Advertisment

ଇମ୍ରାନ ଖାନଙ୍କୁ ଗୁଳିମାଡ଼ କରିଥିବା ଯୁବକ ଗିରଫ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ରାଲିରେ ଥିବା ଲୋକଙ୍କ ଉପରକୁ ଗୁଳିମାଡ଼ କରିଥିବା ଯୁବକକୁ ଗିରଫ କରାଯାଇଛି। ପୂର୍ବରୁ ଗୁଳିମାଡ଼ କରିଥିବା ଯୁବକ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଥିଲେ। ହେଲେ ସେ ଜୀବନ୍ତ ଗିରଫ ହୋଇଥିବା କୁହାଯାଉଛି। ଗୁଳିମାଡ଼ରେ ଇମ୍ରାନ ଖାନଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି। ସେହିପରି ଜଣେ ପ୍ରାଣ ହରାଇଥିବା ମଧ୍ୟ କୁହାଯାଉଛି। ହେଲେ ମୃତ୍ୟୁ ସମ୍ପର୍କରେ ପ୍ରଶାସନ ପକ୍ଷରୁ କିଛି […]

author-image
Hemant Lenka
ଅଦ୍ୟତନ ହୋଇଛି
ଇମ୍ରାନ ଖାନଙ୍କୁ ଗୁଳିମାଡ଼ କରିଥିବା ଯୁବକ ଗିରଫ

pakistan1

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ରାଲିରେ ଥିବା ଲୋକଙ୍କ ଉପରକୁ ଗୁଳିମାଡ଼ କରିଥିବା ଯୁବକକୁ ଗିରଫ କରାଯାଇଛି। ପୂର୍ବରୁ ଗୁଳିମାଡ଼ କରିଥିବା ଯୁବକ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଥିଲେ। ହେଲେ ସେ ଜୀବନ୍ତ ଗିରଫ ହୋଇଥିବା କୁହାଯାଉଛି।

Advertisment

ଗୁଳିମାଡ଼ରେ ଇମ୍ରାନ ଖାନଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି। ସେହିପରି ଜଣେ ପ୍ରାଣ ହରାଇଥିବା ମଧ୍ୟ କୁହାଯାଉଛି। ହେଲେ ମୃତ୍ୟୁ ସମ୍ପର୍କରେ ପ୍ରଶାସନ ପକ୍ଷରୁ କିଛି ବି କୁହାଯାଇନି। କେବଳ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇଛି।ଇମ୍ରାନ ଖାନ ଗୋଟିଏ କଣ୍ଟେନରରେ ବସି ଆଜି ପଞ୍ଜାବର ପ୍ରଦେଶର ଗୁରଜନୱାଲାରେ ରାଲି କରୁଥିବା ବେଳେ ଜଣେ ଯୁବକ ତାଙ୍କୁ ଗୁଳିମାଡ଼ କରିଥିଲେ।

Advertisment


ତାଙ୍କ ଗୋଡ଼ରେ ୩ରୁ ୪ଟି ଗୁଳି ମାଡ଼ ହୋଇଛି। ଗୁଳିମାଡ଼ ପରେ ତାଙ୍କୁ ବୁଲେଟ ପ୍ରୁଫ କାର୍‌ରେ ଭର୍ତ୍ତି କରାଯିବା ସହ ସେଠାରୁ ଲାହୋର ସ୍ଥିତ ହସ୍ପିଟାଲକୁ ନିଆଯାଇଛି। ଗୁଳିମାଡ଼ କରିଥିବା ଯୁବକର ପରିଚୟ ମିଳିନାହିଁ। କିନ୍ତୁ ତା’ ମୁହଁ କ୍ୟାମେରାରେ କଏଦ ହୋଇଥିଲା। ସେହି ଆଧାରରେ ସୁରକ୍ଷାକର୍ମୀମାନେ ତୁରନ୍ତ ତାକୁ ଗିରଫ କରିଛନ୍ତି।

ସେ ଏକାକୀ ଏକାଧିକ ରାଉଣ୍ଡ ଗୁଳି ଚଳାଇ ନାରକୀୟ କାଣ୍ଡ ଘଟାଇଥିବା ପୁଲିସ୍‌ କହିଛି। ଇମ୍ରାନ ଖାନ ଏବେ ସରକାରଙ୍କ ବିରୋଧରେ ପ୍ରକୃତ ସ୍ୱାଧୀନତା ନାଁରେ ବିଶାଳ ରାଲି କରୁଛନ୍ତି। ଗତ ଶୁକ୍ରବାର ଲାହୋରରୁ ଏହି ବିଶାଳ ରାଲି ଆରମ୍ଭ ହୋଇଥିଲା। ରାଲି ଇସଲାମାବାଦ ଅଭିମୁଖେ ଯାଉଥିବା ବେଳେ ଆଜି ପଞ୍ଜାବ ପ୍ରଦେଶର ଗୁଳିମାଡ଼ ହୋଇଛି। ଏହା ଆତଙ୍କବାଦୀ ହମଲା ନା ସରକାରୀ ପ୍ରାୟୋଜିତ ଆକ୍ରମଣ, ସେକଥା ଜଣାପଡ଼ିନି। ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ତୁରନ୍ତ ରିପୋର୍ଟ ଦେବାକୁ ପୁଲିସ୍‌ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଇମ୍ରାନ ଖାନଙ୍କ ଗୁଳିମାଡ଼ ଘଟଣା ଉପରେ ପୂରା ନଜର ରଖାଯାଇଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।