Advertisment

ଅବୁଧାବି ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଡ୍ରୋନ ଆଟାକ, ତେଲ ଟ୍ୟାଙ୍କରରେ ବିସ୍ଫୋରଣ

ଦୁବାଇ: ଅବୁଧାବିର ନୂଆ ଅନ୍ତାର୍ଜାତୀୟ ବିମାନବନ୍ଦର ଉପରେ ଆଜି ଭୟଙ୍କର ଡ୍ରୋନ ଷ୍ଟ୍ରାଇକ ହୋଇଛି। ଏୟାରପୋର୍ଟରେ ଥିବା ୩ଟି ତେଲ ବୋଝେଇ ଟ୍ୟାଙ୍କର ଉପରେ ଏପରି ହମଲା କରାଯାଇଛି। ଫଳରେ ଭୟଙ୍କର ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଛି। ଏହି ଆକ୍ରମଣରେ କ’ଣ ସବୁ କ୍ଷୟକ୍ଷତି ହୋଇଛି, ସେକଥା ଏଯାଏ ଜଣାପଡ଼ିନି। କିନ୍ତୁ ୟେମେନରେ ଥିବା ଇରାନ ସମର୍ଥିକ ଇହୁଦି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଏପରି ଆକ୍ରମଣ କରାଯାଇଥିବା ଦାବି କରାଯାଇଛି। ଏହାପୂର୍ବରୁ ୨୦୧୯ ସେପ୍ଟେମ୍ବର ୨୪ରେ ୟୁଏଇର […]

author-image
Hemant Lenka
ଅବୁଧାବି ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଡ୍ରୋନ ଆଟାକ, ତେଲ ଟ୍ୟାଙ୍କରରେ ବିସ୍ଫୋରଣ

Blast

ଦୁବାଇ: ଅବୁଧାବିର ନୂଆ ଅନ୍ତାର୍ଜାତୀୟ ବିମାନବନ୍ଦର ଉପରେ ଆଜି ଭୟଙ୍କର ଡ୍ରୋନ ଷ୍ଟ୍ରାଇକ ହୋଇଛି। ଏୟାରପୋର୍ଟରେ ଥିବା ୩ଟି ତେଲ ବୋଝେଇ ଟ୍ୟାଙ୍କର ଉପରେ ଏପରି ହମଲା କରାଯାଇଛି। ଫଳରେ ଭୟଙ୍କର ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଛି। ଏହି ଆକ୍ରମଣରେ କ’ଣ ସବୁ କ୍ଷୟକ୍ଷତି ହୋଇଛି, ସେକଥା ଏଯାଏ ଜଣାପଡ଼ିନି। କିନ୍ତୁ ୟେମେନରେ ଥିବା ଇରାନ ସମର୍ଥିକ ଇହୁଦି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଏପରି ଆକ୍ରମଣ କରାଯାଇଥିବା ଦାବି କରାଯାଇଛି।

Advertisment

ଏହାପୂର୍ବରୁ ୨୦୧୯ ସେପ୍ଟେମ୍ବର ୨୪ରେ ୟୁଏଇର ଦୁଇଟି ବିଶାଳ ତେଳ ଟାଙ୍କି ଉପରେ ସମାନ ଧରଣର ହମଲା ହୋଇଥିଲା। ଏହା ପଛରେ ଇହୁଦି ବିଦ୍ରୋହୀ ଗୋଷ୍ଠୀଙ୍କର ହାତ ଥିଲା। ଆଜି ମଧ୍ୟ ସଂଗଠନ ହମଲା ପାଇଁ ନିଜକୁ ଦାୟୀ କରିଛି।

ଆଜିର ଆକ୍ରମଣ ସମ୍ପର୍କରେ ୟୁଏଇ ପୁଲିସ୍‌ କହିଛି, ୩ଟି ତେଲ ଟ୍ୟାଙ୍କର୍‌ରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟିଛି। ୟୁଏଇର ନୂଆ ଏୟାରପୋର୍ଟ ପାଇଁ ଚାଲିଥିବା ନିର୍ମାଣ ସ୍ଥାନରେ ମଧ୍ୟ ନିଆଁ ଲାଗିଯାଇଛି। ଡ୍ରୋନ ଦ୍ୱାରା ବିଦ୍ରୋହୀମାନେ ଏପରି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏବେ ଉଦ୍ଧାର ଓ ନିଆଁ ଲିଭା କାମ ଚାଲିଛି। ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ପୁଲିସ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

Advertisment

ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଇ-ଇନ ଏବେ ୟୁଏଇ ଗସ୍ତରେ ଯାଇଛନ୍ତି। ରବିବାର ୟୁଏଇର ପ୍ରଧାନମନ୍ତ୍ରୀ ଓ ଦୁବାଇ ଶାସନ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୌମଙ୍କ ସହ ମୁନ ବୈଠକ କରିଥିଲେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଏକାଧିକ ଚୁକ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଦକ୍ଷିଣ କୋରିଆ ଠାରୁ ୟୁଏଇ ୩.୫ ବିଲିୟନ ଡଲାର ଦେଇ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଯିବାର କ୍ଷମତା ରଖିଥିବା ମିଶାଇଲ କିଣିବ। ଏହି ଚୁକ୍ତିର ଦିନକ ପରେ ହିଁ ଡ୍ରୋନ ଆଟାକ ହୋଇଛି।

ସୂଚନାଯୋଗ୍ୟ, ୨୦୧୫ରୁ ୟୁଏଇ ଓ ୟେମେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏଠାରେ ଥିବା ଇରାନ ସମର୍ଥିତ ଇହୁଦି ବିଦ୍ରୋହୀମାନଙ୍କ ଉପରେ ୟୁଏଇ ଆକ୍ରମଣ କରିବାର ନଜିର ରହିଛି। ବିଦ୍ରୋହୀମାନେ ମଧ୍ୟ ପ୍ରତି ଆକ୍ରମଣ କରିବାକୁ ଆଦୌ ପଛାଉ ନାହାନ୍ତି।