Advertisment

ଜୁଲୁସରେ ଭୟଙ୍କର ବିସ୍ଫୋରଣ: ୩ ମୃତ, ୫୦ରୁ ଅଧିକ ଆହତ

ମୁଲତାନ: କେନ୍ଦ୍ରୀୟ ପାକିସ୍ତାନରେ ଶିହା ମୁସଲିମମାନେ କରୁଥିବା ଜୁଲୁସ ବା ଶୋଭାଯାତ୍ରାରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଏଥିରେ ଏଯାଏ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ଇଷ୍ଟର୍ଣ୍ଣ ପଞ୍ଜାବ ପ୍ରଦେଶର ବାହାବଲନଗରରେ ଏପରି ବିସ୍ଫୋରଣ ଘଟିଛି। ଶିହା ମୁସଲିମମାନେ ଆଜି ଜୁଲୁସରେ ଯାଉଥିବା ବେଳେ ହଠାତ୍‌ […]

ଜୁଲୁସରେ ଭୟଙ୍କର ବିସ୍ଫୋରଣ: ୩ ମୃତ, ୫୦ରୁ ଅଧିକ ଆହତ

Pakistan

Advertisment

ମୁଲତାନ: କେନ୍ଦ୍ରୀୟ ପାକିସ୍ତାନରେ ଶିହା ମୁସଲିମମାନେ କରୁଥିବା ଜୁଲୁସ ବା ଶୋଭାଯାତ୍ରାରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଏଥିରେ ଏଯାଏ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଇଷ୍ଟର୍ଣ୍ଣ ପଞ୍ଜାବ ପ୍ରଦେଶର ବାହାବଲନଗରରେ ଏପରି ବିସ୍ଫୋରଣ ଘଟିଛି। ଶିହା ମୁସଲିମମାନେ ଆଜି ଜୁଲୁସରେ ଯାଉଥିବା ବେଳେ ହଠାତ୍‌ ବୋମା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ ଘେରି ରହିଛନ୍ତି। ମୃତାହତମାନେ ରାସ୍ତା କଡ଼ରେ ପଡ଼ି ରହିଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସହରର ପୁଲିସ୍‌ ଅଧିକାରୀ ମହମ୍ମଦ ଅସଦ ଓ ଶିହା ନେତା ଖାୱର ଶଫକତ ବୋମା ବିସ୍ଫୋରଣ ଘଟିଥିବା କଥାକୁ ସ୍ୱୀକାର କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଘଟଣା ପରେ ପୂରା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଶିହା ମୁସଲିମମାନେ ହମଲା ପରେ ରାସ୍ତାକୁ ଓହ୍ଲାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Advertisment

ଶିହାଙ୍କ ଜୁଲୁସକୁ ଟାର୍ଗେଟ କରାଯାଉଥିବାରୁ ସରକାର ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ସ୍ଥାନୀୟ ଅଞ୍ଚଳର ଲୋକମାନେ ଦାବି କରିଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଲଗା ଯାଇଛି। ସେହିପରି ଗତକାଲି ଠାରୁ ଶିହାଙ୍କ ଜୁଲୁସକୁ ଦୃଷ୍ଟିରେ ରଖି ଦେଶରେ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe