Advertisment

ପୁଣି ଝୁଣ୍ଟିଲେ ବାଇଡେନ୍‌

ନୂଆଦିଲ୍ଲୀ: ପୁଣି ଝୁଣ୍ଟିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଶିଡିରୁ ତଳେ ପଡୁ ପଡୁ ଅଳ୍ପକେ ବର୍ତ୍ତିଗଲେ। ଜୋ ବାଇଡେନଙ୍କୁ ସାହାରା ଦେଲେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିିଡୋଡୋ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତକାଲିଠୁ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ହେଉଛି ଦ୍ୱିତୀୟ ଦିନ। ଏଥିରେ ଭାଗ ନେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇଣ୍ଡୋନେସିଆର ରାଜଧାନୀ ବାଳିରେ ପହଞ୍ଚିଛନ୍ତି। ଏଠାରେ ବିଭିନ୍ନ ଦେଶ ମଧ୍ୟରେ […]

ପୁଣି ଝୁଣ୍ଟିଲେ ବାଇଡେନ୍‌

joe-biden-nearly-fell-on-stairs

Advertisment

ନୂଆଦିଲ୍ଲୀ: ପୁଣି ଝୁଣ୍ଟିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଶିଡିରୁ ତଳେ ପଡୁ ପଡୁ ଅଳ୍ପକେ ବର୍ତ୍ତିଗଲେ। ଜୋ ବାଇଡେନଙ୍କୁ ସାହାରା ଦେଲେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିିଡୋଡୋ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଗତକାଲିଠୁ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ହେଉଛି ଦ୍ୱିତୀୟ ଦିନ। ଏଥିରେ ଭାଗ ନେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇଣ୍ଡୋନେସିଆର ରାଜଧାନୀ ବାଳିରେ ପହଞ୍ଚିଛନ୍ତି। ଏଠାରେ ବିଭିନ୍ନ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ତେବେ ଏହାରି ଭିତରେ ବାଇଡେନ୍ ଏକ ଭିଡିଓ ସାମ୍ନାକୁ ଆସିଛି। ସେ ଶିଡିରୁ ତଳେ ପଡୁ ପଡୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

https://twitter.com/ANI/status/1592717952259829760?s=20&t=lrhM0fktFBN9RYYyLnZ6Xg

Advertisment

ବାଇଡେନ୍ ଓ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ମ୍ୟାନ୍‌ଗ୍ରୋବ ସୁନ୍ଦରବନ ବୁଲିବା ପାଇଁ ପହଞ୍ଚିଥିଲେ। ତେବେ ସେହି ସମୟରେ ବାଇଡେନ୍ ଶିଡି ଚଢ଼ିବା ବେଳେ ଝୁଣ୍ଟିପଡିଥିଲେ। ଏତିକି ବେଳେ ତାଙ୍କୁ ସମ୍ଭାଳି ନେଇଥିଲେ ଜୋକୋ।

ଏହାପୂର୍ବରୁ ମଧ୍ୟ ଜୋ ବାଇଡେନ୍‌ଙ୍କ ଶିଡିରୁ ତେଳେ ପଡିଯାଇଥିବା ଭିଡିଓ ସାମ୍ନାକୁ ଆସି ସାରିଛି। ସେ ବିମାନର ଶିିଡି ଚଢ଼ିବା ବେଳେ ତଳେ ଖସି ପଡିଯାଇଥିଲେ। ଏହି ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe