Advertisment

ନିର୍ବାଚନ ପ୍ରତିଶ୍ରୁତି; ଭୋଟ୍‌ ଦେଲେ ଚନ୍ଦା ମୁଣ୍ଡରେ ଉଠିବ ଚୁଟି !

ସିଓଲ: ଗଣତାନ୍ତ୍ରିକ ଦେଶରେ ନିର୍ବାଚନ ବେଳେ ଭୋଟରଙ୍କୁ ମନେଇବା ପାଇଁ ନେତା ଦିଅନ୍ତି ପୁଳାପୁଳା ପ୍ରତିଶ୍ରୁତି। ଖୋଲିଯାଏ ପ୍ରତିଶ୍ରୁତିର ସାହାଣମେଳା। ଆମେ ଅଧା ଅଧୁନେ ଜାଣିଛେ ଯେ, ନିର୍ବାଚନ ବେଳେ ନେତାମାନେ ଲାପଟପ୍‌, ଗାଡି, ସାଇକଲ, ଜୋତା, ଛତା ଏବଂ ମାଗଣା ଚିକିତ୍ସା ଆଦିର ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ଏବେ ଜଣେ ନେତାଙ୍କ ପ୍ରତିଶ୍ରୁତିକୁ ନେଇ ସାରା ବିଶ୍ୱରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ଆଉ ସେ ପ୍ରତିଶ୍ରୁତି ହେଉଛି ‘ଭୋଟ ଦେଲେ ଚନ୍ଦା ମୁଣ୍ଡରେ ଉଠାଇ […]

ଅଦ୍ୟତନ ହୋଇଛି
ନିର୍ବାଚନ ପ୍ରତିଶ୍ରୁତି; ଭୋଟ୍‌ ଦେଲେ ଚନ୍ଦା ମୁଣ୍ଡରେ ଉଠିବ ଚୁଟି !

Bald

Advertisment

ସିଓଲ: ଗଣତାନ୍ତ୍ରିକ ଦେଶରେ ନିର୍ବାଚନ ବେଳେ ଭୋଟରଙ୍କୁ ମନେଇବା ପାଇଁ ନେତା ଦିଅନ୍ତି ପୁଳାପୁଳା ପ୍ରତିଶ୍ରୁତି। ଖୋଲିଯାଏ ପ୍ରତିଶ୍ରୁତିର ସାହାଣମେଳା। ଆମେ ଅଧା ଅଧୁନେ ଜାଣିଛେ ଯେ, ନିର୍ବାଚନ ବେଳେ ନେତାମାନେ ଲାପଟପ୍‌, ଗାଡି, ସାଇକଲ, ଜୋତା, ଛତା ଏବଂ ମାଗଣା ଚିକିତ୍ସା ଆଦିର ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ଏବେ ଜଣେ ନେତାଙ୍କ ପ୍ରତିଶ୍ରୁତିକୁ ନେଇ ସାରା ବିଶ୍ୱରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ଆଉ ସେ ପ୍ରତିଶ୍ରୁତି ହେଉଛି 'ଭୋଟ ଦେଲେ ଚନ୍ଦା ମୁଣ୍ଡରେ ଉଠାଇ ଦେବି ଚୁଟି।'

Advertisment

ସାଧାରଣତଃ ମଣିଷକୁ ସୁନ୍ଦର କରିଥାଏ ତା' ଚୁଟି। ତେବେ ଯୁବାବସ୍ଥାରୁ କେଶ ବା ଚୁଟିକୁ ହରାଇଲେ ଚନ୍ଦା ମୁଣ୍ଡକୁ ନେଇ ଚିନ୍ତିତ ଥାଏ ସେହି ମଣିଷ। ଆଉ ସବୁ ବେଳେ କେମିତି କ'ଣ ଲଗାଇଲେ ସେ ତା'ର ପୁରୁଣା ଚୁଟିକୁ ଫେରି ପାଇବ ସେ ନେଇ ମନରେ ଘାଣ୍ଟି ହୋଉଥାଏ। ଚନ୍ଦାପଣକୁ ନେଇ ବଲିଉଡ ପାଖରୁ ଆରମ୍ଭ କରି ଓଲିଉଡରେ ମଧ୍ୟ ଅନେକ ଫିଲ୍ମ ତିଆରି ହୋଇଛି। ବଲିଉଡର 'ବାଲା', 'ଉଜଡା ଚମନ୍‌' ଓ ଓଲିଉଡର 'ବାଳ' ନେଇ ଅନେକ ଫିଲ୍ମ ରହିଛି। ଏହି ଫିଲ୍ମ ଜରିଆରେ ଯୁବାବସ୍ଥାରେ ଚନ୍ଦା ହୋଇଯାଇଥିବା ବ୍ୟକ୍ତିଙ୍କ ବିଭିନ୍ନ ସମସ୍ୟା ପରଦାରେ ଦେଖିବାକୁ ମିଳିଥିଲା। ଯଦିଓ ଏହା ଆମ ସମସ୍ତଙ୍କ ମଧ୍ୟରେ ଏକ ସାଧାରଣ ସମମ୍ୟା ପାଲଟିଗଲାଣି କିନ୍ତୁ ଏହାକୁ ଏବେ ନିର୍ବାଚନୀ ପ୍ରସଙ୍ଗ କରି ଭୋଟ ହାତେଇବା ପାଇଁ ଜଣେ ନେତା ଆପଣାଇଛନ୍ତି ଏହି ନୂଆ ଫଣ୍ଡା।

ଏକ ରିପୋର୍ଟ ଅନୁଯାୟୀ ଦକ୍ଷିଣ କୋରିଆରେ ପ୍ରତି ୫ ଜଣରେ ଜଣେ ଚନ୍ଦାପଣର ଶିକାର ହୁଅନ୍ତି। ପାଖପାଖି ଏକ କୋଟି ଲୋକ ଚନ୍ଦା ଅଛନ୍ତି। ଆଉ ଏହି ସମସ୍ୟାକୁ ଦେଖି ନିଜର ନିର୍ବାଚନୀ ମୁଦ୍ଦାରେ ସାମିଲ କରିଛନ୍ତି ଶାସକ ଦଳ ଡେମୋକ୍ରେଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଲି ଜେ-ମ୍ୟୁଙ୍ଗ। କେଶ ଝଡୁଥିବା ଉପରେ ରୋକ ଲଗାଇବା ସହ ସେମାନଙ୍କ ଚିକିତ୍ସା କିଭଳି ହୋଇପାରିବ ସେ ନେଇ ନିଜ ନିର୍ବାଚନୀ ଏଜେଣ୍ଡାରେ ଗୁରୁତ୍ୱ ଦେଇଛନ୍ତି।

Advertisment

ଗତ ସପ୍ତାହରେ ମ୍ୟୁଙ୍ଗ କେଶ ଛଡିବା ଉପରେ ଏକ ପ୍ରସ୍ତାବ ଆଣିଛନ୍ତି। ଯେଉଁଥିରେ ସେ ଚନ୍ଦାପଣର ଶିକାର ହେଉଥିବା ବ୍ୟକ୍ତିଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗୁରୁତ୍ୱ ଦେଇଛନ୍ତି। ତେବେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଏପରି ଜନାଭିମୁଖୀ ପ୍ରତିଶ୍ରୁତିକୁ ନେଇ ଏବେ ରାଜନୈତିକ ହଲଚଲ ସୃଷ୍ଟି ହୋଇଛି। ବିରୋଧୀ ଦଳ ଏପରି ଏକ ପ୍ରତିଶ୍ରୁତିକୁ ନେଇ ଏବେ ହରଡ ଘଣାରେ ପଡିଛନ୍ତି। ଶାସକ ଦଳ ଭୋଟ ହାତେଇବାକୁ ଯାଇ ଏଭଳି ଏକ ପ୍ରତିଶ୍ରୁତି ଦେବ ବୋଲି ବିରୋଧୀ କେବେ ଆକଳନ କରିନଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମ୍ୟୁଙ୍ଗ ଚନ୍ଦାପଣର ଶିକାର ହୋଇନାହାନ୍ତି। ତାଙ୍କ ମୁଣ୍ଡରେ ଭଲ କେଶ ରହିଛି।  କିନ୍ତୁ ସେ ଏଭଳି ଏକ ଘୋଷଣା କରି ସାଧାରଣ ଲୋକଙ୍କର ବ୍ୟକ୍ତିଗତ ସମସ୍ୟାକୁ ନିଜ ନିର୍ବାଚନୀ ଏଜେଣ୍ଡାରେ ସାମିଲ କରି ସମସ୍ତଙ୍କ ସମର୍ଥନ ପାଉଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ମ୍ୟୁଙ୍ଗ କହିଛନ୍ତି, ' ଦେଶରେ ଏବେ ୧ କୋଟି ଲୋକ କେଶ ଝଡିବା ସମସ୍ୟାର ଶିକାର ହୋଇଛନ୍ତି। ଚନ୍ଦାପଣରୁ ମୁକ୍ତି ପାଇବା ପାଇଁ ଅନେକ ବିଭିନ୍ନ ପ୍ରକାରର ଦାମୀ ଔଷଧ, ଇଞ୍ଜେକସନ୍‌ ଆଦି ବ୍ୟବହାର କରୁଛନ୍ତି। ତେବେ ଧନୀ ଲୋକଙ୍କ ପାଖରେ ଏହି ଚିକିତ୍ସା କରିବା ସମ୍ଭବ ହୋଇପାରୁଛି। ତେଣୁ ଯଦିଓ ଏହି ସମସ୍ୟା ଧନୀଠୁ ଆରମ୍ଭ କରି ଗରିବ ସମସ୍ତଙ୍କ ପାଖରେ ରହିଛି ତା' ହେଲେ କାହିଁକି ଜଣେ ଗରିବ ଲୋକ ମଧ୍ୟ ଏହି ଚିକିତ୍ସାରୁ ବଞ୍ଚିତ ହେବ ବୋଲି ସେ ପ୍ରଶ୍ନ ଉଠାଇଥିଲେ। କ୍ଷମତାକୁ ଆସିଲେ ଜାତୀୟ ସ୍ୱାସ୍ଥ୍ୟବୀମା ଅନୁଯାୟୀ ଚନ୍ଦା ଲୋକଙ୍କ ମୁଣ୍ଡରେ କିଭଳି ପୁଣି ଥରେ କେଶ ଉଠିବ ସେନେଇ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମ୍ୟୁଙ୍ଗ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ମାର୍ଚ୍ଚ ମାସରେ ଦକ୍ଷିଣ କୋରିଆରେ ରାଷ୍ଟ୍ରପତି ନିର୍ବାଚନ ହେବ। ପୂର୍ବରୁ ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା, ସେତେବେଳେ ପଡୋଶୀ ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମ, ଆମେରିକା ସହିତ ସମ୍ପର୍କ, ଦେଶର ଆର୍ଥୀକ ସମସ୍ୟା ଓ ଦୁର୍ନୀତି ପାଲଟିଥିଲା ନିର୍ବାଚନୀ ମୁଦ୍ଦା। କିନ୍ତୁ ପ୍ରଥମ ଥର ପାଇଁ ଦକ୍ଷିଣ କୋରିଆରେ ଚନ୍ଦାପଣ ପ୍ରସଙ୍ଗକୁ ନେଇ ତର୍କ ଚାଲିଛି, ଯାହାକୁ ନେଇ ସବୁ ଭୋଟରଙ୍କ ମନରେ ଉତ୍ସାହ ରହିଛି। ଆଉ ସୋଶାଲ ମିଡିଆରେ ଚନ୍ଦାପଣର ଶିକାର ହୋଇଥିବା ବ୍ୟକ୍ତି ମ୍ୟୁଙ୍ଗଙ୍କ ଫୋଟ ଲଗାଇ ନିଜ ସମର୍ଥନ ଜାହିର କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe