ବନ୍ଦ କୋଠରୀରେ ବିନା ମାସ୍କରେ ଏକାଠି ହୋଇପାରିବେ ଲୋକେ, ସର୍ତ୍ତ ଲାଗୁ

ୱାଶିଂଟନ: ମହାମାରୀ କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଆମେରିକା ନୂଆ ନିୟମ ଜାରି କରିଛି। ବନ୍ଦ କୋଠରୀରେ ଏଣିକି ଲୋକମାନେ ବିନା ମାସ୍କରେ ଏକାଠି ହୋଇପାରିବେ। କିନ୍ତୁ ମାସ୍କ ପିନ୍ଧୁ ନଥିବା ଲୋକମାନେ କରୋନାର ରକ୍ଷା କବଳ କୁହାଯାଉଥିବା ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିବା ପରେ ହିଁ ଏହି କୋହଲ କଟକଣାର ଲାଭ ଉଠାଇପାରିବେ। ତେବେ ସର୍ବସାଧାରଣରେ ମାସ୍କ ପିନ୍ଧିବାକୁ ଟିକା ନେଇଥିବା ଲୋକ ବାଧ୍ୟ। ସେହିପରି ନିହାତି ଜରୁରୀ ନଥିଲେ, […]

Vaccine

Hemant Lenka
  • Published: Tuesday, 09 March 2021
  • , Updated: 09 March 2021, 11:35 AM IST

ୱାଶିଂଟନ: ମହାମାରୀ କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଆମେରିକା ନୂଆ ନିୟମ ଜାରି କରିଛି। ବନ୍ଦ କୋଠରୀରେ ଏଣିକି ଲୋକମାନେ ବିନା ମାସ୍କରେ ଏକାଠି ହୋଇପାରିବେ। କିନ୍ତୁ ମାସ୍କ ପିନ୍ଧୁ ନଥିବା ଲୋକମାନେ କରୋନାର ରକ୍ଷା କବଳ କୁହାଯାଉଥିବା ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିବା ପରେ ହିଁ ଏହି କୋହଲ କଟକଣାର ଲାଭ ଉଠାଇପାରିବେ। ତେବେ ସର୍ବସାଧାରଣରେ ମାସ୍କ ପିନ୍ଧିବାକୁ ଟିକା ନେଇଥିବା ଲୋକ ବାଧ୍ୟ। ସେହିପରି ନିହାତି ଜରୁରୀ ନଥିଲେ, ଟିକା ନେଇ ସାରିବା ପରେ ମଧ୍ୟ ଲୋକମାନେ ବିଦେଶ ଯାତ୍ରା ନ କରିବା ଭଲ ବୋଲି ଆଜି ବାଇଡେନ ପ୍ରଶାସନ ପକ୍ଷରୁ କୁହାଯାଇଛି।

ସିଡିସି ପକ୍ଷରୁ କୁହାଯାଇଛି ଯେ ଛୋଟ ଛୋଟ ଗ୍ରୁପରେ ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଥିବା ଲୋକମାନେ ବିନା ମାସ୍କରେ ଟିକା ନେଇ ନଥିବା ଲୋକଙ୍କୁ ବନ୍ଦ କୋଠରୀରେ ଭେଟି ପାରିବେ। ତେବେ ସେମାନେ ଭେଟିବାକୁ ଥିବା ଲୋକମାନଙ୍କ ଶରୀରେ କୌଣସି ପ୍ରକାରର କରୋନାର ଲକ୍ଷଣ ନଥିବା ଦରକାର।

ଦେଶରେ ଜୋରସୋରରେ ଟିକାକରଣ କାର୍ଯ୍ୟକ୍ରମ ଚାଲୁଥିବାରୁ ବାଇଡେନ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ରାଷ୍ଟ୍ରପତି ଜୋ ବାଇଡେନ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ସିଡିସି ଜାରି କରିଥିବା ଗାଇଡଲାଇନକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି।

ସିଡିସି କହିଛି ଯେ ଟିକାର ଦୁଇଟି ଯାକ ଡୋଜ୍‌ ନେବା ପରେ ସଂକ୍ରମିତ ହେବାର ଆଶଙ୍କା କମ। କିନ୍ତୁ ଟିକା ନେଇ ସାରିଥିବା ଲୋକମାନେ ପୂର୍ବଭଳି ବିଶାଳ ଜନସମାଙ୍ଗମ ହେଉଥିବା ସ୍ଥାନରୁ ନିଜକୁ ଦୂରେଇ ରଖିବା ଭଲ। ଟିକା ନ ନେଇଥିବା ଏକାଧିକ ଲୋକଙ୍କୁ ଘରକୁ ଯାଇ ଭେଟିବା ବେଳେ ମାସ୍କ ପିନ୍ଧନ୍ତୁ। ସେହିପରି କରୋନାର ଗୁରୁତର ଲକ୍ଷଣ ଥିବା ଲୋକଙ୍କ ସହ କଥା ହେବା ବେଳେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ।

ସିଡିସି ନିର୍ଦ୍ଦେଶକ କହିଛନ୍ତି, ଏକ ଗୁରୁତର ମହାମାରୀର ମଧ୍ୟଭାଗରେ ଆମେ ରହିଛୁ। ଆମେରିକାର ୯୦% ଲୋକ ଏବେ ବି ସଂପୂର୍ଣ୍ଣ ଭାବେ ଟିକା ନେଇନାହାନ୍ତି। ତେଣୁ ଟିକା ନେଇଥିବା ଓ ଟିକା ନେଇ ନଥିବା ଲୋକମାନେ ଯଥା ସମ୍ଭବ ମଧ୍ୟମରୁ ବଡ଼ ଧରରଣ ଜନସମାବେଶରୁ ନିଜକୁ ଦୂରେଇ ରଖନ୍ତୁ। ସେହିପରି ଅତି ଜରୁରୀ ନଥିଲେ ବିଦେଶ ଯାତ୍ରା ମଧ୍ୟ କରନ୍ତୁ ନାହିଁ।

ଆମେରିକାରେ କରୋନା ଯୋଗୁ ୫,୨୫,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ବାଇଡେନ ରାଷ୍ଟ୍ରପତି ହେବା ପରେ ଲୋକମାନଙ୍କୁ ଅତିକମରେ ୧୦୦ ଦିନ ଯାଏ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି। ତାଙ୍କ ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁବେଳେ କରୋନାକୁ ବେଖାତିର କରିବା ସହ ଲୋକଙ୍କୁ ମାସ୍କ ପିନ୍ଧିବାକୁ ଆଦୌ କହୁ ନଥିଲେ।

Related story