Advertisment

ଏଲନ୍ ମସ୍କଙ୍କ ଚେତାବନୀ, ବନ୍ଦ ହେବ ଟ୍ୱିଟର୍ ପାରୋଡି ଆକାଉଣ୍ଟ

ନୂଆଦିଲ୍ଲୀ: ଏଲନ ମସ୍କ ଟ୍ୱିଟର୍‌ର ନୂଆ ବସ୍ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘୋଷଣା କରୁଛନ୍ତି। କର୍ମଚାରୀଙ୍କୁ ଛଟେଇ ପରେ ଏବେ ଟ୍ୱିଟର୍ ଆକାଉଣ୍ଟ ବନ୍ଦ କରିବାକୁ ସେ ଚେତାବନୀ ଦେଇଛନ୍ତି। ଯେଉଁ ୟୁଜର୍ସମାନେ ସମୋନଙ୍କ ପରିଚୟ ବଦଳାଇବେ ସେମାନଙ୍କ ଆକାଉଣ୍ଟକୁ ବିନା ଆଗୁଆ ସୂଚନାରେ ସସ୍‌ପେଣ୍ଡ କରିଦିଆଯିବ ବୋଲି ମସ୍କ ଟ୍ୱିଟ୍ କରି କହିଛନ୍ତି। ମସ୍କ କହିଛନ୍ତ, ଯଦି କିଛି ପାରୋଡି ଆକାଉଣ୍ଟ ଥିବ ତେବେ ତାହା ଉପରେ ସ୍ପଷ୍ଟ ଲେଖାଯିବା […]

ଅଦ୍ୟତନ ହୋଇଛି
ଏଲନ୍ ମସ୍କଙ୍କ ଚେତାବନୀ, ବନ୍ଦ ହେବ ଟ୍ୱିଟର୍ ପାରୋଡି ଆକାଉଣ୍ଟ

elon-musk

Advertisment

ନୂଆଦିଲ୍ଲୀ: ଏଲନ ମସ୍କ ଟ୍ୱିଟର୍‌ର ନୂଆ ବସ୍ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘୋଷଣା କରୁଛନ୍ତି। କର୍ମଚାରୀଙ୍କୁ ଛଟେଇ ପରେ ଏବେ ଟ୍ୱିଟର୍ ଆକାଉଣ୍ଟ ବନ୍ଦ କରିବାକୁ ସେ ଚେତାବନୀ ଦେଇଛନ୍ତି। ଯେଉଁ ୟୁଜର୍ସମାନେ ସମୋନଙ୍କ ପରିଚୟ ବଦଳାଇବେ ସେମାନଙ୍କ ଆକାଉଣ୍ଟକୁ ବିନା ଆଗୁଆ ସୂଚନାରେ ସସ୍‌ପେଣ୍ଡ କରିଦିଆଯିବ ବୋଲି ମସ୍କ ଟ୍ୱିଟ୍ କରି କହିଛନ୍ତି।

Advertisment

ମସ୍କ କହିଛନ୍ତ, ଯଦି କିଛି ପାରୋଡି ଆକାଉଣ୍ଟ ଥିବ ତେବେ ତାହା ଉପରେ ସ୍ପଷ୍ଟ ଲେଖାଯିବା ଉଚିତ ଯେ, ଏହା ପାରୋଡି ଆକାଉଣ୍ଟ । ଅନ୍ୟର ନାମ ଓ ଫଟୋ ବ୍ୟବହାର କରୁଥିବା ଆକାଉଣ୍ଟକୁ ବନ୍ଦ କରିଦିଆଯିବ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ପୂର୍ବରୁ ଆକାଉଣ୍ଟ ସସ୍‌ପେଣ୍ଟ କରିବାକୁ ନେଇ ଚେତାବନୀ ଦେଇଥିଲୁ, କିନ୍ତୁ ବର୍ତ୍ତମାନ ଆମେ ବ୍ୟାପକ ଯାଞ୍ଚ ଆରମ୍ଭ କରୁଛୁ। ଏବେ ଆଉ କୌଣସି ଚେତାବନୀ ଦିଆଯିବ ନାହିଁ, ଆକାଉଣ୍ଟକୁ ସିଧାସଳଖ ବନ୍ଦ କରିଦିଆଯିବ।

Advertisment

ଏଥିସହ ଯଦି କେହି ଟ୍ୱିଟର୍ ୟୁଜର୍ ନିଜ ନାଁ ବଦଳାନ୍ତି ତେବେ ତାଙ୍କ ବ୍ଲୁ ଟିକ୍ ଟେମ୍ପରାରୀ ରୂପେ ହଟାଇ ଦିଆଯିବ। ନିକଟରେ ଏଭଳି ଅନେକ ଆକାଉଣ୍ଟକୁ ବନ୍ଦ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।
ପ୍ରକୃତରେ ଏଲନ୍ ମସ୍କଙ୍କ ନାଁରେ ଅନେକ ଟ୍ୱିଟର ଆକାଉଣ୍ଟ ଥିଲା, ଯାହାକୁ ଲଗାତର ସସ୍‌ପେଣ୍ଟ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe