Advertisment

ଶେଷ ଓଭରରେ ଚକ୍‌ମା ଦେଇ ଦେଲେ ଇମ୍ରାନ୍‌, ୩ ମାସ ମଧ୍ୟରେ ନିର୍ବାଚନ

ନୂଆଦିଲ୍ଲୀ: ଶେଷ ଓଭରରେ ଚକ୍‌ମା ଦେଇ ଦେଲେ ଇମ୍ରାନ୍‌। ହାରିବା ମ୍ୟାଚ୍‌ ଡ୍ର କରିଦେଲେ ଇମ୍ରାନ୍‌। କ୍ରିକେଟରରୁ ପାକିସ୍ତାନ ପ୍ରଧାନନ୍ତ୍ରୀ ହୋଇଥିବା ଇମ୍ରାନ୍‌ ଖାନ୍‌ଙ୍କ ରଣନୀତି  ବିରୋଧୀଙ୍କ ସବୁ ଖେଳ ଓଲଟପାଲଟ୍‌ କରିଦେଇଛି । ଫଳରେ ଶାସନକ୍ଷମତା ହାତେଇବାକୁ ସ୍ୱପ୍ନ ଦେଖୁଥିବା ବିରୋଧୀଙ୍କ ଆଶା ଧୂଳିସାତ୍ ହୋଇଛି। ପାକିସ୍ତାନ ସଂସଦ(ନ୍ୟାସନାଲ ଆସେମ୍ବ୍ଲି)ରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ଖାରଜ୍‌ ହୋଇଯିବା ପରେ ଆଉ ଏକ ପଦକ୍ଷେପ ନେଇଛନ୍ତି ରାଷ୍ଟ୍ରପତି ଆରିଫ୍‌ ଆଲଭି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ […]

author-image
Tapas Behera
ଅଦ୍ୟତନ ହୋଇଛି
ଘର ଭିତରୁ ଝଟକା ଖାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଗାଦି ଟଳମଳ  

Imran

ନୂଆଦିଲ୍ଲୀ: ଶେଷ ଓଭରରେ ଚକ୍‌ମା ଦେଇ ଦେଲେ ଇମ୍ରାନ୍‌। ହାରିବା ମ୍ୟାଚ୍‌ ଡ୍ର କରିଦେଲେ ଇମ୍ରାନ୍‌। କ୍ରିକେଟରରୁ ପାକିସ୍ତାନ ପ୍ରଧାନନ୍ତ୍ରୀ ହୋଇଥିବା ଇମ୍ରାନ୍‌ ଖାନ୍‌ଙ୍କ ରଣନୀତି  ବିରୋଧୀଙ୍କ ସବୁ ଖେଳ ଓଲଟପାଲଟ୍‌ କରିଦେଇଛି । ଫଳରେ ଶାସନକ୍ଷମତା ହାତେଇବାକୁ ସ୍ୱପ୍ନ ଦେଖୁଥିବା ବିରୋଧୀଙ୍କ ଆଶା ଧୂଳିସାତ୍ ହୋଇଛି। ପାକିସ୍ତାନ ସଂସଦ(ନ୍ୟାସନାଲ ଆସେମ୍ବ୍ଲି)ରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ଖାରଜ୍‌ ହୋଇଯିବା ପରେ ଆଉ ଏକ ପଦକ୍ଷେପ ନେଇଛନ୍ତି ରାଷ୍ଟ୍ରପତି ଆରିଫ୍‌ ଆଲଭି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପରାମର୍ଶକ୍ରମେ ରବିବାର ପାକିସ୍ତାନ ସଂସଦକୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଆରିଫ୍‌।

Advertisment

ଅର୍ଥାତ ଏବେ ଇମ୍ରାନ୍‌ଙ୍କ ସରକାର କାମଚଳା ଭାବେ ୮ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବା। ଏହା ପରେ ୩ ମାସ ମଧ୍ୟରେ ଦେଶରେ ନିର୍ବାଚନ ହେବ। ପାକିସ୍ତାନ ମନ୍ତ୍ରୀ  ଫୱାଦ୍‌ ଚୌଧୁରୀ ଏ ସମ୍ପର୍କରେ ଟ୍ୱିଟ୍‌ କରି କହିଛନ୍ତି , ଫେଡେରାଲ କ୍ୟାବିନେଟ ଭଙ୍ଗ ହୋଇଯାଇଛି। ତେବେ ପରବର୍ତ୍ତୀ ପଦକ୍ଷେପ ସ୍ୱରୁପ ଇମ୍ରାନ୍ ଖାନ୍‌ ପାକିସ୍ତାନ ସମ୍ବିଧାନର ଧାରା ୨୨୪ ଅନୁଯାୟୀ ଦାୟିତ୍ୱ ନିଭାଇବେ। ଏହି କ୍ଲଜ୍‌ ଅନୁଯାୟୀ ଯଦି ସଂସଦର କାର୍ଯ୍ୟକାଳ ଅବିଧ ପରେ ଭଙ୍ଗ ହୁଏ କିମ୍ବା  ରାଷ୍ଟ୍ରପତି ଏହାକୁ ଭଙ୍ଗ କରିନ୍ତ ତେବେ ଧାରା ୫୮ ଅନୁଯାୟୀ  କାମଚଳା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ କାମଚଳା କ୍ୟାବିନେଟ୍‌ ନିଯୁକ୍ତି ହେବ। ସେହିପରି ବର୍ତ୍ତମାନ ଅବସ୍ଥାପିତ ଥିବା ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ନେତାଙ୍କ ପରାମର୍ଶରେ ରାଷ୍ଟ୍ରପତି କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତି କରିବେ। ପାକିସ୍ତାନ ସଂସଦରେ ଇମ୍ରାନ୍‌ଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ଖାରଜ ହୋଇଯିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥାମାନ ସାମ୍ନାକୁ ଆସିଛି। ସେହିପରି ପାକିସ୍ତାନର ପଞ୍ଜାବ ଆସେମ୍ବ୍ଲି ମଧ୍ୟ ମାତ୍ର ୬ ମିନିଟ୍‌ ପର୍ଯ୍ୟନ୍ତ ଚାଲି ଏପ୍ରିଲ ୬ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ସେପଟେ ଅନାସ୍ଥା ପ୍ରସ୍ତାବକୁ ଖାରଜ କରାଯିବା ଅସାମ୍ବିଧାନିକ ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି । ସେମାନେ ଏହି ଆଦେଶକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବେ ବୋଲି କହିଛନ୍ତି ।

ସୁପ୍ରିମକୋର୍ଟ ଆବେଦନ ଗ୍ରହଣ କରିବା ନେଇ ବିରୋଧୀ ଦଳ ନେତା ସେହବାଜ୍‌ ସରିଫ ଆଶାବାଦୀ ଥିବା ଟ୍ୱିଟ୍‌ କରି କହିଛନ୍ତି। ସେ କହିଛନ୍ତି ଯେ, ସଂସଦରେ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଭୋଟ୍‌ ଦେବାକୁ ସୁଯୋଗ ନଦେଇ  ସରକାର ସାମ୍ବାଧାନିକ ନୀତିନିୟମକୁ ଉଲ୍ଲଂଘନ କରିଛନ୍ତି। ପାକିସ୍ତାନର ମିଳିତ ବିରୋଧୀ ଦଳ ସଂସଦ ଛାଡ଼ି ନାହାନ୍ତି । ଆମ ଓକିଲ ଏବେ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି।  ପାକିସ୍ତାନ ପିପୁଲ ପାର୍ଟିର ଅଧ୍ୟକ୍ଷ ବଲିୱାଲ ଭୁଟୋ ଜରଦାରୀ ଏହା କହିଛନ୍ତି। ସେପଟେ ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ଦେଶବାସୀଙ୍କୁ ପୁଣି ଏକ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାରୁ ଇମ୍ରାନ୍‌ ଖାନ୍ ଆହ୍ୱାନ କରିଛନ୍ତି। ସେହ କହିଛନ୍ତି ଯେ, ସରକାରଙ୍କ ବିରୋଧରେ ବିଦେଶୀ ଷଡ଼ଯନ୍ତ୍ର ବିଫଳ ହୋଇଛି। କିଏ ସରକାର ଗଠନ କରିବା ତାହା ଦେଶବାସୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।  ସୂଚନା ଅନୁଯାୟୀ  ଆଜି ପାକିସ୍ତାନ ସଂସଦରେ ଇମ୍ରାନ ଖାନ୍‌ଙ୍କ ବିରୋଧରେ  ପ୍ରସ୍ତାବିତ ଅନାସ୍ଥା ଭୋଟ୍‌  ଉପସ୍ଥାପନ ହେବାର ଥିଲା। ହେଲେ ସରକାରଙ୍କ ବିରୋଧରେ ବିଦେଶୀ ଷଡ଼ଯନ୍ତ୍ର ଥିବା ଦର୍ଶାଇ ପାକିସ୍ତାନ ସଂସଦର ଉପବାଚସ୍ପତ୍ତି ଏହାକୁ ଖାରଜ୍ କରିଦେଇଛନ୍ତି।

Advertisment