/odisha-reporter/media/post_attachments/uploads/2021/08/Taliban-leader-Shahabuddin-.jpg)
Taliban-leader-Shahabuddin-
ନୂଆଦିଲ୍ଲୀ: ଆତଙ୍କବାଦ ସ୍ଥାୟୀ ନୁହେଁ। ନିକଟରେ ସୋମନାଥ ମନ୍ଦିରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହା କହିଥିଲେ। ଏବେ ମୋଦିଙ୍କ ଏହି କଥା କିନ୍ତୁ ତାଲିବାନଙ୍କ କଟା ଘା’ରେ ଚୂନ ମାରିଛି। ତେଣୁ ମୋଦିଙ୍କ ଏହି କଥାକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି ତାଲିବାନର ପ୍ରମୁଖ ନେତା ଶାହାବୁଦ୍ଦିନ ଦିଲାୱାର କହିଛନ୍ତି ଯେ ତାଙ୍କ ସଂଗଠନ ଆଫଗାନିସ୍ତାନରେ ସଫଳ ହେବ।
ଦିଲୱର କହିଛନ୍ତି ଯେ ଭାରତ ଖୁବ ଶୀଘ୍ର ଦେଖିବ ଯେ ତାଲିବାନ ଦେଶକୁ ଠିକ୍ ଭାବେ ଶାସନ କରିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମନାଥ ମନ୍ଦିର ସହ ଜଡିତ ଅନେକ ବିକାଶମୂଳକ କାର୍ଯ୍ୟର ମୂଳଦୁଆ ପକାଇବା ସମୟରେ ଯେଉଁ ମନ୍ତବ୍ୟ ଦେଇଥିଲେ ସେଥିରେ ସେ ତାଲିବାନର ନାଁ ନେଇନଥିଲେ। କିନ୍ତୁ ତାଲିବାନ ମୋଦିଙ୍କ କଥାକୁ ଚ୍ୟାଲେଞ୍ଜ ବୋଲି ଗ୍ରହଣ କରିଛି।
ତାଲିବାନ ନେତା 'ରେଡିଓ ପାକିସ୍ଥାନ'କୁ ସାକ୍ଷାତକାରରେ କହିଛନ୍ତି ଯେ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ କେହି ହସ୍ତକ୍ଷେପ ନକରିବା ଦରକାର। ଯିଏ କରିବ ସେ ଏହାର ପରିଣାମ ଭୋଗିବ। ଦିଲୱାର ଏହା ମଧ୍ୟ କହିଛନ୍ତି ଯେ ତାଲିବାନ ପ୍ରତ୍ୟେକ ଦେଶ ସହ ଶାନ୍ତିପୂର୍ଣ୍ଣ ଏବଂ ସମ୍ମାନର ସମ୍ପର୍କ ଚାହୁଁଛି। ପାକିସ୍ତାନକୁ ବନ୍ଧୁ ଦେଶ ବୋଲି ଏହି ଅବସରରେ କହିଥିଲେ ଦିଲୱାର।
ସୂଚନାଯୋଗ୍ୟ, ଅଗଷ୍ଟ ୧୫ରେ ଆଫଗାନିସ୍ତାନକୁ ତାଲିବାନ କବଜା କରିଛି। ତାଲିବାନ ଦେଶର ରାଷ୍ଟ୍ରପତି ଭବନକୁ କବଜା କରିବା ପୂର୍ବରୁ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡ଼ି ପଳାଇଥିଲେ। ଏହାପରେ ପରେ ତାଲିବାନର ଆତଙ୍କରାଜ ଭୟରେ ଅନେକ ଲୋକ ଅନ୍ୟ ଦେଶକୁ ପ୍ରାଣ ଭୟରେ ପଳାଉଛନ୍ତି। ଆଫଗାନିସ୍ତାନକୁ ତାଲିବାନ ଯଦିଓ କବଜା କରିଛି ହେଲେ କାବୁଲ ବିମାନ ବନ୍ଦର ଏବେ ବି ଆମେରିକା ସେନା ନିୟନ୍ତ୍ରଣରେ ରହିଥିବା ବେଳେ ପଞ୍ଜଶିରକୁ ତାଲିବାନ କବାଜ କରିପାରି ନାହାନ୍ତି। ପୂର୍ବ ଘୋଷଣା ଅନୁଯାୟୀ ଅଗଷ୍ଟ ୩୧ ସୁଦ୍ଧା ଆମେରିକାର ସେନା ଆଫଗାନିସ୍ତାନ ଛାଡ଼ିବେ।
ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ପ୍ରେସ କନଫରେନସ କରି କହିଥିଲା ତାଙ୍କ ଶାସନ ବେଳେ ମହିଳାଙ୍କ କ୍ଷେତ୍ରରେ କୌଣସି ପାତରଅନ୍ତର କରାଯିବ ନାହିଁ। ଦେଶରେ ଶରିଆ ଆଇନ ଲାଗୁ କରାଯିବ । ଯାହା ହେବ ଏହି ଆଇନ ଅନୁଯାୟୀ ହେବ। ମହିଳାଙ୍କ ଅଧିକାର ପ୍ରଭାବିତ ହେବ ନାହିଁ। କିନ୍ତୁ ଏହାର ଭିତରେ କିନ୍ତୁ ତାଲିବାନ ମାନେ ମହିଳାଙ୍କୁ ନିର୍ଯାତନା ଦେଉଥିବାର ଖବର ଆସିଛି। ଘରକୁ ଘର ବୁଲି ତାଲିବାନୀ ଲୋକଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
