Advertisment

ରୁଷ ରାଷ୍ଟ୍ରପତି ଅସୁସ୍ଥ!

ମସ୍କୋ: ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଅସୁସ୍ଥ ହୋଇପଡିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ନିକଟରେ ସେ କ୍ୟାନସର୍‌ରେ ପୀଡିତ ଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଏବେ ପୁଣିଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିବା ନେଇ ଚର୍ଚ୍ଚା ହେଉଛି। ବ୍ରିଟିସ୍ ଗଣମାଧ୍ୟମ ‘ବ୍ରିଟେନ ଏକ୍ସପ୍ରେସ’ର ଏକ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ପୁଟିନଙ୍କ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କ ହାତରେ ଅଜବ ଚିହ୍ନ ସବୁ ରହିଛି। ଏଥିସହ ତାଙ୍କ ହାତର ରଙ୍ଗ କଳା ପଡିଯାଇଛି। ଫଟୋରେ ପୁଟିନ […]

ଅଦ୍ୟତନ ହୋଇଛି
ରୁଷ ରାଷ୍ଟ୍ରପତି ଅସୁସ୍ଥ!

vladimir-putin

Advertisment

ମସ୍କୋ: ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଅସୁସ୍ଥ ହୋଇପଡିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ନିକଟରେ ସେ କ୍ୟାନସର୍‌ରେ ପୀଡିତ ଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଏବେ ପୁଣିଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିବା ନେଇ ଚର୍ଚ୍ଚା ହେଉଛି।

Advertisment

ବ୍ରିଟିସ୍ ଗଣମାଧ୍ୟମ ‘ବ୍ରିଟେନ ଏକ୍ସପ୍ରେସ’ର ଏକ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ପୁଟିନଙ୍କ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କ ହାତରେ ଅଜବ ଚିହ୍ନ ସବୁ ରହିଛି। ଏଥିସହ ତାଙ୍କ ହାତର ରଙ୍ଗ କଳା ପଡିଯାଇଛି।

ଫଟୋରେ ପୁଟିନ ରୋଗୀଣା ଦେଖାଯିବା ସହ ତାଙ୍କ ହାତରେ ଏକ ଅଜବ ପ୍ରକାରର କଳା ଚିହ୍ନ ଦେଖିବା ପାଇଁ ମିଳୁଛି। ଶିରା ଭିତରେ ଇଞ୍ଜେକସନ୍ ନେଇ ନେଇ ପୁଟିନଙ୍କ ଶରୀରରେ ଏଭଳି ଚିହ୍ନ ସୃଷ୍ଟି ହୋଇଥିବା କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

Advertisment

ଅବସରପ୍ରାପ୍ତ ବ୍ରିଟିସ ସେନା ଅଧିକାରୀ ତଥା ହାଉସ୍ ଅଫ୍ ଲର୍ଡସର ସଦସ୍ୟ ରିଚାର୍ଡ ଡାନାଟ୍ ‘ସ୍କାଏ ନ୍ୟୁଜ’ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ପୁଟିନଙ୍କ ଏହି ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହଇଚଇ ଆରମ୍ଭ ହୋଇଛି। ରୁଷର ରାଷ୍ଟ୍ରପତି ପୂରା ସୁସ୍ଥ ଅଛନ୍ତି କି ନାହିଁ ସେ ସମ୍ପର୍କରେ ଏକ ରିପୋର୍ଟ ସର୍ବସାଧାରଣ କରାଯିବା ଉଚିତ।

ସେ ଆହୁରି କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନ୍ ଯେତେ ଫିଟ୍ ଓ ସୁସ୍ଥ ବୋଲି ଦେଖାଉଛନ୍ତି ପ୍ରକୃତ ପକ୍ଷରେ ସେ ସେତିକି ଫିଟ୍ ଓ ସୁସ୍ଥ ନାହାନ୍ତି। ତାଙ୍କ ହାତ ଉପରେ ଦେଖାଯାଉଥିବା କଳା ଦାଗ ହେଉଛି ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଇଞ୍ଜେକସନ୍ ନେବାର ଚିହ୍ନ। ଯେତେବେଳେ ଶରୀରର ଅନ୍ୟ ଅଙ୍ଗରେ ଇଞ୍ଜେକ୍ସନ୍ ଦିଆଯାଇ ପାରିବ ନାହିଁ ସେତେବେଳେ ହାତରେ ଇଞ୍ଜେକ୍ସନ ନେଲେ ଏ ପ୍ରକାରର ଚିହ୍ନ ସୃଷ୍ଟି ହୋଇଥାଏ। ଏହା ହେଉଛି ଜଣେ ବ୍ୟକ୍ତି ଅସୁସ୍ଥ ଥିବାର ସଙ୍କେତ।

କିଛି ମାସ ପୂର୍ବେ ପୁଟିନ୍ କ୍ୟାନସର୍ ରୋଗରେ ପୀଡିତ ଥିବା ନେଇ ଆମେରିକାର ଏକ ଗୁଇନ୍ଦା ରିପୋର୍ଟରେ କୁହାଯାଇଥିଲା। ଏଥିସହ ଚଳିତ ବର୍ଷ ମାର୍ଚ୍ଚ ମାସରେ ତାଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିଲା, କିନ୍ତୁ ସେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବୋଲି ମଧ୍ୟ କୁହାଯାଇଥିଲା। ଚଳିତ ମାସ ପ୍ରାରମ୍ଭରେ ୭୦ ବର୍ଷ ବୟସରେ ପଦାର୍ପଣ କରଛନ୍ତି ପୁଟିନ୍। ତାଙ୍କ ଜନ୍ମ ଦିନ ଅବସରରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ପ୍ରାର୍ଥନା ମଧ୍ୟ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe