Advertisment

ମହିଳାଙ୍କୁ ବିଜ୍ଞାପନରେ କାମ କରିବା ମନା

ତେହରାନ୍‌: ମହିଳାଙ୍କୁ ବିଜ୍ଞାପନ ମନା। ଏଣିକି ଆଉ ମହିଳାମାନେ ବିଜ୍ଞାପନରେ କାମ କରିପାରିବେ ନାହିଁ। ଏଭଳି କଛି ନିର୍ଦ୍ଦେଶ ଜାରି କରିଛନ୍ତି କଟ୍ଟରପନ୍ଥୀ ଇସଲାମିକ ନେତାମାନେ। ଏକ ଆଇସ୍‌କ୍ରିମ ବିଜ୍ଞାପନକୁ ନେଇ ବିବାଦ ଉପୁଜିବା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ନିକଟରେ ଇରାନ୍‌ରେ ଏକ ଆଇସ୍‌କ୍ରିମ ବିଜ୍ଞାପନ ରିଲିଜ ହୋଇଥିଲା। ଏହି ବିଜ୍ଞପନରେ ଜଣେ ମହିଳା ଢ଼ିଲା ହିଜାବ ପିନ୍ଧିଥିବା ନଜର ଆସିଥିଲେ। ଏଥିସହ ସେ ହାତରେ ଧରିଥିବା ମ୍ୟାଗ୍ନମ ଆଇସ୍‌କ୍ରିମ ଖାଉଥିବା ଦେଖିବାକୁ ମିଳିଥିଲା। […]

ମହିଳାଙ୍କୁ ବିଜ୍ଞାପନରେ କାମ କରିବା ମନା

magnum-commercial

Advertisment

ତେହରାନ୍‌: ମହିଳାଙ୍କୁ ବିଜ୍ଞାପନ ମନା। ଏଣିକି ଆଉ ମହିଳାମାନେ ବିଜ୍ଞାପନରେ କାମ କରିପାରିବେ ନାହିଁ। ଏଭଳି କଛି ନିର୍ଦ୍ଦେଶ ଜାରି କରିଛନ୍ତି କଟ୍ଟରପନ୍ଥୀ ଇସଲାମିକ ନେତାମାନେ। ଏକ ଆଇସ୍‌କ୍ରିମ ବିଜ୍ଞାପନକୁ ନେଇ ବିବାଦ ଉପୁଜିବା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

Advertisment

ନିକଟରେ ଇରାନ୍‌ରେ ଏକ ଆଇସ୍‌କ୍ରିମ ବିଜ୍ଞାପନ ରିଲିଜ ହୋଇଥିଲା। ଏହି ବିଜ୍ଞପନରେ ଜଣେ ମହିଳା ଢ଼ିଲା ହିଜାବ ପିନ୍ଧିଥିବା ନଜର ଆସିଥିଲେ। ଏଥିସହ ସେ ହାତରେ ଧରିଥିବା ମ୍ୟାଗ୍ନମ ଆଇସ୍‌କ୍ରିମ ଖାଉଥିବା ଦେଖିବାକୁ ମିଳିଥିଲା। ଏହି ବିଜ୍ଞାପନ ଉପରେ ଏବେ ଇରାନୀ ମୌଲବୀମାନେ ଆପତ୍ତି ଉଠାଇଛନ୍ତି। ଏଥିସହ ଆଇସ୍‌କ୍ରିମ ନିର୍ମାତା କମ୍ପାନୀ 'ଡୋମିନୋ' କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Iran bans women from appearing in ads after fury over 'sexy' Magnum  commercial - World News - Mirror Online

ଅଧିକାରୀଙ୍କ କହିବା ମୁତାବକ, ଏହି ବିଜ୍ଞାପନ ସର୍ବସାଧାରଣଙ୍କ ଶାଳିନତା ବିରୋଧୀ ଏବଂ ଏହା ମହିଳାଙ୍କ ମୂଲ୍ୟବୋଧକୁ ଅପମାନିତ କରୁଛି। ତେଣୁ ଏହାକୁ ହଟାଇବାକୁ ଦାବି କରାଯାଉଛି। ସେପଟେ ବିବାଦ ବଢ଼ିବା ପରେ ବର୍ତ୍ତମାନ ଇରାନର ସଂସ୍କୃତି ଏବଂ ଇସଲାମିକ ଗାଇଡେନ୍ସ ମନ୍ତ୍ରଣାଳୟ ଏକ ଚିଠି ଜାରି କରି ଦେଶର 'ହିଜାବ ଏବଂ ଚେଷ୍ଟିଟି' ନିୟମକୁ ଦର୍ଶାଇ ବିଜ୍ଞାପନରେ ମହିଳାମାନେ କାମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସୁପ୍ରିମ କାଉନ୍‌ସିଲ୍‌ ଅଫ୍‌ କଲଚରାଲ ରିଭୋଲ୍ୟୁସନ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

Advertisment

ସୂଚନା ମୁତାବକ, ଇରାନର ନିୟମ ଅନୁସାରେ ବିଜ୍ଞାପନରେ ମହିଳା, ଛୋଟ ଛୁଆ ଓ ପୁରୁଷମାନଙ୍କୁ କୌଣସି ବି ବସ୍ତୁ ଭଳି ଦେଖା ଯାଇପାରିବ ନାହିଁ। ତଥାପି, ଲୋକମାନେ ଏହାକୁ ଭିନ୍ନ ପ୍ରସଙ୍ଗରେ ଭିନ୍ନ ଭାବରେ ଉପସ୍ଥାପନ କରନ୍ତି। ବିଜ୍ଞାପନରେ ମହିଳାଙ୍କୁ ନିଷିଦ୍ଧ କରିବାର ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଇରାନ ମହିଳାମାନେ ସୋସାଲ ମିଡିଆରେ ରାସ୍ତାରେ ହିଜାବ ଯାଞ୍ଚ ନକରିବାକୁ ତୀବ୍ର ବିରୋଧ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୭୯ରେ ହୋଇଥିବା ଇସଲାମିକ ବିପ୍ଳବ ପରେ ଇରାନରେ ଧାର୍ମିକ ସଂରକ୍ଷଣ ଆଇନ କାର୍ଯ୍ୟକାରୀ ହୋଇଥିଲା। ସେବେଠାରୁ ମହିଳାମାନଙ୍କ ପାଇଁ ହିଜାବ ବାଧ୍ୟତାମୂଳକ କରାଯାଇଥିଲା। ଏବେ କିନ୍ତୁ ଏହାକୁ ଜୋରଦାର ବିରୋଧ କରାଯାଉଛି। ନିକଟରେ ସେମି ଅଫିସିଆଲ୍ ଫାର୍ସ ନ୍ୟୁଜ୍ ଏଜେନ୍ସି ତେହେରାନ ବିପ୍ଳବୀ କୋର୍ଟକୁ ଦର୍ଶାଇ କହିଥିଲା, ଯେଉଁ ମହିଳାମାନେ ନିଜେ ହିଜାବ ହଟାଉଥିବାର ଭିଡିଓ ପ୍ରସ୍ତୁତ କରୁଛନ୍ତି ସେମାନଙ୍କୁ ୧ ବର୍ଷରୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe