Advertisment

ମଣିଷ ଭଳି ଦାନ୍ତ ଥିବା ମାଛ ଧରାପଡ଼ିଲା

ୱାଶିଂଟନ: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସୋଶାଲ ମିଡିଆରେ ଏଭଳି ଏକ ଖବର ଓ ଫଟୋ ଭାଇରାଲ ହେବାରେ ଲାଗିଛି। ଅବିକଳ ମଣିଷଙ୍କ ଭଳି ଦାନ୍ତ ଥିବା ମାଛକୁ ଜଣେ ଧୀବର ଧରିଛନ୍ତି। ଉତ୍ତର କାର୍ଲିଫର୍ଣ୍ଣିଆରେ ଏପରି ଘଟଣା ଘଟିଛି। ମାଛର ମଣିଷ ଭଳି ଦାନ୍ତ ଥିବା ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫେସବୁକରେ ଭାଇରାଲ ହେଉଥିବା ଏହି ଫଟୋରେ ମାଛର ଉପର ଓ ତଳ ମାଢ଼ିରେ ମଣିଷଙ୍କ ଭଳି ଦାନ୍ତ ସବୁ […]

ମଣିଷ ଭଳି ଦାନ୍ତ ଥିବା ମାଛ ଧରାପଡ଼ିଲା

Fish

Advertisment

ୱାଶିଂଟନ: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସୋଶାଲ ମିଡିଆରେ ଏଭଳି ଏକ ଖବର ଓ ଫଟୋ ଭାଇରାଲ ହେବାରେ ଲାଗିଛି। ଅବିକଳ ମଣିଷଙ୍କ ଭଳି ଦାନ୍ତ ଥିବା ମାଛକୁ ଜଣେ ଧୀବର ଧରିଛନ୍ତି। ଉତ୍ତର କାର୍ଲିଫର୍ଣ୍ଣିଆରେ ଏପରି ଘଟଣା ଘଟିଛି। ମାଛର ମଣିଷ ଭଳି ଦାନ୍ତ ଥିବା ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଫେସବୁକରେ ଭାଇରାଲ ହେଉଥିବା ଏହି ଫଟୋରେ ମାଛର ଉପର ଓ ତଳ ମାଢ଼ିରେ ମଣିଷଙ୍କ ଭଳି ଦାନ୍ତ ସବୁ ରହିଛି। ପାଟି ଭିତରେ ମଧ୍ୟ ଏକାଧିକ ରାଉଣ୍ଡର ଦାନ୍ତ ରହିଛି। ଏହି ମାଛଟି ଶିପଶେଡ ପ୍ରଜାତିର। ଏହାର ମୁହଁ ଶିପ୍‌ ଭଳି ହୋଇଥିବାରୁ ଏହାକୁ ଶିପଶେଡ ପ୍ରଜାତିର ମାଛ ନାଁରେ ନାମିତ କରାଯାଇଛି।

ଫେସବୁକ୍‌ରେ ମାଛର ଏହି ଫଟୋ ଶେୟାର ହେବା ପରେ ଏହା ଭାଇରାଲ ହେବାରେ ଲାଗିଛି। ଏହି ଶିପଶେଡ ମାଛ ସାଧାରଣତଃ ଉତ୍ତର ଓ ଦକ୍ଷିଣ ଆମେରିକାରେ ଦେଖାଯାଆନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe