Advertisment

ମୋଦିଙ୍କୁ ଫୋନ କଲେ, ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରତିଶ୍ରୁତି ଦେଲେ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧ ଦିନକୁ ତୀବ୍ର ହେଉଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଫୋନ କରିଛନ୍ତି ୟୁରୋପୀୟ ପରିଷଦର ସଭାପତି ଚାର୍ଲସ ମିକେଲ। ଏହି ସମୟରେ ସେ ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ୟୁରୋପୀୟ ଦେଶଗୁଡ଼ିକ କାମ କରିବେ। ଏଥିପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ ବୋଲି ଚାର୍ଲସ ଫୋନ ଯୋଗେ ମୋଦିଙ୍କୁ କହିଛନ୍ତି। ଆଜି ଖାରକିଭରେ ରୁଷ ଚଳାଇଥିବା ବୋମା ମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ […]

ଅଦ୍ୟତନ ହୋଇଛି
ମୋଦିଙ୍କୁ ଫୋନ କଲେ, ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରତିଶ୍ରୁତି ଦେଲେ

Modi1

Advertisment

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧ ଦିନକୁ ତୀବ୍ର ହେଉଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଫୋନ କରିଛନ୍ତି ୟୁରୋପୀୟ ପରିଷଦର ସଭାପତି ଚାର୍ଲସ ମିକେଲ। ଏହି ସମୟରେ ସେ ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ୟୁରୋପୀୟ ଦେଶଗୁଡ଼ିକ କାମ କରିବେ। ଏଥିପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ ବୋଲି ଚାର୍ଲସ ଫୋନ ଯୋଗେ ମୋଦିଙ୍କୁ କହିଛନ୍ତି।

Advertisment

ଆଜି ଖାରକିଭରେ ରୁଷ ଚଳାଇଥିବା ବୋମା ମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତ୍ୟୁ ହୋଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ସମଗ୍ର ଦେଶରେ ଶୋକର ଚ୍ଛାୟା ଖେଳି ଯାଇଛି। ଏସବୁ ଭିତରେ ଚାର୍ଲସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ନବୀନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି।

ସେ ମୋଦିଙ୍କ ସହ କଥା ହେବା ବିଷୟରେ ଟ୍ୱିଟ କରି ଜଣାଇଛନ୍ତି। ସେ କହିଛନ୍ତି, “ନୀରିହ ଲୋକଙ୍କ ଉପରେ ରୁଷ ଚଳାଇଥିବା ହମଲା ଯୋଗୁ ଆଜି ଖାର୍କିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏଥିପାଇଁ ମୁଁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନରେ କଥା ହୋଇ ଶୋକବ୍ୟକ୍ତ କରିଛି।

Advertisment

ୟୁରୋପୀୟ ଦେଶଗୁଡ଼ିକ ସବୁବେଳେ ସହୃଦୟରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଆମେ ସବୁବେଳେ ଭାରତୀୟଙ୍କୁ ସହଯୋଗ କରୁଛୁ। ବହୁପାକ୍ଷିକ ସମ୍ପର୍କକୁ ଧ୍ୱଂସ କରିବା ଲକ୍ଷ୍ୟରେ ୟୁକ୍ରେନ ଉପରେ ହମଲା ହେଉଛି। ଏଥିସହ ଆତଙ୍କ ଓ ଭୟ ସୃଷ୍ଟି କରିବା ମଧ୍ୟ ହମଲାର ଲକ୍ଷ୍ୟ। ତେଣୁ ଅନ୍ତର୍ଜାତୀୟ ଆଇନର ସୁରକ୍ଷା ପାଇଁ ପୂରା ବିଶ୍ୱ ଏକ ହେବା ଦରକାର।”


ଚାର୍ଲସ ଟ୍ୱିଟ କରି ମୋଦିଙ୍କ ସହ କଥା ହୋଇଥିବା ସମ୍ପର୍କରେ ଜଣାଇଥିଲେ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ ଏଯାଏ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି।

ସୂଚନାଯୋଗ୍ୟ, ରୁଷ ସୈନ୍ୟମାନେ ୟୁକ୍ରେନର ରାଜଧାନୀ କିଭ୍‌ ବ୍ୟତୀତ ଦେଶର ଦ୍ୱିତୀୟ ବଡ଼ ସହର ଖାରକିଭରେ ମଧ୍ୟ ହମଲା କରୁଛନ୍ତି। ରୁଷର ମିସାଇଲ ମାଡ଼ ଯୋଗୁ ଖାରକିଭ୍‌ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଏବେ ବି ରୁଷ ଓ ୟୁକ୍ରେନ ସୈନ୍ୟଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି।

ଏହି ସମୟରେ ହୋଇଥିବା ଶେଲିଂରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଥିବା ଜଣାପଡ଼ିଛି। ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନଙ୍କ ବୟସ ୨୧ ବର୍ଷ। ତାଙ୍କ ଘର କର୍ଣ୍ଣାଟକାର ହାବେରି ଅଞ୍ଚଳରେ। ସେ ଆଜି ସକାଳେ ସଉଦା କିଣିବାକୁ ଯାଇଥିଲେ। ଗଭର୍ଣ୍ଣର ହାଉସ ନିକଟରେ ଥିବା ସୁପର ମାର୍କେଟରେ ନବୀନ ଲାଇନରେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ବୋମା ମାଡ଼ରେ ତାଙ୍କ ଜୀବନ ଯାଇଛି। ଏ ସମ୍ପର୍କରେ ମେଡିକାଲ ଛାତ୍ରଛାତ୍ରୀଙ୍କ ସଂଯୋଜନକ ପୂଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ତାଙ୍କ କହିବା ଅନୁସାରେ ଜଣେ ୟୁକ୍ରେନ ମହିଳା ନବୀନଙ୍କ ମୋବାଇଲ ପାଇଥିଲେ। ଏହାପରେ ହିଁ ତାଙ୍କ ସମ୍ପର୍କରେ ସୂଚନା ମିଳିଛି। ଘଟଣା ପରେ ତାଙ୍କ ମୃତଦେହକୁ ଶବାଗାରରେ ରଖାଯାଇଛି। ସେହିପରି ଏହି ଘଟଣାରେ ଆଉ କିଛି ୟୁକ୍ରେନ ଲୋକ ମଧ୍ୟ ମୃତାହତ ହୋଇଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe