Advertisment

ପାରିବାରିକ ବିବାଦ: ଆଖିବୁଜା ଗୁଳିମାଡ଼ରେ ୧୧ ଜଣଙ୍କ ଜୀବନ ଗଲା

ବେଲଗ୍ରେଡ: ପାରିବାରିକ ବିବାଦ କାରଣରୁ ଜଣେ ବନ୍ଧୁକଧାରୀ ଘଟାଇଛି ନାରକୀୟ କାଣ୍ଡ। ବିବାଦ ପରେ ସେ ନିଜର ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ବନ୍ଧୁକଧାରୀ ସହ ୧୧ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଛୋଟ ପିଲା ଅଛନ୍ତି। ଶୁକ୍ରବାର ମୋଣ୍ଟେନଗ୍ରୋରେ ଏପରି ହୃଦୟବିଦାରକ ଘଟଣା ଘଟିଛି। ପ୍ରାଥମିକ ଅବସ୍ଥାରେ ବନ୍ଧୁକଧାରୀ ସହ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଥିଲା। ହେଲେ ପରବର୍ତ୍ତୀ […]

ପାରିବାରିକ ବିବାଦ: ଆଖିବୁଜା ଗୁଳିମାଡ଼ରେ ୧୧ ଜଣଙ୍କ ଜୀବନ ଗଲା

Gunmen

Advertisment

ବେଲଗ୍ରେଡ: ପାରିବାରିକ ବିବାଦ କାରଣରୁ ଜଣେ ବନ୍ଧୁକଧାରୀ ଘଟାଇଛି ନାରକୀୟ କାଣ୍ଡ। ବିବାଦ ପରେ ସେ ନିଜର ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ବନ୍ଧୁକଧାରୀ ସହ ୧୧ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଛୋଟ ପିଲା ଅଛନ୍ତି।

Advertisment

ଶୁକ୍ରବାର ମୋଣ୍ଟେନଗ୍ରୋରେ ଏପରି ହୃଦୟବିଦାରକ ଘଟଣା ଘଟିଛି। ପ୍ରାଥମିକ ଅବସ୍ଥାରେ ବନ୍ଧୁକଧାରୀ ସହ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି।

ପ୍ରଶାସନର ସୂଚନା ଅନୁଯାୟୀ, ପୁଲିସ ଗୁଳିମାଡ଼ର ଖବର ପାଇ ଯେତେବେଳେ କେଣ୍ଟିନଜେରେ ପହଞ୍ଚିଥିଲା ସେତେବେଳେ ଘର ଓ ଆଖପାଖ ଅଞ୍ଚଳରେ ୨ ପିଲାଙ୍କ ସମେତ ୯ ଜଣଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ସେହିପରି ୮ ଜଣ ଗୁଳିମାଡ଼ରେ ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲ ନିଆ ଯାଉଥିବା ବେଳେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଥିଲା।

Advertisment

ପ୍ରଶାସନ ପକ୍ଷରୁ ଗୁଳିମାଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ପରିଚୟ ସାର୍ବଜନୀନ କରାଯାଇନି। ସେହିପରି ଦୁଇ ଛୋଟ ପିଲାଙ୍କ ବୟସ ସମ୍ପର୍କରେ କିଛି ବି କୁହାଯାଇନି। ଘଟଣାରେ ଜଣେ ପୁଲିସ୍‌ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ବନ୍ଧୁକଧାରୀ ଜଣକ ପାରିବାରିକ ବିବାଦ କାରଣରୁ ତାଙ୍କ ପଡ଼ୋଶୀ ଭାବେ ରହୁଥିବା କିଛି ଲୋକଙ୍କ ଉପରକୁ ଗୁଳି ଚଳାଇଥିଲା। ତେବେ ଆଉ ଜଣେ ସାଧାରଣ ଲୋକଙ୍କ ଗୁଳିରେ ବନ୍ଧୁକଧାରୀର ମୃତ୍ୟୁ ଘଟିଥିବା ପ୍ରଶାସନ ସ୍ପଷ୍ଟ କରିଛି।

ହେଲେ ବିବାଦ କ’ଣ, କେଉଁମାନେ ପ୍ରାଣ ହରାଇଛନ୍ତି ଓ କେଉଁ ପରିସ୍ଥିତିରେ ଏହା ଘଟିଲା, ସେ ବିଷୟରେ କିଛି ବି କୁହାଯାଇ ନାହିଁ। ଅନ୍ୟପପକ୍ଷରେ ମୋଣ୍ଟେନଗ୍ରୋର ପ୍ରଧାନମନ୍ତ୍ରୀ ଡ୍ରିଟାନ ଆବାଜୋଭିକ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ସେ ମୃତକଙ୍କ ସମ୍ମାନାର୍ଥେ ଦେଶରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ଘୋଷଣା କରିଛନ୍ତି। ଶୁକ୍ରବାର ଠାରୁ ଏହି ରାଷ୍ଟ୍ରୀୟ ଶୋକର ଅବଧି ଆରମ୍ଭ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe