Advertisment

କ୍ୟାମେରା ଆଗରେ ଟ୍ରୁଡୋ ଓ ଜିନପିଙ୍ଗଙ୍କ ମଧ୍ୟରେ କଥା କଟାକଟି

ବାଲି: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋଙ୍କ ମଧ୍ୟରେ କଥା କଟାକଟି ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଗୁପ୍ତ ତଥ୍ୟ ସବୁ ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ଏହାକୁ ଜନପିଙ୍ଗ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଏ ସମ୍ପର୍କରେ ଟ୍ରୁଡୋଙ୍କୁ କହିବା ସହ କ୍ୟାମେରା ଆଗରେ ନିଜର ଅସନ୍ତୋଷ ପ୍ରକାଶ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହୋଇଥିବା ଜି-୨୦ ଶିଖର […]

କ୍ୟାମେରା ଆଗରେ ଟ୍ରୁଡୋ ଓ ଜିନପିଙ୍ଗଙ୍କ ମଧ୍ୟରେ କଥା କଟାକଟି

china

Advertisment

ବାଲି: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋଙ୍କ ମଧ୍ୟରେ କଥା କଟାକଟି ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଗୁପ୍ତ ତଥ୍ୟ ସବୁ ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ଏହାକୁ ଜନପିଙ୍ଗ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଏ ସମ୍ପର୍କରେ ଟ୍ରୁଡୋଙ୍କୁ କହିବା ସହ କ୍ୟାମେରା ଆଗରେ ନିଜର ଅସନ୍ତୋଷ ପ୍ରକାଶ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି।

Advertisment

ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀ ସମୟରେ ହିଁ ଦୁଇ ଦେଶର ନେତାଙ୍କ ମଧ୍ୟରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସାମ୍ନାକୁ ଆସିଥିବା ଭିଡିଓରେ ଜିନପିଙ୍ଗ ସାମ୍ନାରେ ଟ୍ରୁଡୋଙ୍କୁ ପାଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ସବୁ ତଥ୍ୟ ଗଣମାଧ୍ୟମକୁ ଲିକ୍‌ କରାଯାଇଥିବାରୁ ଜନପିଙ୍ଗ ଆପତ୍ତି ଉଠାଇଥିଲେ। ସେ କହିଥିଲେ ଯେ “ଏପରି ଲିକ୍‌ ଆଦୌ ଠିକ୍‌ ନୁହେଁ। ଦୁଇ ଦେଶର ନେତାଙ୍କ ମଧ୍ୟରେ ଏଭଳି ଆଲୋଚନା ଆଦୌ ଉଚିତ ନୁହେଁ।”

ଏହା ଶୁଣି ଜଷ୍ଟିସ ଟ୍ରୁଡୋ ମଧ୍ୟ ଚୁପ ରହି ନଥିଲେ। ସେ କହିଥିଲେ, “କାନାଡାରେ ଆମେ ମୁକ୍ତ ଓ ସ୍ପଷ୍ଟ କଥାବାର୍ତ୍ତାରେ ବିଶ୍ୱାସ କରୁ। ଏବେ ବି ଆମେ ଏହି ପ୍ରକ୍ରିୟା ଜାରି ରଖିଛୁ। ଆମର ଆଶା ଆଗକୁ ଆମେ ଗଠନ ମୂଳକ ଭାବେ ଏକାଠି ସବୁ କାମ କରିବା। କିନ୍ତୁ କିଛି ଏମିତି କଥା ରହିଛି, ଯେଉଁଥିରେ ଆମେ ଏକମତ ହୋଇ ନ ପାରୁ।”

Advertisment


ପ୍ରାୟ ୩ ବର୍ଷରୁ ଅଧିକ ସମୟ ପରେ ପ୍ରଥମଥର ପାଇଁ ଜିନପିଙ୍ଗ ଓ ଟ୍ରୁଡୋଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦୁଇ ନେତା ଆଲୋଚନା କରିଥିଲେ। ୧୦ ମିନିଟର ଆଲୋଚନା ସମୟରେ ଟ୍ରୁଡୋ କାନାଡାର ଆଭ୍ୟନ୍ତରୀଣ ବ୍ୟାପାରରେ ଚାଇନାର ହସ୍ତକ୍ଷେପ କରିବା ପ୍ରସଙ୍ଗ ଉଠାଇଥିଲେ।

ଏଥିସହ ରୁଷ-ୟୁକ୍ରେନ ଯୁଦ୍ଧ, ଉତ୍ତର କୋରିଆ ପଟୁ ଥିବା ବିପଦ ଓ ଡିସେମ୍ବରରେ ମୋଣ୍ଟ୍ରେଲ ଠାରେ ଆୟୋଜିତ ହେବାକୁ ଥିବା ପ୍ରକୃତିର ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମସ୍ୟା ସଂକ୍ରାନ୍ତ ସମ୍ମିଳନୀ ସମ୍ପର୍କରେ କଥା ହୋଇଥିଲେ। ଏହି ସବୁ କଥା ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ଜିନପିଙ୍ଗ କ୍ଷୁବ୍ଧ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe