/odisha-reporter/media/post_attachments/uploads/2022/03/Ukraine-7.jpg)
Ukraine
କିଭ୍: ଫେବୃଆରୀ ୨୪ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ସେବେଠାରୁ ରୁଷ ସେନା ସମଗ୍ର ୟୁକ୍ରେନରେ ତାଣ୍ଡବଲୀଳା ଚଳାଇଛନ୍ତି। ୟୁକ୍ରେନର ଖେରସନ ପ୍ରାନ୍ତକୁ ରୁଷ ନିଜ ଦଖଲକୁ ନେଇ ସାରିଥିବା ବେଳେ କିଭ, ଖାରକିଭ, ମାରିୟୁପୋଲ, ସୁମୀ ଓ ଚେର୍ନିହିଭ ଭଳି ଅନେକ ପ୍ରମୁଖ ସହରରେ ଘନଘନ ବୋମା ମାଡ଼ କରୁଛି।
ରୁଷର ହମଲା ଯୋଗୁ ୩୦ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡି ସାରିଲେଣି। ଲକ୍ଷାଧିକ ଲୋକ ଦେଶ ଛାଡ଼ିବା ଅପେକ୍ଷା ମଧ୍ୟରେ ରହିଛନ୍ତି। ସେହିପରି ପୁଟିନଙ୍କ ଯୁଦ୍ଧରେ ଏବେ ସୁଦ୍ଧା ଅନେକ ରୁଷ ଓ ୟୁକ୍ରେନ ଲୋକଙ୍କ ଜୀବନ ଗଲାଣି।
ତେବେ ଆସନ୍ତୁ ଜାଣିବା ଉଭୟ ଦେଶ ଏଯାଏ କେତେ ଲୋକଙ୍କୁ ହରାଇଲେଣି
୧-ୟୁକ୍ରେନରେ ରୁଷର ୭ ହଜାରରୁ ଅଧିକ ସୈନ୍ୟ ପ୍ରାଣ ହରାଇଥିବା ବେଳେ ୧୪ ହଜାର ଯବାନ ଆହତ ହୋଇଥିବା ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ ପାଇଛି। ଇରାକ ଓ ଆଫଗାନିସ୍ତାନରେ ଚାଲିଥିବା ଯୁଦ୍ଧ ବେଳେ ଆମେରିକା ସୈନ୍ୟଙ୍କ ମୃତ୍ୟୁ ଠାରୁ ଏହି ସଂଖ୍ୟା ଯଥେଷ୍ଟ ଅଧିକ।
୨-ମାର୍ଚ୍ଚ ୨ ସୁଦ୍ଧା ରୁଷ ୪୯୮ ସୈନ୍ୟଙ୍କୁ ହରାଇଥିବା ବେଳେ ୧୫୯୭ ଜଣ ଆହତ ହୋଇଥିବା ମସ୍କୋ ସ୍ୱୀକାର କରିଥିଲା। ଏହାପରେ ରୁଷ ପକ୍ଷରୁ ଯବାନଙ୍କ ମୃତାହତ ନେଇ କୌଣସି ସୂଚନା ଦିଆଯାଇନି।
୩- ମାର୍ଚ୍ଚ ୨ ବିବୃତିରେ ରୁଷ କହିଥିଲା ଯୁଦ୍ଧରେ ୟୁକ୍ରେନର ୨୮୭୦ ଯବାନ ପ୍ରାଣ ହରାଇଛନ୍ତି ଓ ୩୭୦୦ ଯବାନ ଆହତ ହୋଇଛନ୍ତି। ସେହିପରି ୫୭୨ ୟୁକ୍ରେନ ସୈନ୍ୟଙ୍କୁ ବନ୍ଦୀ କରାଯାଇଛି। ତେବେ ମାର୍ଚ୍ଚ ୧୨ ସୁଦ୍ଧା ୟୁକ୍ରେନର ୧୩ ଶହ ପ୍ରାଣ ହରାଇଥିବା ନାଟୋ ପକ୍ଷରୁ ସୂଚନା ଦିଆଯାଇଛି।
୪- ରୁଷ ସମର୍ଥିତ ଡୋନେସ୍କ ପିପୁଲ୍ସ ରିପବ୍ଲିକ ଦାବି କରିଛି ଯେ ମାର୍ଚ୍ଚ ୧୧ ସୁଦ୍ଧା କେବଳ ଡୋନବାସ ଅଞ୍ଚଳରେ ୯୭୯ ଜଣ ୟୁକ୍ରେନ ସୈନ୍ୟ ପ୍ରାଣ ହରାଇଛନ୍ତି ଓ ୧୧୩ ୪ ଜଣ ଆହତ ହୋଇଛନ୍ତି।
୫-ଆମେରିକା ଅଧିକାରୀ କହିଛନ୍ତି ଯେ ରୁଷ ସହ ଲଢ଼େଇ ବେଳେ ୟୁକ୍ରେନର ୨ ହଜାରରୁ ୪ ହଜାର ଯବାନ ପ୍ରାଣ ହରାଇଛନ୍ତି।
୬- ମାର୍ଚ୍ଚ ୧୬ରେ ୟୁକ୍ରେନ ଦାବି କରିଛି ଯେ ରୁଷ ୧୩,୮୦୦ ଯବାନଙ୍କୁ ହରାଇଛି ଓ ୬୦୦ ଜଣଙ୍କୁ ଆମେ ପଣବନ୍ଦୀ କରିଛୁ।
୮-ରୁଷ ହମଲା ଯୋଗୁ ୟୁକ୍ରେନରେ ୭୦୦ ସାଧାରଣ ଲୋକଙ୍କ ଜୀବନ ଯାଇଛି ବୋଲି ଜାତିସଂଘ ସୂଚନା ଦେଇଛି।
୯- ମାରିୟୁପୋଲରେ ରୁଷ ଆବାସିକ ଅଞ୍ଚଳରେ ବୋମା ମାଡ଼ କରି ୩ ହଜାର ସାଧାରଣ ଲୋକଙ୍କ ଜୀବନ ନେଇଥିବା ୟୁକ୍ରେନ ଦାବି କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
