Advertisment

କରୋନାରୁ ସୁସ୍ଥ ଲୋକଙ୍କୁ ଟିକାର ଗୋଟିଏ ଡୋଜ୍‌ ନେବାକୁ ପରାମର୍ଶ

ପ୍ୟାରିସ: ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ କରୋନା ଟିକା ପ୍ରଦାନ କ୍ଷେତ୍ରରେ ଫ୍ରାନ୍ସ ନୂଆ ପରାମର୍ଶ ଦେଇଛି। କରୋନା ଭାଇରସରେ ସଂକ୍ରମିତ ହୋଇ ସୁସ୍ଥ ହୋଇ ସାରିଥିବା ଲୋକମାନେ ଟିକାର ଗୋଟିଏ ଡୋଜ୍‌ ନେବାକୁ ସେଠାକାର ସରକାର କହିଛନ୍ତି। ଫ୍ରାନ୍ସର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ କରୋନାରୁ ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ଟିକାର ଗୋଟିଏ ଡୋଜ୍‌ ନେଲେ ଯେତିକି ଇମ୍ୟୁନିଟି ପାୱାର ବଢ଼ିଥାଏ, କରୋନାରୁ ସୁସ୍ଥ ହୋଇଥିବା […]

କରୋନାରୁ ସୁସ୍ଥ ଲୋକଙ୍କୁ ଟିକାର ଗୋଟିଏ ଡୋଜ୍‌ ନେବାକୁ ପରାମର୍ଶ

France

Advertisment

ପ୍ୟାରିସ: ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ କରୋନା ଟିକା ପ୍ରଦାନ କ୍ଷେତ୍ରରେ ଫ୍ରାନ୍ସ ନୂଆ ପରାମର୍ଶ ଦେଇଛି। କରୋନା ଭାଇରସରେ ସଂକ୍ରମିତ ହୋଇ ସୁସ୍ଥ ହୋଇ ସାରିଥିବା ଲୋକମାନେ ଟିକାର ଗୋଟିଏ ଡୋଜ୍‌ ନେବାକୁ ସେଠାକାର ସରକାର କହିଛନ୍ତି।

Advertisment

ଫ୍ରାନ୍ସର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ କରୋନାରୁ ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ଟିକାର ଗୋଟିଏ ଡୋଜ୍‌ ନେଲେ ଯେତିକି ଇମ୍ୟୁନିଟି ପାୱାର ବଢ଼ିଥାଏ, କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଶରୀରରେ ସେତିକି ପରିମାଣର ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇଥାଏ।

ସେମାନଙ୍କୁ କରୋନା କବଳରୁ ରକ୍ଷା ପାଇବା ପାଇଁ ହେଲେ ଟିକାର ଗୋଟିଏ ଡୋଜ୍‌ ନେବା ଯଥେଷ୍ଟ। ତେଣୁ କରୋନାରୁ ସୁସ୍ଥ ହୋଇଥିବା ଲୋକ ଟିକାର ଗୋଟିଏ ଡୋଜ୍ ନିଅନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତାବ ଦେଇଛି। ତେବେ ଏହା ବାଧ୍ୟତାମୂଳକ ବା ଜରୁରୀ ନୁହେଁ। ଲୋକମାନେ ନିଜ ଇଚ୍ଛା ଅନୁସାରେ ଟିକାର ଗୋଟିଏ ଡୋଜ୍ ନେଇପାରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe