uganda
ନୂଆଦିଲ୍ଲୀ: ସିରିଏଲ ବ୍ଲାଷ୍ଟରେ ଥରିଲା ଆଫ୍ରିକୀୟ ଦେଶ ଉଗାଣ୍ଡା। ଉଗାଣ୍ଡାର ରାଜଧାନୀ କାପାଲା ସହରର ସଂସଦ ଭବନ ନିକଟରେ ଘଟିଥିବା ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବଡ଼ କଥା ହେଉଛି ଯେଉଁ ସ୍ଥାନରେ ବିସ୍ଫୋରଣ ହେଲା, ସେଠାରୁ ୧୦୦ରୁ ୨୦୦ ମିଟର୍ ଭିତରେ ଭାରତୀୟ ପାରା ବ୍ୟାଡମିଣ୍ଟନ ଟିମ୍ ରହୁଛି। ତେବେ ବିସ୍ଫୋରଣର ଭାରତୀୟ ଟିମ୍କୁ କୌଣସି କ୍ଷତି ହୋଇନାହିଁ।
ଭାରତୀୟ ପାରା ବ୍ୟାଡମିଣ୍ଟନ୍ ଟିମ୍ ଉଗାଣ୍ଡାରେ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍-୨୦୨୧ରେ ଭାଗ ନେବା ପାଇଁ ଦୁଇଦିନ ତଳେ ଉଗାଣ୍ଡାରେ ପହଞ୍ଚିଥିଲା। ଏହି ଟିମରେ ଟୋକିଓ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳି ପ୍ରମୋଦ ଭଗତ, ମନୋଜ ସରକାର ଓ ବାକି ଖେଳାଳି ସାମିଲ ଅଛନ୍ତି। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଓଡ଼ିଶାର ତିନି ଖେଳାଳି ସୁରକ୍ଷିତ ଥିବା ଜଣାପଡ଼ିଛି। ଏହାଛଡ଼ା ସମସ୍ତ ଭାରତୀୟ ଖେଳାଳିମାନେ ମଧ୍ୟ ସୁରକ୍ଷିତ ଅଛନ୍ତି।
ନିକଟରେ ‘ଖେଳ ରତ୍ନ’ ପୁରସ୍କାର ପାଇଥିବା ପାରାଲିମ୍ପିଆନ୍ ପ୍ରମୋଦଙ୍କ ସମେତ ଦୁଇ ଓଡ଼ିଆ ଖେଳାଳି ଭାବେ ଦୀପରଞ୍ଜନ ବିଶୋଇ ଓ ଜି ଦିଲେଶ୍ୱର୍ ରାଓ ଭାଗ ନେଇଛନ୍ତି। ଏମାନେ ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ ଟୁର୍ଣ୍ଣାମେଣ୍ଟ ମଧ୍ୟ ନିର୍ଦ୍ଧାରିତ ସମୟାନୁସାରେ ଜାରି ରହିଛି। ଭାରତୀୟ ପାରା ବ୍ୟାଡମିଣ୍ଟନ ଦଳ Holiday Express Hotelରେ ରହୁଛନ୍ତି। କିଛି ଖେଳାଳି ଷ୍ଟାଡିୟମରେ ମ୍ୟାଚ୍ ଖେଳିବାକୁ ଯାଇଥିଲା ବେଳେ ଉଗାଣ୍ଡାରେ ସକାଳ ପ୍ରାୟ ୧୦.୩୦ରେ ହୋଟେଲ ଠାରୁ ୨୦୦ ମିଟର ଦୂରରେ ସିରିଏଲ୍ ବୋମା ମାଡ଼ ହୋଇଥିଲା।
https://twitter.com/parabadmintonIN/status/1460548032882171908?s=20
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଏଥିମଧ୍ୟରୁ ଗୋଟିଏ ବିସ୍ଫୋରଣ ଥାନା ନିକଟରେ ଘଟିଥିବା ବେଳେ ଅନ୍ୟଟି ସଂସଦ ଭବନ ପାଖରେ ଥିବା ରାସ୍ତାରେ ହୋଇଥିଲା। ସଂସଦ ଭବନ ପାଖରେ ହୋଇଥିବା ବିସ୍ଫୋରଣ ସମ୍ଭବତଃ ଏକ ବିଲ୍ଡିଂକୁ ଟାର୍ଗେଟ୍ କରି କରାଯାଇଛି, ଯେଉଁଥିରେ ଏକ ବୀମା କମ୍ପାନୀର ଏକ ଅଫିସ୍ ରହିଛି। ବିସ୍ଫୋରଣ ଘଟିବା ଦ୍ୱାରା ପାଖରେ ଥିବା ଯାନରେ ନିଆଁ ଲାଗିଯାଇଥିଲା। ଏହି ବିସ୍ଫୋରଣର କିଛି ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/11/uganda.jpg)