Advertisment

ପେଗାସସ୍‌ ରିପୋର୍ଟ: ଫ୍ରାନ୍ସରେ ଆରମ୍ଭ ହେଲା ତଦନ୍ତ

ପ୍ୟାରିସ: ଇସ୍ରାଏଲ ସ୍ପାଇୱେୟାର ପେଗାସସ୍‌ ରିପୋର୍ଟକୁ ନେଇ ଭାରତ ସମେତ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି। ପେଗାସସ୍‌ ଦ୍ୱାରା ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗ ହୋଇଛି। ଭାରତରେ ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ପେଗାସସ୍ ଟାର୍ଗେଟରେ ଥିବା ଜଣାପଡ଼ିଛି। ଭାରତରେ ଏହାକୁ ନେଇ ରାଜନୀତିକ ବୟାନବାଜୀ ଚାଲିଥିବା ବେଳେ ଫ୍ରାନ୍ସ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ମୋର୍କାନ ଗୁଇନ୍ଦା ବିଭାଗ ପେଗାସସ୍ ଦ୍ୱାରା ଫ୍ରାନ୍ସର ଏକାଧିକ ସାମ୍ବାଦିକଙ୍କ ଉପରେ ନଜର ରଖିଥିବା ଜଣାପଡ଼ିବା ପରେ […]

ପେଗାସସ୍‌ ରିପୋର୍ଟ: ଫ୍ରାନ୍ସରେ ଆରମ୍ଭ ହେଲା ତଦନ୍ତ

Pegasus

Advertisment

ପ୍ୟାରିସ: ଇସ୍ରାଏଲ ସ୍ପାଇୱେୟାର ପେଗାସସ୍‌ ରିପୋର୍ଟକୁ ନେଇ ଭାରତ ସମେତ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି। ପେଗାସସ୍‌ ଦ୍ୱାରା ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗ ହୋଇଛି। ଭାରତରେ ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ପେଗାସସ୍ ଟାର୍ଗେଟରେ ଥିବା ଜଣାପଡ଼ିଛି। ଭାରତରେ ଏହାକୁ ନେଇ ରାଜନୀତିକ ବୟାନବାଜୀ ଚାଲିଥିବା ବେଳେ ଫ୍ରାନ୍ସ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।

Advertisment

ମୋର୍କାନ ଗୁଇନ୍ଦା ବିଭାଗ ପେଗାସସ୍ ଦ୍ୱାରା ଫ୍ରାନ୍ସର ଏକାଧିକ ସାମ୍ବାଦିକଙ୍କ ଉପରେ ନଜର ରଖିଥିବା ଜଣାପଡ଼ିବା ପରେ ପ୍ୟାରିସ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଛି। ଏ ସମ୍ପର୍କରେ ଫ୍ରାନ୍ସ ତଦନ୍ତକାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ତଦନ୍ତ ମୁଖ୍ୟତଃ ୧୦ଟି ଭିନ୍ନ ଚାର୍ଜ ଉପରେ କରାଯିବ। ଏହା ମଧ୍ୟରେ ଅପରାଧିକ ଷଡ଼ଯନ୍ତ୍ର, ବ୍ୟକ୍ତିଗତ ଇଲକଟ୍ରୋନିକ୍ସ ଡିଭାଇସରେ କୌଣସି ଅନୈତିକ କାର୍ଯ୍ୟ ଓ ବ୍ୟକ୍ତିଗତ ଗୋପାନୀୟତାକୁ ଉଲ୍ଲଙ୍ଘନ କରାଯାଇଛି କି ନାହିଁ, ତା’ର ଯାଞ୍ଚ ରହିଛି।

ସୋମବାର ଅନୁସନ୍ଧାନ ମୂଳକ ଖବର ପ୍ରକାଶ କରୁଥିବା ମିଡିଆପାର୍ଟ ବିଧିବଦ୍ଧ ଭାବେ ଗୁଇନ୍ଦାଗିରି ସମ୍ପର୍କରେ ଅଭିଯୋଗ ଦାଖଲ କରିଥିଲା। ଆଉ ଏକ ଖବର କାଗଜ ଲେ କାନାର୍ଡ ଇନଚାଇନେ ମଧ୍ୟ ସମାନ ପଦକ୍ଷେପ ନେବ। ଏହି ଦୁଇ ସଂସ୍ଥା ମୋର୍କୋ ବିରୋଧରେ ପେଗାସସ୍‌ ଦ୍ୱାରା ଗୁଇନ୍ଦାଗିରି ଅଭିଯୋଗ ଆଣିଛନ୍ତି। ହେଲେ ମୋର୍କୋ ଏହାକୁ ଖଣ୍ଡନ କରିଛି।

Advertisment

ସୂଚନା ଅନୁସାରେ, ଆମେରିକାର ୱାଶିଂଟନ୍‌ ପୋଷ୍ଟ, ଇଂଲଣ୍ଡର ଦ ଗାର୍ଡ଼ିଆନ୍‌, ଫ୍ରାନ୍ସର ଲେ ମଣ୍ଡେ ଓ ଭାରତର ଦ ୱେୟାର ସହ ଆମ୍‌ନେଷ୍ଟି ଇଣ୍ଟରନେସନାଲ ଓ ଫରବିଡିନ୍‌ ଷ୍ଟୋରିଜ୍‌ ମିଳିତ ଭାବେ ପେଗାସସ୍‌ ସ୍ପାଇୱେୟାର ଉପରେ ଯାଞ୍ଚ କରିଥିଲେ। ଏହି ସମୟରେ ସମଗ୍ର ବିଶ୍ୱର ପ୍ରାୟ ୫୦ ହଜାର ଫୋନ ନମ୍ବର ଏହି ସ୍ପାଇୱେୟାର ଟାର୍ଗେଟରେ ରହିଥିବା ଖବର ମିଳିଛି।

Pegasus Spyware
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe