Advertisment

ସୁଏଜ କେନାଲ୍‌ରେ ଦୂର ହେଲା ଅଚଳାବସ୍ଥା, ଆଗକୁ ବଢ଼ିବ ‘ଏମଭି ଏଭର୍‌ ଗିଭେନ୍‌’

ୱାଶିଂଟନ: ଦୀର୍ଘ ୬ ଦିନ ଧରି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ପଥ ‘ସୁଏଜ୍‌ କେନାଲ୍‌’ରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଶେଷ ହେବାରେ ସମ୍ଭାବନା ସୃଷ୍ଟି ହୋଇଛି। ଏହି କେନାଲରେ ଫସି ରହିଥିବା ବିଶାଳ ପଣ୍ୟବାହୀ ଜାହାଜ ‘ଏମଭି ଏଭର୍‌ ଗିଭେନ୍‌’କୁ ଉଦ୍ଧାରକାରୀ ଦଳ ସଫଳତାର ସହ ଭାସମାନ ଅବସ୍ଥାକୁ ଆଣିବାରେ ସକ୍ଷମ ହୋଇଛନ୍ତି। ତେଣୁ ଏହା ଖୁବଶୀଘ୍ର ଆଗକୁ ବଢ଼ିବ ବୋଲି ସମସ୍ତେ ଆଶା ରଖିଛନ୍ତି। ‘ଏମଭି ଏଭର୍‌ ଗିଭେନ୍‌’ ଜାହାଜଟି କେନାଲ ଭିତରେ ୩୦ […]

author-image
Hemant Lenka
ସୁଏଜ କେନାଲ୍‌ରେ ଦୂର ହେଲା ଅଚଳାବସ୍ଥା, ଆଗକୁ ବଢ଼ିବ ‘ଏମଭି ଏଭର୍‌ ଗିଭେନ୍‌’

Suez-Canal

ୱାଶିଂଟନ: ଦୀର୍ଘ ୬ ଦିନ ଧରି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ପଥ ‘ସୁଏଜ୍‌ କେନାଲ୍‌’ରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଶେଷ ହେବାରେ ସମ୍ଭାବନା ସୃଷ୍ଟି ହୋଇଛି। ଏହି କେନାଲରେ ଫସି ରହିଥିବା ବିଶାଳ ପଣ୍ୟବାହୀ ଜାହାଜ ‘ଏମଭି ଏଭର୍‌ ଗିଭେନ୍‌’କୁ ଉଦ୍ଧାରକାରୀ ଦଳ ସଫଳତାର ସହ ଭାସମାନ ଅବସ୍ଥାକୁ ଆଣିବାରେ ସକ୍ଷମ ହୋଇଛନ୍ତି। ତେଣୁ ଏହା ଖୁବଶୀଘ୍ର ଆଗକୁ ବଢ଼ିବ ବୋଲି ସମସ୍ତେ ଆଶା ରଖିଛନ୍ତି।

Advertisment

‘ଏମଭି ଏଭର୍‌ ଗିଭେନ୍‌’ ଜାହାଜଟି କେନାଲ ଭିତରେ ୩୦ ଡିଗ୍ରୀ ଆଙ୍ଗେଲରେ ଲାଖି ଯାଇଥିଲା। ତେଣୁ ଏହା ଆଗକୁ କିମ୍ବା ପଛକୁ ଯାଇ ପାରି ନଥିଲା। କେନାଲର ବାଟ ବନ୍ଦ ହୋଇଯିବାରୁ ଏହି ବାଣିଜ୍ୟ ପଥରେ ଯିବା ଆସିବା କରୁଥିବା ପ୍ରାୟ ୪୫୦ରୁ ଅଧିକ ଜାହାଜ ଅଟକି ରହିଥିଲା। ହେଲେ ୬ ଦିନ ଧରି ଚାଲିଥିବା ଅକ୍ଳାନ୍ତ ପରିଶ୍ରମ ଯୋଗୁ ଆଜି ସ୍ଥିତିରେ ସାମାନ୍ୟ ସୁଧାର ଆସିଛି।


ବିଶାଳ ‘ଏମଭି ଏଭର୍‌ ଗିଭେନ୍‌’ ଜାହା ତା’ର ଦିଗ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇଛି। ତେଣୁ ଏହା ଖୁବଶୀଘ୍ର ଭାସମାନ ଅବସ୍ଥାକୁ ଫେରିବ। ଆଜି ସକାଳୁ ଏମଭି ଏଭର୍‌ ଗିଭେନ୍‌’କୁ ୧୧ଟି ଜାହାଜ କେନାଲ ଭିତରୁ ବାହାର କରିବା ପାଇଁ ଭିଡ଼ିବା ଆରମ୍ଭ କରିଥିଲେ। ଶେଷରେ ଡାହାଣ ଦିଗରେ ଏହା ୮୦% ବୁଲିବାକୁ ସକ୍ଷମ ହୋଇଛି। ତେଣୁ ଖୁବଶୀଘ୍ର ଏହି କେନାଲ ଯିବା ଆସିବା ପାଇଁ ଖୋଲିବ ବୋଲି ଇଜିପ୍ଟର ସୁଏଜ କେନାଲ କର୍ତ୍ତୃପକ୍ଷ ଆଶା ପୋଷଣ କରିଛନ୍ତି।

Advertisment

କର୍ତ୍ତୃପକ୍ଷ କହିଛନ୍ତି, ଜାହାଜର ଅଧିକାଂଶ ଭାଗ ଉପକୂଳରୁ ୩୩୫ ଫୁଟ ଘୁଞ୍ଚି ଯାଇଛି। ପୂର୍ବରୁ ଏହା ମାତ୍ର ୪ ମିଟିର ବୁଲିଥିଲା। କେନାଲ କୂଳର ୧୮ ମିଟର ଗଭୀରକୁ ଯାଇ ଉଦ୍ଧାରକାରୀ ଦଳ ପ୍ରାୟ ୨୭୦୦୦ ଘନ ମିଟର ବାଲି କାଢ଼ିବା ପରେ ‘ଏଭର୍‌ ଗିଭେନ୍‌’ ତା’ର ସ୍ଥାନ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇଛି।

ଏହାର ସମ୍ମୁଖ ଭାଗ ନଷ୍ଟ ହୋଇ ଯାଇଥିଲେ ବି ବାକି ସବୁ ଠିକ୍‌ଠାକ୍‌ ରହିଛି। ଏହି କେନାଲ୍‌ ଦେଇ ବିଶ୍ୱର ୧୨% ବାଣିଜ୍ୟିକ କାରବାର ଚାଲିଥାଏ। କେତେକ ଜାହାଜ ‘ସୁଏଜ୍‌ କେନାଲ୍‌’ରେ ଯିବା ଲାଗି ଅପେକ୍ଷା କରିବା ପରିବର୍ତ୍ତେ ଆଫ୍ରିକାର ଦକ୍ଷିଣ ସୀମାନ୍ତ ଦେଇ ନିଜର ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି। କେନାଲରେ ଅଚଳାବସ୍ଥା ଯୋଗୁ ଇଜିପ୍ଟ ପ୍ରତିଦିନ ୧୪ ମିଲିୟନ ଡଲାରର ରାଜସ୍ୱ ହରାଇ ଚାଲିଛି।
https://twitter.com/i/status/1376369399884615682