/odisha-reporter/media/post_attachments/uploads/2022/03/Cyber-attack.jpg)
Cyber-attack
ପ୍ୟାରିସ: ଗୋଟିଏ ପରେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ୟୁରୋପର ବିଭିନ୍ନ ସହର ଉପରେ ହୋଇଛି ବଡ଼ଧରଣର ସାଇବର ଷ୍ଟ୍ରାଇକ। ଏହି ସାଇବର ଆଟାକ ପରେ ୟୁରୋପର ହଜାର ହଜାର ଲୋକ ଇଣ୍ଟରନେଟ ସେବାରୁ ବଞ୍ଚିତ ହୋଇଛନ୍ତି। ହଠାତ୍ ଇଣ୍ଟରନେଟ ସେବା ବନ୍ଦ ହୋଇଯିବାରୁ ନାନା ପ୍ରକାରର ଅସୁବିଧା ମଧ୍ୟ ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଥମ ଦିନ ଅର୍ଥାତ ଫେବୃଆରୀ ୨୪ରେ ଏପରି ଘଟଣା ଘଟିଥିଲା। ଆମେରିକା ସ୍ୟାଟେଲାଇଟ ଅପରେଟର ଭିଆସ୍ତା ଉପରେ ସାଇବର ଆଟାକ ହେବାରୁ ଫ୍ରାନ୍ସର ପ୍ରାୟ ୯ ହଜାର ଲୋକ ଇଣ୍ଟରନେଟ ସେବାରୁ ବଞ୍ଚିତ ହୋଇଥିଲେ।
ଏହାବାଦ ଜର୍ମାନୀ, ହଙ୍ଗେରୀ, ଗ୍ରୀସ, ଇଟାଲୀ ଓ ପୋଲାଣ୍ଡରେ ଥିବା ବିଗବ୍ଲୁର ୪୦ ହଜାର ଉପଭୋକ୍ତା ମଧ୍ୟରୁ ସାଇବର ଆଟାକ ଯୋଗୁ ଏକ ତୃତୀୟାଂଶ ଲୋକ ଇଣ୍ଟରନେଟ ସେବାକୁ ବଞ୍ଚିତ ହୋଇଥିଲେ। ତେବେ ସାଇବର ଆଟାକ ସମ୍ପର୍କରେ ଭିଆସ୍ତା ପକ୍ଷରୁ କୌଣସି ବିସ୍ତୃତ ସୂଚନା ଦିଆଯାଇଛି। କମ୍ପାନୀ ସାଇବର ଆଟାକ ଖବରକୁ ନିଶ୍ଚିତ କରିଛି। ହେଲେ ବିସ୍ତୃତ ତଥ୍ୟ ପୁଲିସ୍ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ପରବର୍ତ୍ତୀ ଅବସ୍ଥାରେ ଦେବେ ବୋଲି କହିଛି।
ଫ୍ରାନ୍ସର ସ୍ପେଶ କମାଣ୍ଡ ମୁଖ୍ୟ ଜେନେରାଲ ମାଇକେଲ ଫ୍ରେଡଲିଙ୍ଗ ମଧ୍ୟ ୟୁରୋପରେ ସାଇବର ଆଟାକ ହୋଇଥିବା କହିଛନ୍ତି। ତାଙ୍କ କହିବା ଅନୁସାରେ, ରୁଷର ମିଲିଟାରୀ ଅପରେସନ ପରେ ୟୁରୋପ ଓ ୟୁକ୍ରେନରେ ସେବା ଯୋଗାଉଥିବା ଗୋଟିଏ ସ୍ୟାଟେଲାଇଟ ନେଟୱର୍କ ସାଇବର ଆଟାକର ସମ୍ମୁଖୀନ ହୋଇଥିଲା।
ଆଟାକ ପରେ ଫଳରେ ହଜାର ହଜାର ସଂଖ୍ୟାରେ ଥିବା ଟର୍ମିନାଲଗୁଡ଼ିକ ଅଚଳ ହୋଇଯାଇଥିଲା। ଏହା ପଛରେ କାହାର ହାତ ରହିଛି, ସେକଥା ଏଯାଏ ଜଣାପଡ଼ିନି। ହେଲେ ରୁଷ ଉପରେ ସମସ୍ତଙ୍କ ସନ୍ଦେହ ବଢ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
