Advertisment

ବନ୍ଧୁକ ଉଠାଇଲେ ସୁନ୍ଦରୀ, ରୁଷ୍‌କୁ ଦେବେ ଜବାବ!

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଘନଘନ ଆକ୍ରମଣ କରୁଛି ରୁଷ୍। ଯୁଦ୍ଧ କାରଣରୁ ୟୁକ୍ରେନ ବାସିନ୍ଦାଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ବିଶେଷ କରି ୟୁକ୍ରେନ୍ ନାଗରିକ ଯୁଦ୍ଧରେ ଅଧିକ ପ୍ରଭାବିତ ହୋଇଛନ୍ତି। ୟୁକ୍ରେନ୍ ସରକାର ଓ ଏହାର ସେନା କୌଣସି ପରିସ୍ଥିତିରେ ହାର୍ ମାନିବାକୁ ପ୍ରସ୍ତୁତ ନାହାନ୍ତି। ଆଉ ସେମାନେ ଢାଲ ଭଳି ରୁଷର ପ୍ରତିଟି ଆକ୍ରମଣର ମୁକାବିଲା କରୁଛନ୍ତି। ଏପରି ସ୍ଥିତିରେ ୟୁକ୍ରେନ-ରୁଷ୍ ଯୁଦ୍ଧରେ ୟୁକ୍ରେନର ନାଗରିକ ମଧ୍ୟ ସାମିଲ୍ ହୋଇଛନ୍ତି। ହାତରେ ଅସ୍ତ୍ର […]

author-image
Ranjit Kumar Jena
ବନ୍ଧୁକ ଉଠାଇଲେ ସୁନ୍ଦରୀ, ରୁଷ୍‌କୁ ଦେବେ ଜବାବ!

anastasia-lenna

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଘନଘନ ଆକ୍ରମଣ କରୁଛି ରୁଷ୍। ଯୁଦ୍ଧ କାରଣରୁ ୟୁକ୍ରେନ ବାସିନ୍ଦାଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ବିଶେଷ କରି ୟୁକ୍ରେନ୍ ନାଗରିକ ଯୁଦ୍ଧରେ ଅଧିକ ପ୍ରଭାବିତ ହୋଇଛନ୍ତି। ୟୁକ୍ରେନ୍ ସରକାର ଓ ଏହାର ସେନା କୌଣସି ପରିସ୍ଥିତିରେ ହାର୍ ମାନିବାକୁ ପ୍ରସ୍ତୁତ ନାହାନ୍ତି। ଆଉ ସେମାନେ ଢାଲ ଭଳି ରୁଷର ପ୍ରତିଟି ଆକ୍ରମଣର ମୁକାବିଲା କରୁଛନ୍ତି। ଏପରି ସ୍ଥିତିରେ ୟୁକ୍ରେନ-ରୁଷ୍ ଯୁଦ୍ଧରେ ୟୁକ୍ରେନର ନାଗରିକ ମଧ୍ୟ ସାମିଲ୍ ହୋଇଛନ୍ତି। ହାତରେ ଅସ୍ତ୍ର ଧରି ସେମାନେ ରୁଷ୍ ବିରୋଧରେ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି। ଦେଶର ଏହି ସଂକଟ ସମୟରେ ଆଗକୁ ଆସିଛନ୍ତି ପୂର୍ବତନ ମିସ୍ ଗ୍ରାଣ୍ଡ ୟୁକ୍ରେନ୍ ବିଜେତା ଆନାସ୍ତାସିଆ ଲେନା। ସେ ଗ୍ଲାମର ଛାଡ଼ି ହାତରେ ବନ୍ଧୁକ ଧରିଛନ୍ତି। ଆଉ ଏହାର ଫଟୋ ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

Advertisment

ନିଜ ଦେଶର ରକ୍ଷା ପାଇଁ ଲେନା ହାତରେ ବନ୍ଧୁକ ଉଠାଇଛନ୍ତି। ସେ ଗ୍ଲାମରକୁ ଅଲବିଦା କହି ମିଲିଟାରୀ ପୋଷାକ ପରିଧାନ କରିଛନ୍ତି। ଦି ନ୍ୟୁୟର୍କ ପୋଷ୍ଟ ଅନୁସାରେ, ଆନାସ୍ତାନିଆ ଲେନା ନିଜ ଦେଶର ରକ୍ଷା ଲାଗି ରାଣ ଖାଇଛନ୍ତି। ସେ କୌଣସି ପରିସ୍ଥିତିରେ ରୁଷୀୟ ସେନାର ମୁକାବିଲା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ସେନା ପୋଷାକ ପିନ୍ଧିଥିବା ତାଙ୍କର ଏହି ଫଟୋ ଖୁବ୍ ଭାଇରାଲ୍ ହୋଇଛି।

Anastasia Lenna Biography: Net Worth, Height, Weight, Age, Birthday,  Wikipedia

ପୂର୍ବତନ ମିସ୍ ୟୁକ୍ରେନ୍ ଆନାସ୍ତାନିଆ କହିଛନ୍ତି ଯେ ଯେଉଁମାନେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ୟୁକ୍ରେନ୍ ସୀମା ଅତିକ୍ରମ କରୁଛନ୍ତି, ସେମାନଙ୍କୁ ମାରିଦିଆଯିବ। ଏହା ସହ ଆନାସ୍ତାନିଆ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସମର୍ଥନରେ ଏକ ବାର୍ତ୍ତା ପୋଷ୍ଟ କରିଛନ୍ତି। ସେ ରାଷ୍ଟ୍ରପତିଙ୍କୁ ସଚ୍ଚୋଟ ଓ ମଜଭୁତ୍ ନେତା ଭାବେ ସମ୍ବୋଧିତ କରି ସେନାର ଏକ ଫଟୋ ଶେଆର୍ କରିଛନ୍ତି।

Advertisment

ଆନାସ୍ତାନିଆଙ୍କ ଫଟୋକୁ ଇନଷ୍ଟାଗ୍ରାମରେ ୯୫ହଜାରରୁ ଅଧିକ ଲାଇକ୍ସ ମିଳିଛି। ଏହି ଫଟୋକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ମିଳିଛି। ଜଣେ ୟୁଜର ଲେଖିଛନ୍ତି, ବାସ୍ତବରେ ଏହା ଏକ ବହୁତ ଭଲ ପଦକ୍ଷେପ। ଅନ୍ୟଜଣେ ୟୁଜର ଲେଖିଛନ୍ତି, ଦେଶର ରକ୍ଷା ପାଇଁ ଏହି ପଦକ୍ଷେପ ଖୁବ୍ ପ୍ରଶଂସନୀୟ।