Advertisment

ତାଲିବାନର ସରକାର ଗଠନ ପରେ ପ୍ରଥମଥର କାବୁଲରୁ ଉଡ଼ିଲା ବିମାନ

କାବୁଲ: ଆମେରିକା ଓ ନାଟୋ ସେନା ଆଫଗାନିସ୍ତାନ ଛାଡ଼ିବା ପରେ ପ୍ରଥମଥର ପାଇଁ କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହୋଇଛି। ମଙ୍ଗଳବାର ତାଲିବାନ ଦେଶରେ ଅସ୍ଥାୟୀ ସରକାର ଗଠନ କରିଥିଲା। ଏହାପରେ ଆଜି ପ୍ରଥମଥର ପାଇଁ କୌଣସି ବିମାନ ଲୋକଙ୍କୁ ଧରି କାବୁଲ ଛାଡ଼ିଛି। ଆମେରିକା ସେନା କାବୁଲ ଛାଡ଼ିବା ପରେ ଏଠାରେ ଥିବା ଏୟାରପୋର୍ଟକୁ ତାଲିବାନୀମାନେ ଦଖଲ କରିଥିଲେ। କତାର ସହାୟତାରେ ବିମାନ ବନ୍ଦରର ବୈଷୟିକ କାମ କରାଯାଇଥିଲା। କାମ ଶେଷ […]

ତାଲିବାନର ସରକାର ଗଠନ ପରେ ପ୍ରଥମଥର କାବୁଲରୁ ଉଡ଼ିଲା ବିମାନ

Kabul

Advertisment

କାବୁଲ: ଆମେରିକା ଓ ନାଟୋ ସେନା ଆଫଗାନିସ୍ତାନ ଛାଡ଼ିବା ପରେ ପ୍ରଥମଥର ପାଇଁ କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହୋଇଛି। ମଙ୍ଗଳବାର ତାଲିବାନ ଦେଶରେ ଅସ୍ଥାୟୀ ସରକାର ଗଠନ କରିଥିଲା। ଏହାପରେ ଆଜି ପ୍ରଥମଥର ପାଇଁ କୌଣସି ବିମାନ ଲୋକଙ୍କୁ ଧରି କାବୁଲ ଛାଡ଼ିଛି।

Advertisment

ଆମେରିକା ସେନା କାବୁଲ ଛାଡ଼ିବା ପରେ ଏଠାରେ ଥିବା ଏୟାରପୋର୍ଟକୁ ତାଲିବାନୀମାନେ ଦଖଲ କରିଥିଲେ। କତାର ସହାୟତାରେ ବିମାନ ବନ୍ଦରର ବୈଷୟିକ କାମ କରାଯାଇଥିଲା। କାମ ଶେଷ ହେବା ପରେ ଆଜି ପ୍ରଥମ ବିମାନ ଟେକପଅପ୍‌ କରିଛି।

କାବୁଲରୁ ଛାଡ଼ିଥିବା ପ୍ରଥମ ବ୍ୟବସାୟିକ ବିମାନରେ ୨୦୦ରୁ ଅଧିକ ଯାତ୍ରୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ଇଞ୍ଜିନିୟର, ଆମେରିକା ନାଗରିକ ଓ କିଛି ଅନ୍ୟ ରାଷ୍ଟ୍ରର ନାଗରିକ ଥିବା କୁହାଯାଉଛି। ତେବେ କୌଣସି ଆଫଗାନ ନାଗରିକ ବିମାନ ଜରିଆରେ ବିଦେଶକୁ ଯାତ୍ରା କରିଛନ୍ତି କି ନାହିଁ, ସେକଥା ଜଣାପଡ଼ିନି।

Advertisment

ଆଜି ଠାରୁ ବିମାନ ଉଡ଼ାଣ ଆରମ୍ଭ ହୋଇଥିବାରୁ ସାରା ବିଶ୍ୱକୁ ସାମାନ୍ୟ ଆଶ୍ୱସ୍ତ ମିଳିଛି। କାରଣ ତାଲିବାନ ଆଫଗାନକୁ ଦଖଲ କରିବା ପରେ ଅନେକ ରାଷ୍ଟ୍ରର ନାଗରିକ ସେଠାରେ ଫସି ରହିଛନ୍ତି। ସେମାନେ କାବୁଲରୁ ଉଦ୍ଧାର ହୋଇପାରିବେ କି ନାହିଁ, ତା’କୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା।

ହେଲେ ଆଜି ତାଲିବାନ ବିମାନ ଚଳାଚଳକୁ ଅନୁମତି ଦେଇଥିବାରୁ ସବୁ ରାଷ୍ଟ୍ର ସେମାନଙ୍କ ନାଗରିକଙ୍କୁ ଫେରାଇ ଆଣିବାକୁ ସକ୍ଷମ ହେବେ ବୋଲି ଆଶା ରଖିଛନ୍ତି। ସୂଚନାଯୋଗ୍ୟ, ଆଜି ଆମେରିକାର ଜଣେ ଅଧିକାରୀ କହିଥିଲେ ଯେ ତାଲିବାନ ବିଦେଶୀ ନାଗରିକଙ୍କ ଏୟାରଲିଫ୍ଟକୁ ଅନୁମତି ଦେବା ପାଇଁ ରାଜି ଅଛି। ଏହି ବୟାନର ମାତ୍ର କିଛି ଘଣ୍ଟା ପରେ ହିଁ କାବୁଲରୁ ବିମାନ ଉଡ଼ାଣ ଭରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe