ପୁଟିନଙ୍କ ଗର୍ଲଫ୍ରେଣ୍ଡଙ୍କୁ ବିଦା କରିବାକୁ ଅନଲାଇନ ପିଟିସନ

ମସ୍କୋ: ୟୁକ୍ରେନ ଉପରେ ରୁଷର ହମଲା ତୀବ୍ର ହେଉଥିବା ବେଳେ ଏବେ ନୂଆ ଘଟଣା ସାମ୍ନାକୁ ଆସିଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡଙ୍କୁ ସ୍ୱିଜଲ୍ୟାଣ୍ଡରୁ ବିଦା କରିବାକୁ ଆଗତ ଅନଲାଇନ ପିଟିସନ ଅଧିକରୁ ଅଧିକ ଲୋକଙ୍କ ସମର୍ଥନ ପାଇବାରେ ଲାଗିଛି। change.orgରେ ଏହି ପିଟିସନଙ୍କୁ ୫୦ ହଜାରରୁ ଅଧିକ ଲୋକ ସମର୍ଥନ କରି ସ୍ୱିଜଲ୍ୟାଣ୍ଡ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି। ଅଲିମ୍ପିକ୍ସରେ ରୁଷ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ୩୮ ବର୍ଷୀୟ ଏଲିନା […]

alina

Hemant Lenka
  • Published: Monday, 21 March 2022
  • , Updated: 21 March 2022, 09:45 PM IST

ମସ୍କୋ: ୟୁକ୍ରେନ ଉପରେ ରୁଷର ହମଲା ତୀବ୍ର ହେଉଥିବା ବେଳେ ଏବେ ନୂଆ ଘଟଣା ସାମ୍ନାକୁ ଆସିଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡଙ୍କୁ ସ୍ୱିଜଲ୍ୟାଣ୍ଡରୁ ବିଦା କରିବାକୁ ଆଗତ ଅନଲାଇନ ପିଟିସନ ଅଧିକରୁ ଅଧିକ ଲୋକଙ୍କ ସମର୍ଥନ ପାଇବାରେ ଲାଗିଛି।

change.orgରେ ଏହି ପିଟିସନଙ୍କୁ ୫୦ ହଜାରରୁ ଅଧିକ ଲୋକ ସମର୍ଥନ କରି ସ୍ୱିଜଲ୍ୟାଣ୍ଡ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି। ଅଲିମ୍ପିକ୍ସରେ ରୁଷ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ୩୮ ବର୍ଷୀୟ ଏଲିନା କାବାଇଭାଙ୍କୁ ପିଟିସନରେ ପୁଟିନଙ୍କ ଗର୍ଲଫ୍ରେଣ୍ଡ ଭାବେ ଦର୍ଶାଯାଇଛି।

[caption id="" align="alignnone" width="887"] ପୁଟିନଙ୍କ ସହ ଏଲିନା[/caption]

ସେ ଏବେ ତାଙ୍କ ୩ ପିଲାଙ୍କ ସହ ସ୍ୱିଜରଲ୍ୟାଣ୍ଡର ଗୋଟିଏ ଅତ୍ୟାଧୁନିକ ଭିଲ୍ଲାରେ ରହୁଥିବା କୁହାଯାଉଛି। ଯେହେତୁ ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରୁଛନ୍ତି, ତେଣୁ ଏଲିନାଙ୍କୁ ସ୍ୱିଜରଲ୍ୟାଣ୍ତ ସରକାର ତୁରନ୍ତ ନିଜ ଦେଶରୁ ବହିଷ୍କୃତ ବା ବିଦା କରନ୍ତୁ ବୋଲି ପିଟିସନରେ ଦାବି କରାଯାଇଛି।

କେବେଳ ଏହି ପିଟସନ ନୁହେଁ, ଏଲିନା ରାଷ୍ଟ୍ରପତି ପୁଟିନଙ୍କ ଗର୍ଲଫ୍ରେଣ୍ଡ ବୋଲି ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ପୂର୍ବରୁ ଖବର ପ୍ରକାଶ କରି ସାରିଛନ୍ତି। ତେବେ ପୁଟିନ କେବେ ହେଲେ ବି ଏଲିନା ତାଙ୍କର ଗର୍ଲଫ୍ରେଣ୍ଡ ବୋଲି ସ୍ୱୀକାର କରିନାହାନ୍ତି।

ଏଲିନାଙ୍କ ବିରୋଧରେ ଆଗତ ପିଟିସନରେ ୫୦ ହଜାରରୁ ଅଧିକ ଲୋକ ଦସ୍ତଖତ କରି ସାରିଲେଣି। ରୁଷ, ୟୁକ୍ରେନ ଓ ବେଲାରୁଷର ଲୋକମାନେ ଏହି ପିଟିସନରେ ଦସ୍ତଖତ କରିଛନ୍ତି। ପିଟିସନରେ କୁହାଯାଇଛି ଯେ “ଯୁଦ୍ଧ ସତ୍ତ୍ୱେ ସ୍ୱିଜରଲ୍ୟାଣ୍ଡ ପୁଟିନଙ୍କ ଗର୍ଲଫ୍ରେଣ୍ଡଙ୍କୁ ସୁରକ୍ଷା ଦେଇଛି। ଏହା ଆଦୌ ଗ୍ରହଣୀୟ ନୁହେଁ।” ଜର୍ମାନ, ଫ୍ରେଞ୍ଚ ଓ ଇଂରାଜୀ ଭାଷାରେ ଏହି ପିଟିସନ ରହିଛି।

ଯୁଦ୍ଧ ପୂର୍ବରୁ ଏଲିନା ରୁଷରେ ଥିଲେ। ହେଲେ ଏହାପରେ ସେ ସ୍ୱିଜରଲ୍ୟାଣ୍ଡ ଚାଲି ଯାଇଛନ୍ତି। ରୁଷର ସବୁଠାରୁ ଫ୍ଲେକ୍ସିବଲ ୱମେନ ଭାବେ ପରିଚିତ ଏଲିନା ୬ ବର୍ଷ କାଳ ପୁଟିନଙ୍କ ୟୁନାଇଟେଡ ରୁଷ ପାର୍ଟିର ସାଂସଦ ଭାବେ କାର୍ଯ୍ୟ କରିଛନ୍ତି। ଏଥିସହ ସେ ୭ ବର୍ଷରୁ ଅଧିକ ସମୟ ନ୍ୟାଶନାଲ ମିଡିଆ ଗ୍ରୁପର ବୋର୍ଡ ଅଫ ଡିରେକ୍ଟର୍ସର ଅଧ୍ୟକ୍ଷ ଭାବେ ମଧ୍ୟ କାମ କରିଥିଲେ। ବର୍ଷକୁ ସେ ପ୍ରାୟ ୮ ମିଲିୟନ ୟୁରୋ ଦରମା ଆକାରରେ ପାଆନ୍ତି।

ସବୁବେଳେ କ୍ୟାମେରା ଠାରୁ ଦୂରରେ ରହୁଥିବା ଏଲିନାଙ୍କୁ ଶେଷଥର ପାଇଁ ଗତବର୍ଷ ଡିସେମ୍ବରରେ ଦେଖିବାକୁ ମିଳିଥିଲା। ସେ ମସ୍କୋରେ ଆୟୋଜିତ Divine Grace Rhythmic Gymnastics Tournament ଡ୍ୟାନ୍ସ କରିବା ବେଳେ ସର୍ବସମ୍ମୁଖକୁ ଆସିଥିଲେ। ରିଦିମ ଜିମ୍ନାଷ୍ଟିକ ପାଇଁ ଏଲିନା ୨୦୦୪ରେ ରୁଷ ପାଇଁ ସ୍ୱର୍ଣ୍ଣ ଜିତିଥିଲେ।

Related story