Advertisment

ଅଷ୍ଟ୍ରେଲିଆର ହିନ୍ଦୁ ମନ୍ଦିର ଉପରେ ଖଲିସ୍ଥାନ ସମର୍ଥକଙ୍କ ଆକ୍ରମଣ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଥିବା ଏକ ହିନ୍ଦୁ ମନ୍ଦିର ବାପ୍ସ ସ୍ୱାମୀ ନାରାୟଣ ଉପରେ ଆକ୍ରମଣ ହୋଇଛି। ଖଲିସ୍ତାନ ସମର୍ଥକମାନେ ହିଁ ଏହି ମନ୍ଦିର ଉପରେ ଆକ୍ରମଣ କରିଥିବା ଜଣାପଡିଛି। ଖାଲି ସେତିକି ନୁହେଁ ବିଦେଶରେ ଭାରତକୁ ମଧ୍ୟ ଅପମାନିତ କରାଯାଇଛି। ଏହି ମନ୍ଦିରର କାନ୍ଥରେ ହିନ୍ଦୁସ୍ଥାନ ମୁର୍ଦାବାଦ ବୋଲି ଉଲ୍ଲେଖ ରହିଛି। ଏହି ଭଙ୍ଗାରୁଜାକୁ ମନ୍ଦିର କମିଟିକ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି।  ଆମେ ଶାନ୍ତି ଏବଂ ସଂହତି ପାଇଁ  ପ୍ରାର୍ଥନାର କରୁଛୁ ବୋଲି ମନ୍ଦିର […]

ଅଦ୍ୟତନ ହୋଇଛି
ଅଷ୍ଟ୍ରେଲିଆର ହିନ୍ଦୁ ମନ୍ଦିର ଉପରେ ଖଲିସ୍ଥାନ ସମର୍ଥକଙ୍କ ଆକ୍ରମଣ  

yhn

Advertisment

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଥିବା ଏକ ହିନ୍ଦୁ ମନ୍ଦିର ବାପ୍ସ ସ୍ୱାମୀ ନାରାୟଣ ଉପରେ ଆକ୍ରମଣ ହୋଇଛି। ଖଲିସ୍ତାନ ସମର୍ଥକମାନେ ହିଁ ଏହି ମନ୍ଦିର ଉପରେ ଆକ୍ରମଣ କରିଥିବା ଜଣାପଡିଛି। ଖାଲି ସେତିକି ନୁହେଁ ବିଦେଶରେ ଭାରତକୁ ମଧ୍ୟ ଅପମାନିତ କରାଯାଇଛି। ଏହି ମନ୍ଦିରର କାନ୍ଥରେ ହିନ୍ଦୁସ୍ଥାନ ମୁର୍ଦାବାଦ ବୋଲି ଉଲ୍ଲେଖ ରହିଛି। ଏହି ଭଙ୍ଗାରୁଜାକୁ ମନ୍ଦିର କମିଟିକ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି।  ଆମେ ଶାନ୍ତି ଏବଂ ସଂହତି ପାଇଁ  ପ୍ରାର୍ଥନାର କରୁଛୁ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି। ଅନ୍ୟପଟେ  ଖଲିସ୍ତାନ ଗୋଷ୍ଠୀ ପକ୍ଷରୁ ଭାରତୀୟ ଆତଙ୍କବାଦୀ ଜର୍ଣ୍ଣେଲ ସିଂ ଭିନ୍ଦ୍ରୱାଲେଙ୍କୁ ପ୍ରଶଂସା କରାଯାଇଛି। ଯାହାକି ଖଲିସ୍ତାନର ପ୍ରସ୍ତାବିତ ଶିଖ ସଂଖ୍ୟାଗରିଷ୍ଠ ରାଜ୍ୟ ଗଠନର ଜଣେ ସମର୍ଥକ।

Advertisment

ଅପରେସନ୍ ବ୍ଲୁଷ୍ଟାର୍ ସମୟରେ ତାଙ୍କୁ ସେନା ଦ୍ୱାରା ସେ ନିହତ ହୋଇଥିଲ,। ଅଷ୍ଟ୍ରେଲିଆରେ ଏକ ପ୍ରମୁଖ ହିନ୍ଦୁ ମନ୍ଦିର ମଧ୍ୟରୁ ସ୍ବାମୀନାରାୟଣ ମନ୍ଦିର ଅନ୍ୟତମ। ମେଲବୋର୍ନର ମିଲ ପାର୍କରେ ଥିବା ଏହି ମନ୍ଦିର ଉପରେ ଆକ୍ରମଣ କରାଯିବା ସହିତ କାନ୍ଥରେ ହିନ୍ଦୁସ୍ତାନ ମୁର୍ଦାବାଦ ସ୍ଲୋଗାନ ଲେଖାଯାଇଛି। ଏହି ଆକ୍ରମଣକୁ ନିନ୍ଦା କରି ବାପ୍ସ ସ୍ବାମୀନାରାୟଣ ମନ୍ଦିର ପକ୍ଷରୁ କୁହାଯାଇଛି ଯେ, ଏହି ଭଙ୍ଗାରୁଜା ତଥା ଘୃଣ୍ୟ ଆକ୍ରମଣରେ ଆମେ ଗଭୀର ଦୁଃଖିତ ଏବଂ ଚକିତ। ଆମେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ପ୍ରାର୍ଥନା କରୁଛୁ ଏବଂ ଶୀଘ୍ର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିବୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe