Advertisment

ପୁଟିନଙ୍କ ଯୁଦ୍ଧ ଘୋଷଣା ପରେ ରୁଷ ଓ ୟୁକ୍ରେନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ

ମସ୍କୋ: ୟୁକ୍ରେନ ବିରୋଧରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ସ୍ଥିତି ସାଂଘାତିକ ହୋଇଛି। ଏହି ଘୋଷଣାର କିଛି ମିନିଟ୍‌ ପରେ ଉଭୟ ରୁଷ ଓ ୟୁକ୍ରେନର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ୟୁକ୍ରେନର କିଭ୍‌ ଓ ଖାରକିଭ ଅଞ୍ଚଳ ଘନ ଘନ ବୋମା ମାଡ଼ ଚାଲିଛି। ଆମେରିକା ଭିତ୍ତିକ ବିଏନଓ ନ୍ୟୁଜ ଜାରି କରିଥିବା ଭିଡିଓରେ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ […]

ପୁଟିନଙ୍କ ଯୁଦ୍ଧ ଘୋଷଣା ପରେ ରୁଷ ଓ ୟୁକ୍ରେନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ

blast

Advertisment

ମସ୍କୋ: ୟୁକ୍ରେନ ବିରୋଧରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ସ୍ଥିତି ସାଂଘାତିକ ହୋଇଛି। ଏହି ଘୋଷଣାର କିଛି ମିନିଟ୍‌ ପରେ ଉଭୟ ରୁଷ ଓ ୟୁକ୍ରେନର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ୟୁକ୍ରେନର କିଭ୍‌ ଓ ଖାରକିଭ ଅଞ୍ଚଳ ଘନ ଘନ ବୋମା ମାଡ଼ ଚାଲିଛି। ଆମେରିକା ଭିତ୍ତିକ ବିଏନଓ ନ୍ୟୁଜ ଜାରି କରିଥିବା ଭିଡିଓରେ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ଦୃଶ୍ୟ ରହିଛି।

Advertisment

ଖାରକିଭ୍‌ରେ ବିସ୍ଫୋରଣ ଯୋଗୁ କେମିତି ଅନ୍ଧାର ରାତିରେ ସବୁଆଡ଼ ଆଲୋକିତ ହେଉଛି ଓ ଧୂଆଁ ବାହାରୁଛି, ତାହା ଦେଖିବାକୁ ମିଳିଛି। ଏହାବାଦ ଡୋନେସ୍କର ମରିଉପୋଲରେ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି।

Advertisment


ଅନ୍ୟପକ୍ଷରେ ରୁଷର ବେଲଗୋରୋଡରେ ସିରିଜ୍‌ ବିସ୍ଫୋରଣ ହୋଇଥିବା ଖବର ରୟଟର୍ସ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ସିରିଜ୍ ବିସ୍ଫୋରଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ହେଲେ ନିର୍ଦ୍ଦିଷ୍ଟ ଭାବେ କ’ଣ କ୍ଷୟକ୍ଷତି ହୋଇଛି, ସେକଥା ଜଣାପଡ଼ିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe