Advertisment

‘ଟିକା ନିଅନ୍ତୁ, ନହେଲେ ସଂକ୍ରମିତ ହୋଇ ପ୍ରାଣ ହରାଇବେ’

ବର୍ଲିନ: ମହାମାରୀ କରୋନାର ମାରାତ୍ମକ ଡେଲ୍ଟା ଭାରିଏଣ୍ଟ ଏବେ ଜର୍ମାନୀ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ସଂକ୍ରମଣ ବ୍ୟାପୁଥିବାରୁ ଜର୍ମାନୀ ସରକାର ସମସ୍ତଙ୍କୁ ଟିକା ନେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଟିକା ନେଉ ନଥିବା ଲୋକଙ୍କୁ କଡ଼ା ଚେତାବନୀ। ସମସ୍ତେ ଟିକା ନିଅନ୍ତୁ ନହେଲେ କରୋନା କଷ୍ଟ ସହ ଲଢ଼େଇ କରିବାକୁ ପଡ଼ିବ। ସେହିପରି ସେମାନଙ୍କ ମଧ୍ୟରୁ କିଛି ଲୋକ ମଧ୍ୟ ପ୍ରାଣ ହରାଇ ପାରନ୍ତି ବୋଲି ଜର୍ମାନୀ ସ୍ୱାସ୍ଥ୍ୟମନ୍ତ୍ରୀ ଜେନ୍ସ ସପହନ କହିଛନ୍ତି। ସେ କହିଛନ୍ତି, […]

author-image
Hemant Lenka
‘ଟିକା ନିଅନ୍ତୁ, ନହେଲେ ସଂକ୍ରମିତ ହୋଇ ପ୍ରାଣ ହରାଇବେ’

vaccine1

ବର୍ଲିନ: ମହାମାରୀ କରୋନାର ମାରାତ୍ମକ ଡେଲ୍ଟା ଭାରିଏଣ୍ଟ ଏବେ ଜର୍ମାନୀ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ସଂକ୍ରମଣ ବ୍ୟାପୁଥିବାରୁ ଜର୍ମାନୀ ସରକାର ସମସ୍ତଙ୍କୁ ଟିକା ନେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଟିକା ନେଉ ନଥିବା ଲୋକଙ୍କୁ କଡ଼ା ଚେତାବନୀ।

Advertisment

ସମସ୍ତେ ଟିକା ନିଅନ୍ତୁ ନହେଲେ କରୋନା କଷ୍ଟ ସହ ଲଢ଼େଇ କରିବାକୁ ପଡ଼ିବ। ସେହିପରି ସେମାନଙ୍କ ମଧ୍ୟରୁ କିଛି ଲୋକ ମଧ୍ୟ ପ୍ରାଣ ହରାଇ ପାରନ୍ତି ବୋଲି ଜର୍ମାନୀ ସ୍ୱାସ୍ଥ୍ୟମନ୍ତ୍ରୀ ଜେନ୍ସ ସପହନ କହିଛନ୍ତି।

ସେ କହିଛନ୍ତି, “ଦେଶରେ କରୋନା ସଂକ୍ରମଣ ବଢ଼ିବାର ଅର୍ଥ ଟିକା ନେଇ ନଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ଲୋକ ଏଥିରେ ଆକ୍ରାନ୍ତ ହେବେ। ଚଳିତ ବର୍ଷ ଶୀତ ଋତୁ ଶେଷ ହେବା ପୂର୍ବରୁ ସେମାନେ କରୋନାରେ ଆକ୍ରାନ୍ତ ହେବେ ଓ ଆକ୍ରାନ୍ତଙ୍କ ମଧ୍ୟରୁ କିଛି ଲୋକ ପ୍ରାଣ ହରାଇବେ। ତେଣୁ ଆମେ ତୁରନ୍ତ ଲୋକଙ୍କୁ ଟିକା ନେବାକୁ ଅନୁରୋଧ କରୁଛୁ। ”

Advertisment

୨୪ ଘଣ୍ଟାରେ ୩୦ ହଜାରରୁ ଅଧିକ ଲୋକ ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ଗତ ୬ ସପ୍ତାହ ମଧ୍ୟରେ ଚିହ୍ନଟ ହୋଇଥିବା ରୋଗୀଙ୍କ ତୁଳନାରେ ଏହା ୫୦ ଗୁଣ ଅଧିକ। ସ୍ଥିତି ଏପରି ହୋଇଛି ଯେ ଚଳିତ ସପ୍ତାହରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ପାର କରିଯାଇ ପାରେ।

ହସ୍ପିଟାଲରେ ଥିବା ଆଇସିୟୁଗୁଡ଼ିକରେ ଆଉ ସ୍ଥାନ ନାହିଁ। ଡାକ୍ତରମାନେ ଆକ୍ରାନ୍ତଙ୍କୁ ଅନ୍ୟତ୍ର ପଠାଉଛନ୍ତି। ଜର୍ମାନୀର କରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏସବୁ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେନ୍ସ ଦେଶର ନାଗରିକମାନଙ୍କୁ ଟିକା ନେବାକୁ ଅନୁରୋଧ କରିଛନ୍ତି। ଏଥିସହ ୬ ମାସ ତଳେ ଟିକା ନେଇଥିବା ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ସେ ବୁଷ୍ଟର ଡୋଜ୍‌ ନେବାକୁ ବି ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା କରୋନାରେ ସଂକ୍ରମିତ ହେଲେ ମଧ୍ୟ ଜଣେ ବ୍ୟକ୍ତି ଗୁରୁତର ହେବେନି।

ଜର୍ମାନୀର ବିଭିନ୍ନ ସହରରେ ସଂକ୍ରମଣ ବଢ଼ୁଥିବାରୁ ସରକାର କଟକଣା ଲଗାଇଛନ୍ତି। ଆଗକୁ ଖ୍ରୀଷ୍ଟମାସ ଆସୁଛି। ତେଣୁ ଭିଡ଼ ହେବାର ଆଶଙ୍କା ରହିଛି। ତେଣୁ ଭାବାରିଆ ଓ ସାକ୍ସୋନ ଭଳି ସହରରେ ଖ୍ରୀଷ୍ଟମାସ ପାଇଁ ଖୋଲିବାକୁ ଥିବା ବଡ଼ବଡ଼ ମାର୍କେଟ ଉପରେ ରୋକ ଲଗାଇଛି। ସେହିପରି ସାଂସ୍କୃତି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।