/odisha-reporter/media/post_attachments/uploads/2022/11/Imran-khan.jpg)
Imran-khan
ଇସଲାମାବାଦ: ଗୃହଯୁଦ୍ଧ ଭଳି ପରିସ୍ଥିତିର ସାମ୍ନା କରୁଥିବା ପାକିସ୍ତାନରେ ଆଜି ବଡ଼ ଘଟଣା ଘଟିଛି। ସରକାରଙ୍କ ବିରୋଧରେ ରାଲି କରୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି ମାଡ଼ କରାଯାଇଛି। ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଇମ୍ରାନ। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏଥିସହ ତାଙ୍କ ମ୍ୟାନେଜର ଓ ରାଲିରେ ଯୋଗ ଦେଇଥିବା କିଛି ଲୋକ ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି।
[caption id="" align="aligncenter" width="612"]
ଗୁଳିମାଡ଼ ପରର ଦୃଶ୍ୟ[/caption]
ମିଳିଥିବା ସୂଚନା ଅନୁଯାୟୀ, ଆଜି ଇମ୍ରାନ ଖାନଙ୍କ ନେତୃତ୍ୱରେ ୱାଜିରାବାଦରେ ପ୍ରକୃତ ସ୍ୱାଧୀନତା ନାଁରେ ବିଶାଳ ରାଲିର ଆୟୋଜନ କରାଯାଇଥିଲା। ଏହି ସମୟରେ ଇମ୍ରାନ ଓ ରାଲି ଉପରକୁ ଗୁଳିମାଡ଼ ହୋଇଥିଲା। ଗୁଳି ଇମ୍ରାନ ଖାନଙ୍କ ଗୋଡ଼ରେ ବାଜିବାରୁ ସେ ଆହତ ହୋଇଛନ୍ତି।
ଜାଫରାଲି ଖାନ ଚୌକ ନିକଟରେ ଘଟଣା ଘଟିଥିବା ଘଟଣାରେ ଇମ୍ରାନଙ୍କ ବ୍ୟତୀତ ଆଉ ୪ ଜଣ ମଧ୍ୟ ଆହତ ହୋଇଥିବା ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଗୁଳିମାଡ଼ ପରେ ତୁରନ୍ତ ଇମ୍ରାନ ଖାନଙ୍କୁ ସେ ସମ୍ବୋଧନ କରୁଥିବା କଣ୍ଟେନରରୁ ବୁଲେଟ ପ୍ରୁଫ କାର୍କୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
