Advertisment

ପରିବେଶବିତ୍ ଗ୍ରେଟା ଥନବର୍ଗ ଅଟକ

ନୂଆଦିଲ୍ଲୀ: ସ୍ୱିଡେନ୍‌ର ଫେମସ୍ ପରିବେଶବିତ୍ ଗ୍ରେଟା ଥନବର୍ଗ ଅଟକ। ଜର୍ମାନୀରେ କୋଇଲା ଖଣି ବିରୋଧରେ ପ୍ରତିବାଦ କରୁଥିବା ବେଳେ ପୁଲିସ ତାଙ୍କୁ ଉଠାଇ ନେଇଛି। ତାଙ୍କ ସହ ଆଉ କେତେକ ବିକ୍ଷୋଭକାରୀଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ସୂଚନା ମୁତାବକ, ଗ୍ରେଟା ଥନବର୍ଗ ଜର୍ମାନୀର ଏକ ଗାଁରେ କୋଇଲା ଖଣି ସମ୍ପ୍ରସାରଣ ପାଇଁ ରାସ୍ତା ତିଆରିକୁ ନେଇ ବିରୋଧ ପ୍ରଦର୍ଶନ କରୁଥିଲେ। ତାଙ୍କସହ ଅନ୍ୟ ସମାଜସେବୀ ମଧ୍ୟ ସାମିଲ ଥିଲେ। ଏହି ସମୟରେ ପୁଲିସ ଆସି ସମସ୍ତଙ୍କୁ […]

author-image
Madhupriya Mistry
ପରିବେଶବିତ୍ ଗ୍ରେଟା ଥନବର୍ଗ ଅଟକ

greta-thunberg

ନୂଆଦିଲ୍ଲୀ: ସ୍ୱିଡେନ୍‌ର ଫେମସ୍ ପରିବେଶବିତ୍ ଗ୍ରେଟା ଥନବର୍ଗ ଅଟକ। ଜର୍ମାନୀରେ କୋଇଲା ଖଣି ବିରୋଧରେ ପ୍ରତିବାଦ କରୁଥିବା ବେଳେ ପୁଲିସ ତାଙ୍କୁ ଉଠାଇ ନେଇଛି। ତାଙ୍କ ସହ ଆଉ କେତେକ ବିକ୍ଷୋଭକାରୀଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି।

Advertisment

ସୂଚନା ମୁତାବକ, ଗ୍ରେଟା ଥନବର୍ଗ ଜର୍ମାନୀର ଏକ ଗାଁରେ କୋଇଲା ଖଣି ସମ୍ପ୍ରସାରଣ ପାଇଁ ରାସ୍ତା ତିଆରିକୁ ନେଇ ବିରୋଧ ପ୍ରଦର୍ଶନ କରୁଥିଲେ। ତାଙ୍କସହ ଅନ୍ୟ ସମାଜସେବୀ ମଧ୍ୟ ସାମିଲ ଥିଲେ। ଏହି ସମୟରେ ପୁଲିସ ଆସି ସମସ୍ତଙ୍କୁ ଉଠାଇ ନେଇଛି। ଗ୍ରେଟା ଥନବର୍ଗ ସମେତ ସମସ୍ତଙ୍କୁ ଅଟକ ରଖାଯାଇଛି। କାହାକୁ ବି ଔପଚାରିକ ଭାବେ ଗିରଫ କରାଯାଇନି ବୋଲି ପୁଲିସର ଜଣେ ମୁଖପାତ୍ର କହିଛନ୍ତି।

ଘଟଣାସ୍ଥଳରୁ ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ହେଲମେଟ୍ ପିନ୍ଧିଥିବା ପୁଲିସ ଅଧିକାରୀମାନେ ଗ୍ରେଟା ଥନବର୍ଗଙ୍କୁ ଧରି ଚଲାଇ ଚଲାଇ ବସ୍ ନିକଟକୁ ନେଉଛନ୍ତି। ଲୁଏଟ୍‌ରାଥ୍‌ଠାରୁ ପ୍ରାୟ ୯ କିଲୋମିଟର୍ ଦୂର କୋଇଲା ଖଣି ନିକଟରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ବ‌େଳେ ଥନବର୍ଗଙ୍କୁ ପୁଲିସ ଧରିଥିଲା। ଅନ୍ୟ ପ୍ରତିବାଦକାରୀମାନଙ୍କ ଗହଣରେ ସେ କୋଇଲା ଖଣି ଧାରରେ ବସି ପ୍ରତିବାଦ ପ୍ରଦର୍ଶନ କରୁଥିଲେ।

Advertisment