Advertisment

ୟୁକ୍ରେନ୍‌ ଆକାଶରେ ବୁଲୁଛି 'ଭୂତ', ଖସାଇଲାଣି ରୁଷର ୬ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ୟୁକ୍ରେନ୍‌ ଆକାଶରେ ଘୁରି ବୁଲୁଛି ‘ଭୂତ’। ଶତ୍ରୁ ପକ୍ଷ ରୁଷକୁ ଦେଉଛି ମୁହଁତୋଡ ଜବାବ। ଏକାକୀ ଲଢ଼ୁଛି ଆଉ ଧ୍ୱଂସ କରୁଛି ରୁଷ ଯୁଦ୍ଧ ବିମାନ। ଏହି ‘ଭୂତ’ର ଭିଡିଓ ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଏହି ‘ଭୂତ’ ବିଷୟରେ ଚର୍ଚ୍ଚା ଚାଲିଛି। ୟୁକ୍ରେନ୍‌ ଓ ରୁଷ ଭିତରେ ଜାରି ରହିଛି ଭୟଙ୍କର ଯୁଦ୍ଧ। ରୁଷ ସେନା ଗୋଟିଏ ପରେ ଗୋଟିଏ ୟୁକ୍ରେନ୍‌ ସହର ଉପରେ କବ୍‌ଜା […]

ଅଦ୍ୟତନ ହୋଇଛି
ୟୁକ୍ରେନ୍‌ ଆକାଶରେ ବୁଲୁଛି 'ଭୂତ', ଖସାଇଲାଣି ରୁଷର ୬ ଯୁଦ୍ଧ ବିମାନ

ghost of kyiv

Advertisment

ନୂଆଦିଲ୍ଲୀ: ୟୁକ୍ରେନ୍‌ ଆକାଶରେ ଘୁରି ବୁଲୁଛି 'ଭୂତ'। ଶତ୍ରୁ ପକ୍ଷ ରୁଷକୁ ଦେଉଛି ମୁହଁତୋଡ ଜବାବ। ଏକାକୀ ଲଢ଼ୁଛି ଆଉ ଧ୍ୱଂସ କରୁଛି ରୁଷ ଯୁଦ୍ଧ ବିମାନ। ଏହି 'ଭୂତ'ର ଭିଡିଓ ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଏହି 'ଭୂତ' ବିଷୟରେ ଚର୍ଚ୍ଚା ଚାଲିଛି।

Advertisment

ୟୁକ୍ରେନ୍‌ ଓ ରୁଷ ଭିତରେ ଜାରି ରହିଛି ଭୟଙ୍କର ଯୁଦ୍ଧ। ରୁଷ ସେନା ଗୋଟିଏ ପରେ ଗୋଟିଏ ୟୁକ୍ରେନ୍‌ ସହର ଉପରେ କବ୍‌ଜା କରି ଚାଲିଛି। ଧୀରେ ଧୀରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ମଧ୍ୟ ପ୍ରବେଶ କରିଛନ୍ତି ରୁଷ ସେନା। ଆଜି ହେଉଛି ରୁଷ-ୟୁକ୍ରେନ୍‌ ଯୁଦ୍ଧର ଚତୁର୍ଥ ଦିନ। ରୁଷ ସେନାକୁ ୟୁକ୍ରେନ୍‌ ମଧ୍ୟ ପାଲଟା ଜାବାବ ଦେଇ ଚାଲିଛି। ଏହାରି ଭିତରେ ୟୁକ୍ରେନ୍‌ ଆକାଶ ଏକ 'ଭୂତ' ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ଏହି 'ଭୂତ' ରୁଷ ସେନାକୁ ଦେଉଛି ଜୋରଦାର ଟକ୍କର। ଏଯାଏଁ ରୁଷର ୬ଟି ଯୁଦ୍ଧ ବିମାନ ଖସାଇ ସାରିଲାଣି।

ଅନେକ ଗଣମାଧ୍ୟମ ୟୁକ୍ରେନବାସୀଙ୍କୁ ରକ୍ଷା କରୁଥିବା ଏକ ରହସ୍ୟମୟ ମିଗ୍-୨୯ ଫାଇଟର୍ ପ୍ଲେନ୍ ବାବଦରେ ଖବର ପ୍ରସାରଣ ହୋଇଛି। ଏହାକୁ ସେମାନେ 'ଘୋଷ୍ଟ ଅଫ୍ ଦି କିଭ୍' ବୋଲି କହୁଛନ୍ତି। ଏହି 'ଭୂତ' ହେଉଛନ୍ତି ପ୍ରକୃତରେ ୟୁକ୍ରେନର ଜଣେ ସାହସୀ MiG-29 ଫୁଲକ୍ରମ୍ ଯୁଦ୍ଧ ବିମାନ ପାଇଲଟ୍ ଯାହାକୁ ୟୁକ୍ରେନର ନାଗରିକମାନେ ସେମାନଙ୍କର 'ହିରୋ' ବୋଲି କୁହନ୍ତି।

Advertisment

ଯୁଦ୍ଧ ଆରମ୍ଭରୁ ଏହି ପାଇଲଟ୍ ରୁଷର ସେନା କରିଡର୍‌ରେ ହଇଚଇ ସୃଷ୍ଟି କରି ଏପର୍ଯ୍ୟନ୍ତ ୬ଟି ବିମାନକୁ ନଷ୍ଟ କରି ସାରିଲେଣି। ରିପୋର୍ଟ ଅନୁସାରେ, ୟୁକ୍ରେନ ପାଇଲଟ ନିର୍ଭୟ ଭାବେ ଆକାଶରେ ଚକିତ କଲା ଭଳି କାମ କରୁଛନ୍ତି । ସେ ରୁଷର ଯୁଦ୍ଧ ବିମାନକୁ ମାରି ଖସାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।

https://twitter.com/visegrad24/status/1497033813284859929?s=20&t=p7UQnTqPbJlWZIMEoHlF2g

ଜଣେ ଏକାକୀ ୟୁକ୍ରେନ୍‌ ପାଇଲଟର ଦିନର ଆଲୁଅରେ କିଭ୍‌ ଆକାଶ ଉପରେ ସାହସିକତାର ସହ ଘୁରିବୁଲୁଛି ଏବଂ ଲଗାତାର ରୁଷକୁ ମୁହଁତୋଡ ଜବାବ ଦେଉଛି। ଯୁଦ୍ଧ ପରିବେଶ ଭିତରେ ଏହିପରି କାହାଣୀଗୁଡିକ କାଳ୍ପନିକ ମନେହୁଏ। କିନ୍ତୁ ସୋସିଆଲ ମିଡିଆରେ ଏବଂ ଅନେକ ଗଣମାଧ୍ୟମ ରିପୋର୍ଟରେ ଏହି 'ଭୂତ' ବିଷୟରେ ଦାବି କରାଯାଉଛି।

ଜଣେ ୟୁଜର ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, 'ସେ ଦୁଇଟି ୟୁକ୍ରେନ ଯୁଦ୍ଧ ବିମାନକୁ କିଭ୍ ଆଡେ ମୁହାଁଉଥିବା ଦେଖିଥିଲେ। ତେବେ ଏହି ଦୁଇଟି ବିମାନ କିଭ୍‌ ଭିତରକୁ କିନ୍ତୁ ପ୍ରବେଶ କରିନପାରି ଫେରି ଆସିଥିଲେ। ଏହା ଭୂତ ହୋଇପାରେ।'

ଆଉ ଜଣେ ଟ୍ୱିଟ୍ କରି କହିଛନ୍ତି ଯେ, ଜଣେ ୟୁକ୍ରେନ ପାଇଲଟ ୬ଟି ରୁଷ ବିମାନକୁ ଖସାଇ ଦେଇଛନ୍ତି। ଏହି ପାଇଲଟଙ୍କୁ 'ଘୋଷ୍ଟ ଅଫ୍ କିଭ୍' କୁହାଯାଉଛି। ତାଙ୍କର ମିଗ୍ ୨୯ ବିମାନ ଅନେକ ଭିଡିଓରେ ଦେଖିବାକୁ ମିଳିଛି। ୟୁକ୍ରେନର ପୂର୍ବତନ ରାଷ୍ଟ୍ରପତି ମଧ୍ୟ ଏକ ଫଟୋ ଜାରି କରିଛନ୍ତି। ସୋସିଆଲ ମିଡିଆରେ ୟୁକ୍ରେନ ପାଇଲଟଙ୍କ ଅନେକ ଭିଡିଓ ସେୟାର କରାଯାଇଛି। ଏଥିରେ ମିଗ୍ ୨୯ଟି ରୁଷର ଏକ ବିମାନକୁ ପିଛା କରି ଧ୍ୱଂସ କରୁଥିବା ଦେଖିବାକୁ ମିଳିଛି।

ରୁଷ  ଓ ୟୁକ୍ରେନ ମଧ୍ୟରେ ଗତ ୪ ଦିନ ହେବ ଲଢେଇ ଜାରି ରହିଛି।  ରୁଷ ଆକ୍ରମଣରେ ଏଯାଏଁ ୧୯୮ ଜଣ ପ୍ରାଣ ହରାଇଛନ୍ତି। ୧୦୦୦ରୁ ଅଧିକ ଆହତ ହୋଇଥିବା ୟୁକ୍ରେନ ସ୍ୱାସ୍ଥ୍ୟମନ୍ତ୍ରୀ ଭିକ୍ଟର ଲ୍ୟାସକୋ କହିଛନ୍ତି।

https://twitter.com/poroshenko/status/1497293195763408905?s=20&t=cuBTueOYNnz1aKuGKyRvCw

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe