Advertisment

ଗର୍ଭବତୀ ମହିଳାଙ୍କୁ ଦିଆଯାଉ `ଫାଇଜର' କିମ୍ବା `ମଡେର୍ଣ୍ଣା' ଟିକା

ଲଣ୍ଡନ: କରୋନା କବଳରେ ଏବେ ପୁରା ବିଶ୍ୱ। ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କୁ ଆକ୍ରାନ୍ତ କରୁଛି ଏହି ମହାମାରୀ। ତେବେ ଏହି ମହାମାରୀରୁ ଗର୍ଭବତୀ ମହିଳାଙ୍କୁ ରକ୍ଷା କରିବା ପାଇଁ ସେମାନଙ୍କୁ `ଫାଇଜର’ କିମ୍ବା `ମଡେର୍ଣ୍ଣା’ ଟିକା ଦିଆଯାଉ। ବ୍ରିଟେନର ଗର୍ଭବତୀ ମହିଳାମାନେ ଏହି ଦୁଇ କମ୍ପାନୀ ନିର୍ମିତ କୋଭିଡ-୧୯ ଟିକା ନେବା ଉଚିତ। ଏନେଇ ବ୍ରିଟିଶ ପବ୍ଲିକ ବଡି ଶୁକ୍ରବାର କହିଛି। `ଫାଇଜର’ ଓ `ମଡେର୍ଣ୍ଣା’ କୋଭିଡ-୧୯ ଟିକା ନିରାପଦ ବୋଲି ସେମାନେ କହିଛନ୍ତି। […]

ଅଦ୍ୟତନ ହୋଇଛି
‘ଗର୍ଭବତୀଙ୍କୁ ଟିକାକରଣ ନିର୍ଦ୍ଦେଶ ଆସିଛି’

vaccines for pregnant women

Advertisment

ଲଣ୍ଡନ: କରୋନା କବଳରେ ଏବେ ପୁରା ବିଶ୍ୱ। ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କୁ ଆକ୍ରାନ୍ତ କରୁଛି ଏହି ମହାମାରୀ। ତେବେ ଏହି ମହାମାରୀରୁ ଗର୍ଭବତୀ ମହିଳାଙ୍କୁ ରକ୍ଷା କରିବା ପାଇଁ ସେମାନଙ୍କୁ `ଫାଇଜର' କିମ୍ବା `ମଡେର୍ଣ୍ଣା' ଟିକା ଦିଆଯାଉ। ବ୍ରିଟେନର ଗର୍ଭବତୀ ମହିଳାମାନେ ଏହି ଦୁଇ କମ୍ପାନୀ ନିର୍ମିତ କୋଭିଡ-୧୯ ଟିକା ନେବା ଉଚିତ। ଏନେଇ ବ୍ରିଟିଶ ପବ୍ଲିକ ବଡି ଶୁକ୍ରବାର କହିଛି। `ଫାଇଜର' ଓ `ମଡେର୍ଣ୍ଣା' କୋଭିଡ-୧୯ ଟିକା ନିରାପଦ ବୋଲି ସେମାନେ କହିଛନ୍ତି।

Advertisment

‘ଜଏଣ୍ଟ୍‌ କମିଟି ଅନ୍‌ ଭ୍ୟାକ୍ସିନେସନ୍‌ ଆଣ୍ଡ୍‌ ଇମ୍ୟୁନାଇଜେସନ୍‌’ (ଜେସିଭିଆଇ) କହିଛି ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୯୦,୦୦୦ ଗର୍ଭବତୀ ମହିଳାଙ୍କୁ ମୁଖ୍ୟତଃ ଏହି ଦୁଇଟି ଟିକା ଦିଆଯାଇଛି। କାହାରି କ୍ଷେତ୍ରରେ ଏହି ଟିକା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇ ନାହିଁ। ଏଯାଏଁ ଏଥିରୁ ଭଲ ରେଜଲ୍ଟ ଆସିଛି।

ଏହି ତଥ୍ୟାକୁ ଆଧାର କରି ଇଂଲଣ୍ଡରେ ଯେଉଁ ସବୁ ଅଞ୍ଚଳରେ ‘ଫାଇଜର୍‌-ବାୟୋଏନ୍‌ଟେକ୍‌’ କିମ୍ବା ‘ମଡର୍ଣ୍ଣା’ ଟିକା ମିଳୁଛି ସେଠାକାର ମହିଳାମାନଙ୍କୁ ଏହି ଟିକା ଦିଆଯିବା ଉଚିତ ବୋଲି ‘ଜେସିଭିଆଇ’ ପରାମର୍ଶ ଦେଇଛି ।

Advertisment

ଏହାର ଅର୍ଥ ନୁହେଁ ଯେ, ଅନ୍ୟ ଟିକା ସବୁ ଗର୍ଭବତୀ ମହିଳାଙ୍କ ପାଇଁ ନିରାପଦ ନୁହେଁ, କିନ୍ତୁ ସେ ସବୁ ଉପରେ ଅଧିକ ଗବେଷଣା ଦରକାର ବୋଲି ଜେସିଭିଆଇ କହିଛି।

ସୂଚନାଯୋଗ୍ୟ ଯେ ଟିକାର ପ୍ରଭାବ ସମ୍ବନ୍ଧରେ ଯଥେଷ୍ଟ ସୂଚନା ଜଣା ନ ଥିବାରୁ ପୂର୍ବରୁ ଇଂଲଣ୍ଡର ଗର୍ଭବତୀ ମହିଳାମାନଙ୍କୁ ଏହି ଟିକା ନେବାକୁ ବାରଣ କରାଯାଉଥିଲା।

ନିକଟରେ ବ୍ରିଟେନରେ ଆଷ୍ଟ୍ରାଜେନିକାର କୋଭିଡ-୧୯ ଟିକା ନେବା ପରେ ମସ୍ତିସ୍କରେ ରକ୍ତ ଜମାଟ ବାନ୍ଧୁଥିବା ଅଭିଯୋଗ ଆସିଥିଲା। ଏପରିକି କେତେକ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଅଭିଯୋଗ ହୋଇଥିଲା।

COVID-19 Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe