Advertisment

ବାଂଲାଦେଶ ସ୍ୱାଧୀନତା ଆନ୍ଦୋଳନରେ ସାମିଲ୍ ହୋଇଥିଲି: ମୋଦି

ଢାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ରହିଛନ୍ତି। ଏହି ଅବସରରେ ସେ ନ୍ୟାଶନାଲ ପରେଡ ସ୍କୋୟାରରେ ସାମିଲ ହୋଇଥିଲେ। ଯେଉଁମାନେ ବାଂଲାଦେଶରେ ଭାଷା, ସଂସ୍କୃତିର ସୁରକ୍ଷା ପାଇଁ ଯେଉଁମାନେ ଅତ୍ୟାଚାର ସହିଛନ୍ତି ସେମାନଙ୍କୁ ମନେ ପକାଇଛନ୍ତି ମୋଦି। ମୋଦି କହିଛନ୍ତି, ସେ ୨୦-୨୧ ବର୍ଷର ହୋଇଥିବା ବେଳେ ବାଂଲାଦେଶର ସ୍ୱାଧୀନତା ପାଇଁ ସେ ଏବଂ ତାଙ୍କର ସାଙ୍ଗସାଥୀ ସତ୍ୟାଗ୍ରହ କରିଥିଲେ। ବାଂଲାଦେଶର ସ୍ୱାଧୀନତା ସଂଗ୍ରାମରେ ସେ ଜଡିତ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ […]

ଅଦ୍ୟତନ ହୋଇଛି
ବାଂଲାଦେଶ ସ୍ୱାଧୀନତା ଆନ୍ଦୋଳନରେ ସାମିଲ୍ ହୋଇଥିଲି: ମୋଦି

Modi-dhaka

Advertisment

ଢାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ରହିଛନ୍ତି। ଏହି ଅବସରରେ ସେ ନ୍ୟାଶନାଲ ପରେଡ ସ୍କୋୟାରରେ ସାମିଲ ହୋଇଥିଲେ। ଯେଉଁମାନେ ବାଂଲାଦେଶରେ ଭାଷା, ସଂସ୍କୃତିର ସୁରକ୍ଷା ପାଇଁ ଯେଉଁମାନେ ଅତ୍ୟାଚାର ସହିଛନ୍ତି ସେମାନଙ୍କୁ ମନେ ପକାଇଛନ୍ତି ମୋଦି।

Advertisment

ମୋଦି କହିଛନ୍ତି, ସେ ୨୦-୨୧ ବର୍ଷର ହୋଇଥିବା ବେଳେ ବାଂଲାଦେଶର ସ୍ୱାଧୀନତା ପାଇଁ ସେ ଏବଂ ତାଙ୍କର ସାଙ୍ଗସାଥୀ ସତ୍ୟାଗ୍ରହ କରିଥିଲେ। ବାଂଲାଦେଶର ସ୍ୱାଧୀନତା ସଂଗ୍ରାମରେ ସେ ଜଡିତ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରନ୍ତି ବୋଲି ମୋଦି କହିଛନ୍ତି। ଏହା ତାଙ୍କ ଜୀବନର ପ୍ରଥମ ଆନ୍ଦୋଳନ ଥିଲା ବୋଲି ସେ କହିଛନ୍ତି। ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନ ଭାରତ ଏବଂ ଏଠିକାର ଲୋକଙ୍କ ପାଇଁ ଆଶାର କିରଣ ଥିଲେ। ତାଙ୍କ ନେତୃତ୍ୱ ପାଇଁ କୌଣସି ଶକ୍ତି ବାଂଲାଦେଶକୁ ନିଜ ଅଧୀନରେ ରଖିପାରିନଥିଲେ ବୋଲି ମୋଦି କହିଛନ୍ତି।

ସେ କହିଛନ୍ତି, 'ବାଂଲାଦେଶର ୫୦ ବର୍ଷ ସ୍ୱାଧୀନତା ଏବଂ ଭାରତର ୭୫ ବର୍ଷର ସ୍ଵାଧୀନତା ଏକାଠି ହେବା ଏକ ଖୁସିର କଥା। ଏକବିଂଶ ଶତାବ୍ଦୀରେ ପରବର୍ତ୍ତୀ ୨୫ ବର୍ଷର ଯାତ୍ରା ଆମ ଦୁହିଁଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।'

Advertisment

ମୋଦି ବାଂଲାଦେଶରେ ପହଞ୍ଚିବା ପରେ  ଜାତୀୟ ଶହୀଦ ସ୍ମାରକୀ ସ୍ଥଳ (ଜାତୀୟ ସୃତି ସୌଦ୍ଧ) ପରିଦର୍ଶନ କରିଥିଲେ ମୋଦି। ବାଂଲାଦେଶର ଏହି ଜାତୀୟ ସ୍ମାରକୀ ସ୍ଥଳରେ ସେ ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧରେ ନିଜର ପ୍ରାଣବଳୀ ଦେଇଥିବା ଶହୀଦମାନଙ୍କ ସାହସ ଓ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଢାକାଠାରୁ ଉତ୍ତର-ପଶ୍ଚିମ ଦିଗ ୩୫ କିମି ଦୂରରେ ଥିବା ସାଭର ଠାରେ ଏହା ଅବସ୍ଥିତ ଏବଂ ଏହାକୁ ସୟିଦ ମୟିନୁଲ ହୁସେନ ଡିଜାଇନ କରିଥିଲେ ।

ପ୍ରଧାନମନ୍ତ୍ରୀ ସ୍ମାରକୀ ପରିସରରେ ଅର୍ଜୁନ ବୃକ୍ଷରୋପଣ କରିବା ସହିତ କିର୍ତ୍ତୀସ୍ଥଳରେ ଥିବା ପରିଦର୍ଶକ ପୁସ୍ତିକାରେ ସ୍ୱାକ୍ଷର କରିଥିଲେ। ସେ ଲେଖିଥିଲେ-“ମୁଁ ପ୍ରାର୍ଥନା କରୁଛି ଯେ ସାଭରର ଏହି ଅମର ଜ୍ୟୋତି ସବୁଦିନ ପାଇଁ କପଟ ଓ ଅତ୍ୟାଚାର ଉପରେ ସତ୍ୟ ଓ ସାହସର ଏପରି ମହାନ ବିଜୟକୁ ସ୍ମରଣ କରିଚାଲିଥିବ।”

ଦୁଇ ଦିନିଆ ଐତିହାସିକ ଗସ୍ତ ଅବସରରେ ବାଂଲାଦେଶର ବିଦେଶ ମନ୍ତ୍ରୀ ଡ. ଏ.କେ. ଅବଦୁଲ ମୋମେନ ମୋଦିଙ୍କୁ ସାକ୍ଷାତ କରିଥିଲେ। ଦୁଇ ନେତା ଉଭୟ ରାଷ୍ଟ୍ର ମଧ୍ୟରେ ଗଭୀର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବିଷୟରେ ଆଲୋଚନା କରିବା ସହିତ ଦୁଇ ଦେଶର ସାର୍ବଭୌମତ୍ୱ, ସମାନତା, ପାରସ୍ପରିକ ବିଶ୍ୱାସ ଏବଂ ବୁଝାମଣା ଉପରେ ଆଧାରିତ ବ୍ୟାପକ ଓ ରଣନୈତିକ ଭାଗିଦାରୀ ସହ ଜଡ଼ିତ ବିଷୟ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ବାଂଲାଦେଶର ବିଭିନ୍ନ ରାଜନୈତିକ ଦଳର ବିରୋଧୀଦଳ ନେତାଙ୍କ ସହ ସାକ୍ଷାତ ଏବଂ ଆଲୋଚନା କରିଥିଲେ ମୋଦି। ଏହି କାର୍ଯ୍ୟକ୍ରମରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ସମ୍ବନ୍ଧୀୟ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଥିଲା।

Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe