୍ତାନରେ କ’ଣ ସବୁ ଘଟିଲା, ତା’ ଉପରେ ନଜର ରଖିଥିଲେ।

Advertisment

ଆମେ ସେଠାରେ ଆଫଗାନବାସୀ ଓ ଆମେରିକାବାସୀଙ୍କୁ ଛାଡ଼ି ଦେଲୁ। ସେମାନେ ଏବେ ବି ସେଠାରୁ ବାହାରିବା ପାଇଁ ଉଦ୍ୟମ କରୁଛନ୍ତି। ଜିନପିଙ୍ଗ ଏହାକୁ ମଧ୍ୟ ବେଶ ଭଲ ଭାବେ ବୁଝିଛନ୍ତି। ଏବେ ସେ ନିଜ ଇଚ୍ଛାରେ ଯାହା ଚାହିଁବେ ସେଇଆ କରିବାକୁ ସୁଯୋଗ ପାଇଛନ୍ତି। ଆମେରିକାର ନୀତି ଓ ଆଭିମୁଖ୍ୟରୁ ସେ ଅନେକ କିଛି ଶିକ୍ଷାଲାଭ କରିଛନ୍ତି। ଏସବୁକୁ ଦେଖିଲେ ଚାଇନା ଆଗାମୀ ଦିନରେ ତାଇୱାନ ଉପରେ ହମଲା କରିପାରେ ବୋଲି କୁହାଯାଇ ପାରେ।”

ଏହାପୂର୍ବରୁ ମଧ୍ୟ ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଟ୍ରମ୍ପ ନିଜର ପ୍ରତିକ୍ରିୟା ରଖିଥିଲେ। ରାଷ୍ଟ୍ରପତି ବାଇଡେନଙ୍କ ଭୁଲ ନୀତି ଯୋଗୁ ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ହମଲା କଲା ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତାଇୱାନ ରାଷ୍ଟ୍ରପତି ଟିସାଇ ଇଙ୍ଗ ୱେନ ଦୃଢ଼ ନିନ୍ଦା କରିଥିଲା। ଏପରି ଆକ୍ରମଣ ୟୁକ୍ରେନର ସାର୍ବଭୌମତ୍ୱକୁ ଉଲ୍ଲଙ୍ଘନ କରିଛି। ଆକ୍ରମଣ ଯୋଗୁ ଆଞ୍ଚଳିକ ଓ ବିଶ୍ୱ ଶାନ୍ତିରେ ଥିବା ସ୍ଥିରତା ପ୍ରଭାବିତ ହୋଇଛି ବୋଲି ସେ କହିଥିଲେ। ଏଥିସହ ୟୁକ୍ରେନର ସ୍ଥିତି ଠାରୁ ତାଇୱାନ ସ୍ଥିତି ସଂପୂର୍ଣ୍ଣ ଅଲଗା। ତାଇୱାନ ନିଜର ସୁରକ୍ଷା ପାଇଁ ସବୁ ପ୍ରକାରର ଚ୍ୟାଲେଞ୍ଜର ଜବାବ ଦେବାକୁ ପ୍ରସ୍ତୁତ ବୋଲି ୱେନ ଦମ୍ଭୋକ୍ତି କରିଥିଲେ।

ସୂଚନାଯୋଗ୍ୟ, ତାଇୱାନକୁ ଚାଇନା ସବୁବେଳେ ନିଜର ବୋଲି କହି ଆସୁଛି। ବେଳେବଳେ ତାଇୱାନ ଉପରେ ନିଜର ବିଭିନ୍ନ ନିୟମ ବଳପୂର୍ବକ ଲଦି ଦେଉଛି।

Russia-Ukraine War Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe