Advertisment

ନୂପୁର ଶର୍ମା ବିବାଦ: ଭାରତୀୟ ଉତ୍ପାଦକୁ ହଟାଇଲା କୁଏତର ସୁପରମାର୍କେଟ

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘନଉଛି। ଯାହା ଭାରତ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ ଗଲଫ୍‌ ଦେଶାମନଙ୍କରେ ଝଡ଼ ସୃଷ୍ଟି ହୋଇଛି। ନୂପୁର ଶର୍ମାଙ୍କ ବୟାନକୁ ବିରୋଧ କରି କୁଏତର ଏକ ସୁପରମାର୍କେଟ ଭାରତୀୟ ଉତ୍ପାଦକୁ ହଟାଇ ଦେଇଥିବା ଜଣାପଡ଼ିଛି। କୁଏତର ଅଲ୍‌-ଅର୍ଦ୍ଦିୟ କୋ-ଅପରେଟିଭ ନାମକ ଏକ ସୋଶାଇଟି ପକ୍ଷରୁ  ଭାରତୀୟ ଚା ଏବଂ ଅନ୍ୟାନ୍ୟ ସାମଗ୍ରୀ ହଟାଇଦେଇଛି। ସେହିପରି ସାଉଦିଆରବିଆ, କତାର ଏବଂ […]

ଅଦ୍ୟତନ ହୋଇଛି
ନୂପୁର ଶର୍ମା ବିବାଦ: ଭାରତୀୟ ଉତ୍ପାଦକୁ ହଟାଇଲା କୁଏତର ସୁପରମାର୍କେଟ

nupur-90

Advertisment

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘନଉଛି। ଯାହା ଭାରତ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ ଗଲଫ୍‌ ଦେଶାମନଙ୍କରେ ଝଡ଼ ସୃଷ୍ଟି ହୋଇଛି। ନୂପୁର ଶର୍ମାଙ୍କ ବୟାନକୁ ବିରୋଧ କରି କୁଏତର ଏକ ସୁପରମାର୍କେଟ ଭାରତୀୟ ଉତ୍ପାଦକୁ ହଟାଇ ଦେଇଥିବା ଜଣାପଡ଼ିଛି। କୁଏତର ଅଲ୍‌-ଅର୍ଦ୍ଦିୟ କୋ-ଅପରେଟିଭ ନାମକ ଏକ ସୋଶାଇଟି ପକ୍ଷରୁ  ଭାରତୀୟ ଚା ଏବଂ ଅନ୍ୟାନ୍ୟ ସାମଗ୍ରୀ ହଟାଇଦେଇଛି। ସେହିପରି ସାଉଦିଆରବିଆ, କତାର ଏବଂ କାଇରୋରେ ଥିବା ଆଝାର ୟୁନିଭରସିଟି ପକ୍ଷରୁ ଫ୍ରଫେଟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ନେଇ କଡ଼ା ନିନ୍ଦା ପ୍ରକାଶ କରିଛନ୍ତି।

Advertisment

କୁଏତର ମୁସଲିମ ଲୋକମାନେ କହିଛନ୍ତି, ପ୍ରଫେଟଙ୍କୁ ଅପମାନ କରିବା ଆମ ପାଇଁ ଅସହ୍ୟ। ଅନ୍ୟ ପକ୍ଷରେ ଦଳରୁ ନିଲମ୍ବିତ ହେବା ପରେ ନୂପୁର ଶର୍ମା ଶୁକ୍ରବାର ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ପାଲଟା ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମହମ୍ମଦଙ୍କ ସମ୍ପର୍କରେ ସେ ବିବାଦୀୟ ମନ୍ତବ୍ୟ ଦେବା ନେଇ ଏକ ମିଥ୍ୟା ଭିଡିଓ ଟ୍ୱିଟ୍‌ କରାଯିବା ପରେ ତାଙ୍କୁ ହତ୍ୟା ଧମକ ମିଳିଛି। ସୂଚନାଯୋଗ୍ୟ, ଜ୍ଞାନବାପୀ ମସଜିଦ ମାମଲା ନୂପୁର ଶର୍ମା ଏକ ଟେଲିଭିଜନ ବିତର୍କରେ ଭାଗ ନେଇଥିଲେ। ଏଥିରେ ନୂପୁର ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଗତ ଶୁକ୍ରବାର କାନପୁରରେ ସାମ୍ପ୍ରଦାୟିକ ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା।

ନୂପୁର ଶର୍ମାଙ୍କ ବୟାନକୁ ବିରୋଧ କରି କାନପୁରର ଏକ ମୁସଲମାନ ସଙ୍ଗଠନ ବନ୍ଦ ଡାକରା ଦେଇଥିଲା। ଏହା ପରେ ଦୁଇ ସଂପ୍ରଦାୟ ମଧ୍ୟରେ ଢେଲାପଥର ମାଡ଼ ହୋଇଥିଲା ।

Advertisment

ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିଜେପି ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଛି।  ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ଦଳର ହାଇକକାଣ୍ଡ ନିଲମ୍ବିତ କରିଛନ୍ତି। ସେହିପରି ଦଳ ଦିଲ୍ଲୀ ବିଜେପିର ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିଷ୍କାର କରାଯାଇଛି। ନବୀନ କୁମାରଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe