Advertisment

ବିପଦ ବେଳେ ଭାରତକୁ ସହଯୋଗ କରିବାକୁ ଅଣ୍ଟା ଭିଡିଲେ ବଡ଼ ବଡ଼ ଦେଶ

ନୂଆଦିଲ୍ଲୀ: ଭାରତର ବିପଦ ବେଳେ ସହଯୋଗ କରିବା ପାଇଁ ଅଣ୍ଟା ଭିଡିଲେ ଗୋଟିଏ ପରେ ଗୋଟିଏ ଦେଶ। ୟୁରୋପିଆନ୍ ସଂଘ, ଇସ୍ରାଏଲ ଏବଂ ଜର୍ମାନୀ ଭାରତକୁ ସମସ୍ତ ପ୍ରକାର ସହଯୋଗ କରିବ ବୋଲି କହିଛନ୍ତି। ମୁଖ୍ୟତଃ ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ଏହି ସବୁ ଦେଶ କହିଛନ୍ତି। ଦେଶରେ ଲଗାତର ଚତୁର୍ଥ ଦିନ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ୩.୫ ଲକ୍ଷ ଉପରେ ରହିଛି। ଆଉ ସାରା ବିଶ୍ୱ ଏବେ ଭାରତକୁ ନେଇ ଚିନ୍ତିତ ଥିବା […]

ଅଦ୍ୟତନ ହୋଇଛି
ବିପଦ ବେଳେ ଭାରତକୁ ସହଯୋଗ କରିବାକୁ ଅଣ୍ଟା ଭିଡିଲେ ବଡ଼ ବଡ଼ ଦେଶ

modi-morkel

Advertisment

ନୂଆଦିଲ୍ଲୀ: ଭାରତର ବିପଦ ବେଳେ ସହଯୋଗ କରିବା ପାଇଁ ଅଣ୍ଟା ଭିଡିଲେ ଗୋଟିଏ ପରେ ଗୋଟିଏ ଦେଶ। ୟୁରୋପିଆନ୍ ସଂଘ, ଇସ୍ରାଏଲ ଏବଂ ଜର୍ମାନୀ ଭାରତକୁ ସମସ୍ତ ପ୍ରକାର ସହଯୋଗ କରିବ ବୋଲି କହିଛନ୍ତି। ମୁଖ୍ୟତଃ ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ଏହି ସବୁ ଦେଶ କହିଛନ୍ତି। ଦେଶରେ ଲଗାତର ଚତୁର୍ଥ ଦିନ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ୩.୫ ଲକ୍ଷ ଉପରେ ରହିଛି। ଆଉ ସାରା ବିଶ୍ୱ ଏବେ ଭାରତକୁ ନେଇ ଚିନ୍ତିତ ଥିବା ବେଳେ ଅପରାହ୍ନରେ ୟୁରୋପୀୟ ସଂଘ ଭାରତକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Advertisment

ୟୁରୋପିଆନ୍ ବିପର୍ଯ୍ୟୟ ପରିଚାଳନାର କମିଶନର ଜାନେଜ ଲେନାର୍କିକ ଟ୍ୱିଟ୍ କରି କହିଛନ୍ତି, ଭାରତରେ ବଢ଼ୁଥିବା କୋଭିଡ ସଂକ୍ରମଣକୁ ଦେଖି ୟୁରୋପ ଚିନ୍ତିତ। ଭାରତକୁ ସହଯୋଗ କରିବା ପାଇଁ ୟୁରୋପ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭାରତକୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ୟୁରୋପିଆନ୍ ସଂଘ ସମସ୍ତ ପ୍ରକାର ସହଯୋଗ କରିବ। ସ୍ୱାସ୍ଥ୍ୟ ଉପକରଣ, ଅକ୍ସିଜେନ ଏବଂ ଔଷଧ ଯୋଗାଇବାକୁ ୟୁରୋପ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ଜାନେଜ ଲେନାର୍କିକଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟାରେ ୟୁରୋପିଆନ ସଂଘର ସଭାପତି ୟୁରସୁଲା ଭୋନ୍ ଡେର ଲେୟେନ କହିଛନ୍ତି, କୋଭିଡ ମହମାରୀ ପାଇଁ ବିପଦରେ ଭାରତ। ଏହା ସମସ୍ତଙ୍କ ପାଇଁ ଚିନ୍ତାଜନକ। ୟରୋପ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ। ବିପଦ ବେଳେ ୟୁରୋପ ଭାରତବାସୀଙ୍କ ସହ ଛିଡ଼ା ହୋଇଛି ବୋଲି କହିଛି।

Advertisment

https://twitter.com/vonderleyen/status/1386292464277852162?s=20

ସେହିପରି କରୋନାରୁ ବର୍ତ୍ତିବା ପାଇଁ ବ୍ୟବହୃତ ମାସ୍କ ପିନ୍ଧିବା ନେଇ ସମସ୍ତ କଟକଣା ହଟାଇଥିବା ଦେଶ ଇସ୍ରାଏଲ ଭାରତକୁ ସହଯୋଗ କରିବା ନେଇ ସରକାରୀ ଭାବରେ କୌଣସି ବାର୍ତ୍ତା ଦେଇନାହିଁ। ହେଲେ ଇସ୍ରାଏଲର ଲୋକ ସମ୍ପର୍କ ଅଧିକାରୀ ଆମିଟି ଷ୍ଟେରିନ ଟ୍ୱିଟ୍ କରି ଭାରତକୁ ସହଯୋଗ କରିବାରୁ ଇସ୍ରାଏଲ ପ୍ରସ୍ତୁତ ବୋଲି କହିଛନ୍ତି। ଇସ୍ରାଏଲ ଭାରତକୁ ଔଷଧ ଏବଂ ସ୍ୱାସ୍ଥ୍ୟ ଉପକରଣ ଯୋଗାଇବ ବୋଲି ସୂଚନା ରହିଛି।

ଜର୍ମାନୀର ଚାନସେଲର ଆଞ୍ଜେଲା ମୋର୍କେଲ କହିଛନ୍ତି, ଭାରତକୁ ସହଯୋଗ କରିବା ପାଇଁ ତାଙ୍କ ସରକାର ପ୍ରସ୍ତୁତ ହେଉଥିବା ସେ କହିଛନ୍ତି। ଭାରତର ସ୍ଥିତିକୁ ଦେଖି ସେ ତାଙ୍କର ସହାନୁଭୂତି ଦେଖାଇଛନ୍ତି। ଯଦିଓ ଜର୍ମାନୀ ସରକାର କଣ ସହଯୋଗ କରିବ ସ୍ପଷ୍ଟ ହୋଇନାହିଁ ହେଲେ ଜର୍ମାନୀ ସେନା ମୋବାଇଲ୍ ଅକ୍ସିଜେନ ପ୍ଲାଣ୍ଟ ପଠାଇବ ବୋଲି ଜଣାପଡ଼ିଛି।

ନିକଟରେ ଟିକା ପାଇଁ ଆବଶ୍ୟକ କଞ୍ଚାମାଲ ଉପରୁ ପ୍ରତିବନ୍ଧକ ହଟାଇବାକୁ ଭାରତ ଦାବି କରିଥିଲା। ହେଲେ କୌଣସି ସହଯୋଗ କରିପାରିବ ନାହିଁ ବୋଲି କହି ମୁହଁ ମୋଡ଼ି ଦେଇଥିଲା ବାଇଡେନ ସରକାର। ହେଲେ ଆମେରିକା ଚାମ୍ୱର୍ସ ଅଫ୍ କମର୍ସ ଏବଂ ଡେମୋକ୍ରାଟିକ ସାଂସଦଙ୍କ ସମାଲୋଚନା ପରେ ଭାରତକୁ ସହଯୋଗ କରିବା ପାଇଁ ବାଇଡେନ ପ୍ରଶାସନ କହିଛି। ସେହିପରି ଫ୍ରାନ୍ସ ଏବଂ ଚାଇନା ମଧ୍ୟ ସହଯୋଗ କରିବେ ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe