Advertisment

ଗୁଳିମାଡ଼ ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଇମ୍ରାନ

ଇସଲାମାବାଦ: ଆତତାୟୀଙ୍କ ଗୁଳିମାଡରେ ଆହତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗତକାଲି ଲାହୋରରୁ ଇସଲାମବାଦ ଅଭିମୁଖେ ଆଜାଦୀ ମାର୍ଚ୍ଚରେ ଯାଉଥିବା ବେଳେ, ଓ୍ୱଜିରାବାଦ ଜଫର୍ ଅଲୀ ଖାନ୍ ଚୌକରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଇମ୍ରାନ୍ଙ୍କ ଗୋଡ଼ରେ ୩-୪ଟି ଗୁଳି ବାଜିଥିବା କୁହାଯାଉଛି। ସୂଚନା ଅନୁସାରେ, ଇମ୍ରାନ୍ ଯାଉଥିବା କଣ୍ଟେନର୍ ଟ୍ରକ୍ ଉପରକୁ ଜଣେ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ଇମ୍ରାନ୍, ତାଙ୍କର ସହଯୋଗୀଙ୍କ ସମେତ ୧୫ ଜଣ […]

ଗୁଳିମାଡ଼ ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଇମ୍ରାନ

Imran Khan

Advertisment

ଇସଲାମାବାଦ: ଆତତାୟୀଙ୍କ ଗୁଳିମାଡରେ ଆହତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗତକାଲି ଲାହୋରରୁ ଇସଲାମବାଦ ଅଭିମୁଖେ ଆଜାଦୀ ମାର୍ଚ୍ଚରେ ଯାଉଥିବା ବେଳେ, ଓ୍ୱଜିରାବାଦ ଜଫର୍ ଅଲୀ ଖାନ୍ ଚୌକରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଇମ୍ରାନ୍ଙ୍କ ଗୋଡ଼ରେ ୩-୪ଟି ଗୁଳି ବାଜିଥିବା କୁହାଯାଉଛି।

Advertisment

ସୂଚନା ଅନୁସାରେ, ଇମ୍ରାନ୍ ଯାଉଥିବା କଣ୍ଟେନର୍ ଟ୍ରକ୍ ଉପରକୁ ଜଣେ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ଇମ୍ରାନ୍, ତାଙ୍କର ସହଯୋଗୀଙ୍କ ସମେତ ୧୫ ଜଣ ଆହତ ହୋଇଛନ୍ତି। ଏଥିସହ ଜଣଙ୍କ ମୃତ୍ୟୁ ଘଟିଥିବା ମଧ୍ୟ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଗୁଳି ବାଜିବା ପରେ ଇମ୍ରାନ୍‌ଙ୍କୁ ତୁରନ୍ତ ଏକ ବୁଲେଟ୍ ପ୍ରୁଫ୍ କାର୍‌କୁ ସ୍ଥାନାନ୍ତର କରାଯାଇ, ଚିକିତ୍ସା ପାଇଁ ଲାହୋର୍ ନିଆଯାଇଥିଲା। ସେଠାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ବିପଦମୁକ୍ତ ଅଛନ୍ତି ବୋଲି ସୂଚନା ମିଳିଛି।

Advertisment

ସେପଟେ ଆକ୍ରମଣକାରୀକୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଆକ୍ରମଣ ପାଇଁ ଇମ୍ରାନ୍ ଖାନ୍ ତିନି ଜଣଙ୍କୁ ଦାୟୀ କରିଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସାନାଉଲ୍ଲା ଓ ବରିଷ୍ଠ ଆଇଏସଆଇ ଡିଜି ମେଜର ଜେନେରାଲ ଫୈଜଲଙ୍କ ହାତ ଥିବା ସନ୍ଦେହ କରୁଛନ୍ତି ଇମ୍ରାନ। ଏହି ତିନିଜଣଙ୍କୁ ତୁରନ୍ତ ସେମାନଙ୍କ ପଦରୁ ବାହାର କରାଯିବାକୁ ଇମ୍ରାନ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe