Advertisment

୪ ଭାରତୀୟ ମହିଳାଙ୍କୁ ଆମେରିକାରେ ବର୍ଣ୍ଣବୈଷମ୍ୟ ଆକ୍ଷେପ ଓ ଆକ୍ରମଣ, ଭିଡିଓ ଭାଇରାଲ

ଟେକ୍ସାସ: ପୁଣିଥରେ ଆମେରିକାରେ ବର୍ଣ୍ଣ ବୈଷମ୍ୟ ଆକ୍ଷେପର ଶିକାର ହୋଇଛି ଭାରତୀୟ ବଂଶୋଦ୍ଭବ। ଆମେରିକାରରେ ରହୁଥିବା ୪ ଭାରତୀୟ ମହିଳାଙ୍କୁ ସର୍ବସମ୍ମୁଖରେ ଆକ୍ରମଣ କରାଯିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରାଯାଇଛି। ଆମେରିକାରେ ରହୁଥିବା ଜଣେ ମେକ୍ସିକୋ ମହିଳା ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ସହ ଏପରି ଆଚରଣ ପ୍ରଦର୍ଶନ କରିଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟେକ୍ସାସ ଡାଲ୍ସରେ ଏପରି ଘଟଣା ଘଟିଛି। ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତି ଆକ୍ରମଣକାରୀ […]

୪ ଭାରତୀୟ ମହିଳାଙ୍କୁ ଆମେରିକାରେ ବର୍ଣ୍ଣବୈଷମ୍ୟ ଆକ୍ଷେପ ଓ ଆକ୍ରମଣ, ଭିଡିଓ ଭାଇରାଲ

america

Advertisment

ଟେକ୍ସାସ: ପୁଣିଥରେ ଆମେରିକାରେ ବର୍ଣ୍ଣ ବୈଷମ୍ୟ ଆକ୍ଷେପର ଶିକାର ହୋଇଛି ଭାରତୀୟ ବଂଶୋଦ୍ଭବ। ଆମେରିକାରରେ ରହୁଥିବା ୪ ଭାରତୀୟ ମହିଳାଙ୍କୁ ସର୍ବସମ୍ମୁଖରେ ଆକ୍ରମଣ କରାଯିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରାଯାଇଛି। ଆମେରିକାରେ ରହୁଥିବା ଜଣେ ମେକ୍ସିକୋ ମହିଳା ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ସହ ଏପରି ଆଚରଣ ପ୍ରଦର୍ଶନ କରିଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଟେକ୍ସାସ ଡାଲ୍ସରେ ଏପରି ଘଟଣା ଘଟିଛି। ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତି ଆକ୍ରମଣକାରୀ ମହିଳାଙ୍କୁ ଗିରଫ କରିଛି ଟେକ୍ସାସ ପୁଲିସ। ଭାଇରାଲ ହେଉଥିବା ଭିଡିଓରେ ମହିଳା ଜଣଙ୍କ ଭାରତୀୟ ମହିଳାଙ୍କୁ ବର୍ଣ୍ଣ ବୈଷ୍ୟମ ନେଇ ଗାଳି ଗୁଲଜ କରିବା ସହ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ସେ ଗୋ ବ୍ୟାକ୍ ଇଣ୍ଡିଆ ଓ ତୁମେ ଭାରତୀୟ ସବୁଆଡ଼େ ରହିଛ ବୋଲି କହିଛନ୍ତି। ଏଥିସହ ତୁମେମାନେ ଏଠାକୁ ଆସି ଆମେରିକାକୁ ପୂରା ଖରାପ କରି ଦେଇଛ ବୋଲି କହୁଥିବା ଶୁଶାଯାଉଛି।

Advertisment

ବୁଧବାର ରାତିରେ ଟେକ୍ସାସର ଡାଲ୍ସର ଥିବା ଗୋଟିଏ ପାର୍କିଂ ସ୍ଥଳରେ ଏହି ଘଟିଛି। ଆକ୍ରମଣ କରିତଥିବା ମହିଳା ଜଣଙ୍କ ହେଲେ ଇସମେରାଲଡା ଉପଟନ। ସେ କହିଛନ୍ତି, “ମୁଁ ଭାରତୀୟଙ୍କୁ ଘୃଣା କରେ। ଏହି ସବୁ ଭାରତୀୟମାନେ ଉତ୍ତମ ଜୀବନଯାପନ ପାଇଁ ଆମେରିକା ପଳେ ଆସୁଛନ୍ତି। ତୁମେ ଭାରତୀୟମାନେ ସବୁଆଡ଼େ ଅଛ।”

ଭିଡିଓରେ ଉପଟନ ଭାରତୀୟ ମହିଳାମାନଙ୍କୁ ଭାରତ ଚାଲିଯିବାକୁ କହିବା ସହ ତୁମମାନେ ଏହି ଦେଶକୁ ଖରାପ କରି ଦଉଛ ବୋଲି କହିବାକୁ ପଛାଇ ନାହାନ୍ତି। ସେ ବର୍ଣ୍ଣ ବୈଷମ୍ୟ ଆକ୍ଷେପ କରିବା ସହ ଗୋଟିଏ ଦୃଶ୍ୟରେ ଜଣେ ଭାରତୀୟ ମହିଳାଙ୍କୁ ଧକ୍କା ମାରୁଥିବା ଦେଖିବାକୁ ମିଳିଛି।


ଘଟଣାର ଭିଡିଓକୁ ପୋଷ୍ଟ କରିଥିବା ସୀମା ରସୁଲ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଭୟଭୀତ କରୁଛି। ମହିଳା ଜଣଙ୍କ ନିଜ ପାଖରେ ବନ୍ଧୁକ ରଖିଥିଲେ। ସେ ଭାରତୀୟ ବଂଶୋଦ୍ଭବ ଆମେରିକା ମହିଳାମାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। କାରଣ ସେମାନେ ଇଂରାଜୀ କହିବା ବେଳେ ଏଥିରେ ଭାରତୀୟ ଛାପ ରହିଥିଲା। ଏହା ଅତ୍ୟନ୍ତ ଅଶୋଭନୀୟ। ଏହି ମହିଳାଙ୍କୁ ଘୃଣା ଅପରାଧରେ ଦଣ୍ଡିତ କରାଯିବା ଦରକାର ବୋଲି ସୀମା କହିଛନ୍ତି।

ସୂଚନା ମୁତାବକ ୪ ଜଣ ଭାରତୀୟ ମହିଳା ଏକ ରେଷ୍ଟୁରାଣ୍ଟରେ ରାତ୍ର ଭୋଜନ ପରେ ବାହାରୁ ବାହାରିବା ବେଳେ ସେମାନଙ୍କ ଉପରେ ଏପରି ଆକ୍ରମଣ ହୋଇଥିଲା। ଟେକ୍ସାସ ପୁଲିସ୍‌ ଉପଟନଙ୍କୁ ଗିରଫ କରିବା ସହ ତାଙ୍କ ଉପରେ ୧୦ ହଜାର ଡଲାରର ଫାଇନ ଲଗାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe