ଗୁଳିମାଡ଼ ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଇମ୍ରାନ

Imran Khan

Imran Khan

Madhupriya Mistry
  • Published: Friday, 04 November 2022
  • Updated: 04 November 2022, 09:23 AM IST

ଇସଲାମାବାଦ: ଆତତାୟୀଙ୍କ ଗୁଳିମାଡରେ ଆହତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗତକାଲି ଲାହୋରରୁ ଇସଲାମବାଦ ଅଭିମୁଖେ ଆଜାଦୀ ମାର୍ଚ୍ଚରେ ଯାଉଥିବା ବେଳେ, ଓ୍ୱଜିରାବାଦ ଜଫର୍ ଅଲୀ ଖାନ୍ ଚୌକରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଇମ୍ରାନ୍ଙ୍କ ଗୋଡ଼ରେ ୩-୪ଟି ଗୁଳି ବାଜିଥିବା କୁହାଯାଉଛି।

ସୂଚନା ଅନୁସାରେ, ଇମ୍ରାନ୍ ଯାଉଥିବା କଣ୍ଟେନର୍ ଟ୍ରକ୍ ଉପରକୁ ଜଣେ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ଇମ୍ରାନ୍, ତାଙ୍କର ସହଯୋଗୀଙ୍କ ସମେତ ୧୫ ଜଣ ଆହତ ହୋଇଛନ୍ତି। ଏଥିସହ ଜଣଙ୍କ ମୃତ୍ୟୁ ଘଟିଥିବା ମଧ୍ୟ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଗୁଳି ବାଜିବା ପରେ ଇମ୍ରାନ୍‌ଙ୍କୁ ତୁରନ୍ତ ଏକ ବୁଲେଟ୍ ପ୍ରୁଫ୍ କାର୍‌କୁ ସ୍ଥାନାନ୍ତର କରାଯାଇ, ଚିକିତ୍ସା ପାଇଁ ଲାହୋର୍ ନିଆଯାଇଥିଲା। ସେଠାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ବିପଦମୁକ୍ତ ଅଛନ୍ତି ବୋଲି ସୂଚନା ମିଳିଛି।

ସେପଟେ ଆକ୍ରମଣକାରୀକୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଆକ୍ରମଣ ପାଇଁ ଇମ୍ରାନ୍ ଖାନ୍ ତିନି ଜଣଙ୍କୁ ଦାୟୀ କରିଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସାନାଉଲ୍ଲା ଓ ବରିଷ୍ଠ ଆଇଏସଆଇ ଡିଜି ମେଜର ଜେନେରାଲ ଫୈଜଲଙ୍କ ହାତ ଥିବା ସନ୍ଦେହ କରୁଛନ୍ତି ଇମ୍ରାନ। ଏହି ତିନିଜଣଙ୍କୁ ତୁରନ୍ତ ସେମାନଙ୍କ ପଦରୁ ବାହାର କରାଯିବାକୁ ଇମ୍ରାନ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos