Advertisment

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ

ଲଣ୍ଡନ: ପାକିସ୍ତାନରେ ଚାଲିଥିବା ରଜନୈତିକ ଅସ୍ଥିରତା ଭିତରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କୁ ଆକ୍ରମଣ ହୋଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପିଟିଆଇର ଜଣେ ସମର୍ଥକ ନୱାଜ ଶରିଫ୍‌ଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଶରିଫଙ୍କ ସୁରକ୍ଷାକର୍ମୀ ଆହତ ହୋଇଥିବା ନେଇ ପାକିସ୍ତାନୀ ସାମ୍ବାଦିକ ଅହମଦ ନୁରାନୀ ସୂଚନା ଦେଇଛନ୍ତି। ପାକିସ୍ତାନର ‘ଫ୍ୟାକ୍ଟ୍‌ ଫୋକସ୍‌’ ପାଇଁ ରିପୋର୍ଟ କରୁଥିବା ନୂରାନୀ ଟ୍ୱିଟ୍ କରି କହିଛନ୍ତି ଯେ ନୱାଜ ଶରିଫଙ୍କୁ ପିଟିଆଇ(ପାକିସ୍ତାନ ତେହରୀକ-ଇ-ଇନସାଫ)ର ଜଣେ […]

author-image
Madhupriya Mistry
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ

nAWAZ sHARIF

ଲଣ୍ଡନ: ପାକିସ୍ତାନରେ ଚାଲିଥିବା ରଜନୈତିକ ଅସ୍ଥିରତା ଭିତରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କୁ ଆକ୍ରମଣ ହୋଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପିଟିଆଇର ଜଣେ ସମର୍ଥକ ନୱାଜ ଶରିଫ୍‌ଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଶରିଫଙ୍କ ସୁରକ୍ଷାକର୍ମୀ ଆହତ ହୋଇଥିବା ନେଇ ପାକିସ୍ତାନୀ ସାମ୍ବାଦିକ ଅହମଦ ନୁରାନୀ ସୂଚନା ଦେଇଛନ୍ତି।

Advertisment

ପାକିସ୍ତାନର ‘ଫ୍ୟାକ୍ଟ୍‌ ଫୋକସ୍‌’ ପାଇଁ ରିପୋର୍ଟ କରୁଥିବା ନୂରାନୀ ଟ୍ୱିଟ୍ କରି କହିଛନ୍ତି ଯେ ନୱାଜ ଶରିଫଙ୍କୁ ପିଟିଆଇ(ପାକିସ୍ତାନ ତେହରୀକ-ଇ-ଇନସାଫ)ର ଜଣେ ସମର୍ଥକ ଆକ୍ରମଣ କରିଛନ୍ତି। ଏଥିରେ ଶରିଫଙ୍କ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ବିରୋଧରେ ପାକ ସଂସଦରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟିଂ ହେବ। ତେବେ ତା ପୂର୍ବରୁ ନୱାଜଙ୍କ ଉପରେ ପିଟିଆଇ କର୍ମକର୍ତ୍ତା ଆକ୍ରମଣ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆକ୍ରମଣ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଜି ରାତି ସୁଦ୍ଧା ଗିରଫ କରାଯିବ ବୋଲି ସୁନିଶ୍ଚିତ କରାଯିବା ଉଚିତ।

ଯଦି ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସଫଳ ହେଲା ତେବେ ନୱାଜ ଶରିଫଙ୍କ ଭାଇ ତଥା ପାକିସ୍ତାନ ମୁସ୍ଲିମ ଲିଗ୍‌(ଏନ୍‌)ର ନେତା ସେହବାଜ ଶରିଫ ପ୍ରଧାନମନ୍ତ୍ରୀ ପଦ ପାଇଁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେବେ। ଏଥିପାଇଁ ସରଫି ପରିବାର ବିରୋଧରେ ପିଟିଆଇର ଅସନ୍ତୋଷ ରହିଛି।

Advertisment

ସେପଟେ ବାପା ନୱାଜ ଶରିଫଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ଝିଅ ମରିୟମ। ଶାସକ ଦଳର ଯେଉଁମାନେ ହିଂସା ଘଟାଉଛନ୍ତି ସେମାନଙ୍କୁ ଜେଲ୍‌ରେ ବନ୍ଦ କରିଦେବା ଉଚିତ। ସେହିପରି ଇମ୍ରାନ ଖାନ୍‌ଙ୍କୁ ହିଂସା ଉକ୍‌ସାଇବା ଦେଶଦ୍ରୋହ ଅଭିଯୋଗରେ ଜେଲ ପଠାଇବା ଉଚିତ ବୋଲି ମରିୟମ କହିଛନ୍ତି।