Advertisment

କାବୁଲ ବିମାନ ବନ୍ଦରରେ ଗୁଳିମାଡ଼, ୫ ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗୁଳିମାଡ଼। ଏହି ଗୁଳିମାଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସମାଚାର ଏଜେନ୍ସି ରୟଟର୍ସ ଏହି ସୂଚନା ଦେଇଛି। ଆଫଗାନିସ୍ତାନକୁ ଫେରିଛି ପୁଣିଥରେ ତାଲିବାନୀ ଶାସନ। ଆଫଗାନିସ୍ତନକୁ ସମ୍ପୂର୍ଣ୍ଣ ଦଖଲ କରିଛି ତାଲିବାନ। ଏଣିକି ସେଠାରେ ତାଲିବାନ ସରକାର ଚାଲିବ। ରାଷ୍ଟ୍ରପତି ଭବନକୁ ତାଲିବାନୀମାନେ ଦଖଲ କରି ସାରିଛନ୍ତି। ତାଲିବାନର ଏକ ଗୋଷ୍ଠୀ ରାଜଧାନୀ କାବୁଲ ସ୍ଥିତ ରାଷ୍ଟ୍ରପତି ଭବନ ଭିତରେ ନଜର ଆସିଛନ୍ତି। ଫଳରେ ସେଠାରେ ପରିସ୍ଥିତି […]

ଅଦ୍ୟତନ ହୋଇଛି
କାବୁଲ ବିମାନ ବନ୍ଦରରେ ଗୁଳିମାଡ଼, ୫ ମୃତ

gunfire at kabul airport

Advertisment

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗୁଳିମାଡ଼। ଏହି ଗୁଳିମାଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସମାଚାର ଏଜେନ୍ସି ରୟଟର୍ସ ଏହି ସୂଚନା ଦେଇଛି।

Advertisment

ଆଫଗାନିସ୍ତାନକୁ ଫେରିଛି ପୁଣିଥରେ ତାଲିବାନୀ ଶାସନ। ଆଫଗାନିସ୍ତନକୁ ସମ୍ପୂର୍ଣ୍ଣ ଦଖଲ କରିଛି ତାଲିବାନ। ଏଣିକି ସେଠାରେ ତାଲିବାନ ସରକାର ଚାଲିବ। ରାଷ୍ଟ୍ରପତି ଭବନକୁ ତାଲିବାନୀମାନେ ଦଖଲ କରି ସାରିଛନ୍ତି। ତାଲିବାନର ଏକ ଗୋଷ୍ଠୀ ରାଜଧାନୀ କାବୁଲ ସ୍ଥିତ ରାଷ୍ଟ୍ରପତି ଭବନ ଭିତରେ ନଜର ଆସିଛନ୍ତି। ଫଳରେ ସେଠାରେ ପରିସ୍ଥିତି ଭୟାବହ ହୋଇଛି। ଲୋକେ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି କାବୁଲ ବିମାନ ବନ୍ଦରରେ ପ୍ରବଳ ଭିଡ଼ ଜମିଛି। ବଳପୂର୍ବକ ଠେଲାପେଲା ହୋଇ ବିମାନ କ୍ୟାବିନ ମଧ୍ୟରେ ପ୍ରବେଶ କରିବାକୁ ଲୋକେ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଏହି ୫ ଜଣଙ୍କ ମୃତ୍ୟୁ ଗୁଳିମାଡରେ ହୋଇଛି ନା ଦଳାଚକଟାରେ ହୋଇଛି, ତାହା କହିବା ମୁସ୍କିଲ।

Advertisment

ଆମେରିକାର ଜଣେ ସୈନ୍ୟ ଅଧିକାରୀଙ୍କ କହିବା ମୁତାବକ, ଆଜି ସାକଳୁ ବିମାନବନ୍ଦରର ଦାୟିତ୍ୱରେ ଥିବା ଆମେରିକୀୟ ସୈନିକମାନେ ଭିଡ଼ ହଟାଇବା ପାଇଁ ଫାଙ୍କା ଗୁଳିଚଳନା କରିଥିଲେ। ତେବେ ଏଥିରେ କେହି ମୃତାହତ ହୋଇଛନ୍ତି ନା ନାହିଁ ସେନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି।

ତାଲିବାନ ଦ୍ୱାରା କାବୁଲ ଦଖଲ ହେବା ପରଠାରୁ ବହୁ ସଂଖ୍ୟକ ଲୋକ ଦେଶ ଛାଡି ପଳାଉଛନ୍ତି। ସ୍ଥଳ ସୀମା ବନ୍ଦ ହେବା ପରେ ବିମାନବନ୍ଦରରେ ଲୋକଙ୍କ ଭିଡ଼ ଜମିଛୁ। ସେପଟେ ଏୟାର ଇଣ୍ଡିଆ ଆଫଗାନିସ୍ତାନର ସମସ୍ତ ବିମାନ ଉଡାଣ ଉପରେ ସ୍ଥଗିତ କରିଛି। ଦିଲ୍ଲୀ-କାବୁଲ-ଦିଲ୍ଲୀ ମଧ୍ୟରେ ସମସ୍ତ ବିମାନ ଚଳାଚଳ ବାତିଲ କରାଯାଇଛି।

ଏହା ବ୍ୟତୀତ ଆଫଗାନିସ୍ତାନରେ ଥିବା ଆମେରିକା ଦୂତବାସରେ ୨ଟି ବଡ ବିସ୍ଫୋରଣ ହୋଇଥିବା ଖବର ମିଳିଛି। ଏହି ବିସ୍ଫୋରଣରେ କେହି ମୃତାହତ ହୋଇଛନ୍ତି କି ନାହିଁ, ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

https://twitter.com/ahmermkhan/status/1427169392618446849?s=20

Taliban Recapture Afghanistan Taliban Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe