Advertisment

କୋଭିଡ୍ ଲଢ଼େଇରେ ଭାରତକୁ ସହଯୋଗର ହାତ ବଢ଼ାଇଲା ଫ୍ରାନ୍ସ

ପ୍ୟାରିସ: କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ସାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମି ନଥିବାରୁ ଏବେ ଭାରତ ବିପଦରେ ପଡ଼ିଛି। କେଉଁଠି ଆକ୍ରାନ୍ତ ହସ୍ପିଟାଲ ବାହାରେ ବସି ଅକ୍ସିଜେନ ନେଉଛନ୍ତି ତ ଆଉ କେଉଁଠି ଅକ୍ସିଜେନ ଅଭାବରେ ସଂକ୍ରମଣର ଶିକାର ହୋଇ ନିଜେ ଡାକ୍ତର ମୃତ୍ୟୁ ବରଣ କରୁଛନ୍ତି। ଏଭଳି ସ୍ଥିତିରେ ଭାରତକୁ ସହଯୋଗ କରିବା ପାଇଁ ହାତ ବଢ଼ାଇଛି ଫ୍ରାନ୍ସ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କୋଭିଡ […]

author-image
Subhransu Sekhar
ଅଦ୍ୟତନ ହୋଇଛି
କୋଭିଡ୍ ଲଢ଼େଇରେ ଭାରତକୁ ସହଯୋଗର ହାତ ବଢ଼ାଇଲା ଫ୍ରାନ୍ସ

macron-modi

ପ୍ୟାରିସ: କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ସାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମି ନଥିବାରୁ ଏବେ ଭାରତ ବିପଦରେ ପଡ଼ିଛି। କେଉଁଠି ଆକ୍ରାନ୍ତ ହସ୍ପିଟାଲ ବାହାରେ ବସି ଅକ୍ସିଜେନ ନେଉଛନ୍ତି ତ ଆଉ କେଉଁଠି ଅକ୍ସିଜେନ ଅଭାବରେ ସଂକ୍ରମଣର ଶିକାର ହୋଇ ନିଜେ ଡାକ୍ତର ମୃତ୍ୟୁ ବରଣ କରୁଛନ୍ତି। ଏଭଳି ସ୍ଥିତିରେ ଭାରତକୁ ସହଯୋଗ କରିବା ପାଇଁ ହାତ ବଢ଼ାଇଛି ଫ୍ରାନ୍ସ।

Advertisment

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କୋଭିଡ -19 ସଂକ୍ରମଣର ମୁକାବିଲା ପାଇଁ ଭାରତକୁ ସାହାଯ୍ୟ କରିବାକୁ ତାଙ୍କ ଦେଶ ପ୍ରସ୍ତୁତ ବୋଲି କହିଛନ୍ତି। ଇମାନୁଏଲ୍ ମାକ୍ରନ୍ କହିଛନ୍ତି, ‘ଭାରତରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ପ୍ରତ୍ୟେକ ଭାରତୀୟଙ୍କୁ ଏହାର ମୁକାବିଲା କରିବା ପାଇଁ ଏକାଠି ହେବା ଦରକାର ବୋଲି ସେ ନିଜର ବାର୍ତ୍ତା ଦେଇଛନ୍ତି। ଏହି କୋଭିଡ ବିରୋଧୀ ଯୁଦ୍ଧରେ ଫ୍ରାନ୍ସ ଭାରତ ସହିତ ରହିଛି ବୋଲି ସେ କହିଛନ୍ତି।

https://twitter.com/ANI/status/1385466282380644359?s=20

ଭାରତରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ଫ୍ରାନ୍ସ ୧୦ ଦିନ ପାଇଁ ଭାରତରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ନିଷ୍ପତ୍ତି ନେଇଛି। ଏଥି ସହିତ ବ୍ରିଟେନ, ପାକିସ୍ଥାନ ଏବଂ କାନାଡା ଭାରତକୁ ରେଡ୍ ଲିଷ୍ଟରେ ରଖିଛନ୍ତି। ଏଥିସହ ଭାରତରୁ ଆସୁଥିବା ସମସ୍ତ ବିମାନ ସେବାକୁ ବାତିଲ କରିଛନ୍ତି।

Advertisment

ସହଯୋଗ ପାଇଁ ଚାଇନା ପ୍ରସ୍ତୁତ

ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଚାଇନାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଓ୍ୱାଙ୍ଗ ଓ୍ୱେନବିନ (Wang Wenbin) କହିଛନ୍ତି ଭାରତକୁ ସହଯୋଗ କରିବାକୁ ତାଙ୍କ ଦେଶ ପ୍ରସ୍ତୁତ। କୋଭିଡ୍ ସାରା ମାନବଜାତି ପାଇଁ ଶତ୍ରୁ। ଏହାକୁ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ହେବ। ଭାରତକୁ ସମସ୍ତ ପ୍ରକାର ଚିକିତ୍ସା ଉପକରଣ ପଠାଇବା ପାଇଁ ଚାଇନା ପ୍ରସ୍ତୁତ ବୋଲି ସେ କହିଛନ୍ତି। ହେଲେ ବେଜିଂ ନୂଆଦିଲ୍ଲୀ ଆଗରେ ସହଯୋଗ କରିବା ପାଇଁ ପ୍ରସ୍ତାବ ରଖିଛି କି ନାହିଁ ଓ୍ୱେନବିନ କହିନାହାନ୍ତି।