Advertisment

ଭାରତର ମନକଥା ଜାଣିଲା ବ୍ରିଟେନ୍

ଲଣ୍ଡନ: କୋଭିଡ ବିପତ୍ତି ବେଳେ ଭାରତକୁ ସହାନୁଭୂତି ମିଳିବାରେ ଲାଗିଛି। ପ୍ରଥମେ ଆମେରିକା ଏହା ପ୍ରସଙ୍ଗରେ ସହଯୋଗ କରିବା ନେଇ ମୁହଁ ମୋଡ଼ି ଦେଇଥିଲା। ହେଲେ ଏହାପରେ ଗୋଟିଏ ପରେ ଗୋଟିଏ ଦେଶ ଭାରତକୁ ସହଯୋଗ କରିବା ପାଇଁ ହାତ ବଢ଼ାଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ଅକ୍ସିଜେନ ଏବଂ ଭେଣ୍ଟିଲେଟର ଅଭାବ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଭିତରେ ୟୁରୋପିଆନ୍ ସଂଘ ଭାରତକୁ ସମସ୍ତ ପ୍ରକାର ସହଯୋଗ କରିବ ବୋଲି କହିବାର ଘଣ୍ଟାଏ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଭାରତର ମନକଥା ଜାଣିଲା ବ୍ରିଟେନ୍

boris-modi

ଲଣ୍ଡନ: କୋଭିଡ ବିପତ୍ତି ବେଳେ ଭାରତକୁ ସହାନୁଭୂତି ମିଳିବାରେ ଲାଗିଛି। ପ୍ରଥମେ ଆମେରିକା ଏହା ପ୍ରସଙ୍ଗରେ ସହଯୋଗ କରିବା ନେଇ ମୁହଁ ମୋଡ଼ି ଦେଇଥିଲା। ହେଲେ ଏହାପରେ ଗୋଟିଏ ପରେ ଗୋଟିଏ ଦେଶ ଭାରତକୁ ସହଯୋଗ କରିବା ପାଇଁ ହାତ ବଢ଼ାଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ଅକ୍ସିଜେନ ଏବଂ ଭେଣ୍ଟିଲେଟର ଅଭାବ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।

Advertisment

ଏହାରି ଭିତରେ ୟୁରୋପିଆନ୍ ସଂଘ ଭାରତକୁ ସମସ୍ତ ପ୍ରକାର ସହଯୋଗ କରିବ ବୋଲି କହିବାର ଘଣ୍ଟାଏ ପରେ ବ୍ରିଟେନ ସରକାର ଭାରତକୁ ଭେଣ୍ଟିଲେଟର ଏବଂ ଅକ୍ସିଜେନ କନସେନଟ୍ରେଟର୍ସ ପଠାଇବ ବୋଲି ଘୋଷଣା କରିଛି। ମଙ୍ଗଳବାର ଦିଲ୍ଲୀରେ ଏହିସବୁ ଉପକରଣ ପହଞ୍ଚିବ ବୋଲି ଜଣାପଡ଼ିଛି। ପ୍ରଥମ ପ୍ୟାକେଜରେ ବ୍ରିଟେନ ସରକାର ଭାରତକୁ କୋଭିଡ ବିରୋଧରେ ଲଢ଼େଇ କରିବା ପାଇଁ ଭେଣ୍ଟିଲେଟର ଏବଂ ଅକ୍ସିଜେନ କନସେନଟ୍ରେଟର୍ସ ପଠାଇବେ। ମୋଟ୍ ୬୦୦ଟି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ବ୍ରିଟେନ ସରକାର ଭାରତକୁ ପଠାଇବ ବୋଲି ସ୍କାଏ ନ୍ୟୁଜ ପକ୍ଷରୁ ଜଣାପଡ଼ିଛି।

https://twitter.com/SkyNewsBreak/status/1386327583994884098?s=20

କନସେନଟ୍ରେଟର୍ସ ବାୟୁମଣ୍ଡଳରୁ ଲିକ୍ୟୁଡ୍ ସଂଗ୍ରହ କରି ଅକ୍ସିଜେନ ତିଆରି କରିବ। ମୋଟ୍ ୯ଟି କଣ୍ଟେନରରେ ଏହି ୬୦୦ଟି ସ୍ୱାସ୍ଥ୍ୟ ଉପକରଣ ଆସୁଥିବା ସୂଚନା ରହିଛି। ଏଥିରେ ୪୯୫ଟି ଅକ୍ସିଜେନ କନସେନଟ୍ରେଟର୍ସ ଏବଂ ୧୨୦ଟି ଭେଣ୍ଟିଲେଟର ଏବଂ ୨୦ଟି ମାନୁଆଲ ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପକରଣ ଆସିବ ବୋଲି ସୂଚନା ରହିଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ଏହି ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ୟୁରୋପିଆନ୍ ସଂଘ, ଇସ୍ରାଏଲ ଏବଂ ଜର୍ମାନୀ ଭାରତକୁ ସମସ୍ତ ପ୍ରକାର ସହଯୋଗ କରିବ ବୋଲି କହିଛନ୍ତି। ମୁଖ୍ୟତଃ ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ଏହି ସବୁ ଦେଶ କହିଛନ୍ତି। ଦେଶରେ ଲଗାତର ଚତୁର୍ଥ ଦିନ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ୩.୫ ଲକ୍ଷ ଉପରେ ରହିଛି। ଆଉ ଏହାର ଭୟାବହକୁ ନେଇ ସାରା ବିଶ୍ୱ ଏବେ ଭାରତକୁ ନେଇ ଚିନ୍ତିତ ଥିବା ବେଳେ ଅପରାହ୍ନରେ ୟୁରୋପ ସଂଘ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ୟୁରୋପିଆନ୍ ବିପର୍ଯ୍ୟୟ ପରିଚାଳନାର କମିଶନର ଜାନେଜ ଲେନାର୍କିକ ଟ୍ୱିଟ୍ କରି କହିଛନ୍ତି, ଭାରତରେ ବଢ଼ୁଥିବା କୋଭିଡ ସଂକ୍ରମଣକୁ ଦେଖି ୟୁରୋପ ଚିନ୍ତିତ। ଭାରତକୁ ସହଯୋଗ କରିବା ପାଇଁ ୟୁରୋପ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭାରତକୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ୟୁରୋପିଆନ୍ ସଂଘ ସମସ୍ତ ପ୍ରକାର ସହଯୋଗ କରିବ। ସ୍ୱାସ୍ଥ୍ୟ ଉପକରଣ, ଅକ୍ସିଜେନ ଏବଂ ଔଷଧ ଯୋଗାଇବାକୁ ୟୁରୋପ ପ୍ରସ୍ତୁତ ବୋଲି ସେ କହିଛନ୍ତି।