Advertisment

ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଘୋଷଣା

ନ୍ୟୁୟର୍କ: ଆମେରିକାରେ ଜାରି ହୋଇଛି ଏମରଜେନ୍ସି। ଘୋଷଣା ହୋଇଛି ଜରୁରୀ ପରିସ୍ଥିତି। ପ୍ରବଳ ବର୍ଷା ଯୋଗୁଁ ସେଠାରେ ଯୁଆଡେ ଦେଖିବ କେବଳ ପାଣି ଆଉ ପାଣି। ରାସ୍ତା ଠାରୁ ଆରମ୍ଭ କରି ମେଟ୍ରୋ, ସବୁଠି ଜଳମଗ୍ନ। ଲୋକେ ଘରେ ମଧ୍ୟ ଜଳବନ୍ଦୀ। ଘରୁ ବାହାରିବା ମୁସ୍‌କିଲ ହୋଇପଡିଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାକାର ମେୟର ବିଲ୍‌ ଡିବ୍ଲାସିୟୋ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ‘ଆମେ ଆଜି ଆମେ ଏକ ଐତିହାସିକ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଘୋଷଣା

New York rain

ନ୍ୟୁୟର୍କ: ଆମେରିକାରେ ଜାରି ହୋଇଛି ଏମରଜେନ୍ସି। ଘୋଷଣା ହୋଇଛି ଜରୁରୀ ପରିସ୍ଥିତି। ପ୍ରବଳ ବର୍ଷା ଯୋଗୁଁ ସେଠାରେ ଯୁଆଡେ ଦେଖିବ କେବଳ ପାଣି ଆଉ ପାଣି। ରାସ୍ତା ଠାରୁ ଆରମ୍ଭ କରି ମେଟ୍ରୋ, ସବୁଠି ଜଳମଗ୍ନ। ଲୋକେ ଘରେ ମଧ୍ୟ ଜଳବନ୍ଦୀ। ଘରୁ ବାହାରିବା ମୁସ୍‌କିଲ ହୋଇପଡିଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାକାର ମେୟର ବିଲ୍‌ ଡିବ୍ଲାସିୟୋ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି।

Advertisment

ସେ ଟୁଇଟ୍‌ କରି କହିଛନ୍ତି, 'ଆମେ ଆଜି ଆମେ ଏକ ଐତିହାସିକ ପରିବେଶର ସାମ୍ନାକୁ କରୁଛୁ। ପୂରା ସହରରେ ରେକର୍ଡ ଭଙ୍ଗା ବର୍ଷା ହୋଇଛି। ଭୟଙ୍କର ବନ୍ୟା ପରସ୍ଥିତି ଯୋଗୁଁ ବିଭିନ୍ନ ସ୍ଥାନରେ ଯୋଗଯୋଗା ବିଚ୍ଛିନ୍ନ ହୋଇଛି। ଚାରିଆଡେ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ମୁଁ ଆଜି ରାତିରୁ ନ୍ୟୁୟର୍କରେ ଏମରଜେନ୍ସି ଘୋଷଣା କରୁଛି।  ଆମର ୫ ହଜାର ୩ଶହ ବିଦ୍ୟୁତ ଉପଭୋକ୍ତା ବିନା ବିଦ୍ୟୁତରେ ଅଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ବର୍ଷା ଥମିଯିବ ବୋଲି ମୋର ଆଶା। ବର୍ଷା ଥମିବା ଯାଏଁ ଘରୁ ନ ବାହାରିବାକୁ ସେ ପରାମର୍ଶ ଦେଇଛନ୍ତି।'

ଆମେରିକା ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ କ୍ଷୟକ୍ଷତି ଘଟିଛି। ପାଣି ଭର୍ତ୍ତି ସ୍ଥାନରେ ଗାଡି ନ ଚଳାଇବାକୁ ପରାମର୍ଶ ଦିଆଯାଇଛି। ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ମଧ୍ୟ ବିଚ୍ଛିନ୍ନ ହୋଇଛି। ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ କେବେ ଏଭଳି ବର୍ଷା ନ୍ୟୁୟର୍କରେ ହୋଇନଥିବା କିଛି ଲୋକେ କହିଛନ୍ତି।

Advertisment

https://twitter.com/ANI/status/1433288318108815361?s=20

Heavy Rain USA