Advertisment

ଆଫଗାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲା ରୁଷ, ଭାରତକୁ ଅଣଦେଖା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ଭୟଙ୍କର ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି ରୁଷ। ଏହି ବୈଠକ ପାଇଁ ରୁଷ ପକ୍ଷରୁ ଆମେରିକା, ଚାଇନା ଓ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇଛି। ହେଲେ ଭାରତକୁ କୌଣସି ପ୍ରକାରର ନିମନ୍ତ୍ରଣ ମିଳିନାହିଁ। ଆଫିଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବା ଦିନଠାରୁ ତାଲିବାନ ହିଂସାକାଣ୍ଡ ସୃଷ୍ଟି କରିବାରେ ଲାଗିଛି। ସଂଗଠନ ଆକ୍ରମଣ ପରେ ଆକ୍ରମଣ କରି ଶତାଧିକ ଲୋକଙ୍କୁ ହତ୍ୟା କରୁଛି ଓ ବିଭିନ୍ନ ଅଞ୍ଚଳକୁ ନିଜ ଦଖଲକୁ […]

author-image
Hemant Lenka
ଆଫଗାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲା ରୁଷ, ଭାରତକୁ ଅଣଦେଖା

Russia

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ଭୟଙ୍କର ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି ରୁଷ। ଏହି ବୈଠକ ପାଇଁ ରୁଷ ପକ୍ଷରୁ ଆମେରିକା, ଚାଇନା ଓ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇଛି। ହେଲେ ଭାରତକୁ କୌଣସି ପ୍ରକାରର ନିମନ୍ତ୍ରଣ ମିଳିନାହିଁ।

Advertisment

ଆଫିଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବା ଦିନଠାରୁ ତାଲିବାନ ହିଂସାକାଣ୍ଡ ସୃଷ୍ଟି କରିବାରେ ଲାଗିଛି। ସଂଗଠନ ଆକ୍ରମଣ ପରେ ଆକ୍ରମଣ କରି ଶତାଧିକ ଲୋକଙ୍କୁ ହତ୍ୟା କରୁଛି ଓ ବିଭିନ୍ନ ଅଞ୍ଚଳକୁ ନିଜ ଦଖଲକୁ ନେଉଛି। ଦିନକୁ ଦିନ ସ୍ଥିତି ଭୟଙ୍କର ହେଉଥିବାରୁ ଆଫଗାନ ସମସ୍ୟା ସହ ଜଡ଼ିତ ସବୁ ଦେଶକୁ ନେଇ ରୁଷ ଶାନ୍ତି ବୈଠକ ଡାକିଛି।

ଆଫଗାନିସ୍ତାନରେ କ’ଣ କଲେ ହିଂସା କମିବା ସହ ଯୁଦ୍ଧ ପରିସ୍ଥିତି ଥମିବ, ତା’ ଉପରେ ରୁଷ ଏହି ବୈଠକରେ ଆଲୋଚନା କରିବ।
ଆସନ୍ତା ୧୧ ତାରିଖରେ କତାରରେ ଏହି ବୈଠକ ବସିବ। “Extended Troika” ନାଁରେ ବସୁଥିବା ଏହି ବୈଠକକୁ ଭାରତକୁ ନିମନ୍ତ୍ରଣ କରାଯାଇ ନାହିଁ। ପୂର୍ବରୁ ଏହି ନାଁରେ ମାର୍ଚ୍ଚ ୧୮ ଓ ଏପ୍ରିଲ ୩୦ରେ ବି ବୈଠକ ବସିଥିଲା।

Advertisment

ଗତ ମାସରେ ରୁଷର ବୈଦେଶିକ ମନ୍ତ୍ରୀ କହିଥିଲେ, ମସ୍କୋ ସବୁବେଳେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଓ ଅନ୍ୟାନ୍ୟ ଦେଶଗୁଡ଼ିକ ସହ ଏକାଠି କାମ କରିବ ବୋଲି କହିଥିଲେ। କିନ୍ତୁ ରୁଷ ବୈଠକକୁ ଭାରତକୁ ନିମନ୍ତ୍ରଣ କରା ନ ଯିବା ସମସ୍ତଙ୍କୁ ଚକିତ କରିଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଚାଇନିଜ ପ୍ରଶାସନର ନିମନ୍ତ୍ରଣ କ୍ରମେ ତାଲିବାନର ଡେପୁଟି ଲିଡର ମୌଲା ବାରାଦର ଅଖୁଣ୍ଡଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ବେଜିଂ ଗସ୍ତ କରିଥିଲେ। ସେମାନେ ଚାଇନା ପକ୍ଷରୁ ଆଫଗାନିସ୍ତାନରେ ନିୟୋଜିତ ସ୍ୱତନ୍ତ୍ର ରାଷ୍ଟ୍ରଦୂତଙ୍କୁ ମଧ୍ୟ ଭେଟିଥିଲେ। ଚାଇନିଜ ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର ମଧ୍ୟ ୱାଙ୍ଗ ୟିଙ୍କ ସହ ତାଲିବାନ ପ୍ରତିନିଧିମାନେ ନର୍ଦ୍ଦନ ଚାଇନିଜ ସହର ତିଆନଜିନରେ ବୈଠକ କରିଥିବା ସୂଚନା ଦେଇଥିଲେ।

ଚାଇନାର ସୀମାକୁ ମଧ୍ୟ ଆଫଗାନିସ୍ତାନ ଲାଗିଛି। ଆଫଗାନିସ୍ତାନରେ ତାଲିବାନ ହିଂସାକାଣ୍ଡ ଘଟାଇ ପ୍ରାୟ ୮୫% ଅଂଶ ଦଖଲ କରି ସାରିଥିବାରୁ ବେଜିଂ ସୀମା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ଏହି କାରଣରୁ ଚାଇନା କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ତାଲିବାନ ସହ ଆଲୋଚନା କରି ବିବାଦ ସମାଧାନ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି।

ସେହିପରି ତାଲିବାନ ମଧ୍ୟ ନିଜକୁ ଅନ୍ତର୍ଜାତୀୟ ସ୍ତରରେ ଅଧିକରୁ ଅଧିକ ପରିଚିତ କରାଇବା ପାଇଁ ଏପରି କରୁଛି ବୋଲି ଆଉ କିଛି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି।