Advertisment

ପାକିସ୍ତାନରେ ଇରାନର ସର୍ଜିକାଲ ଷ୍ଟ୍ରାଇକ

ଇସଲାମାବାଦ: ଭାରତ ଭଳି ଇରାନ ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ ଭିତରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ କରିଛି। ମଙ୍ଗଳବାର ଇରାନ ସର୍ଜିକାଲ ଷ୍ଟ୍ରାଇକ କରି ବାଲୋଚ ଆତଙ୍କବାଦୀଙ୍କ କଳବରେ ଥିବା ନିଜ ଦେଶର ଦୁଇ ଜଣ ଯବାନଙ୍କୁ ଉଦ୍ଧାର କରିଛି। ଇରାନର ବୈପ୍ଲବିକ ଗାର୍ଡ(ଆଇଆରଜିସି) ପକ୍ଷରୁ ଗୁଇନ୍ଦା ସୂଚନା ଆଧାରରେ ପାକିସ୍ତାନରେ ଅପରେସ କରିଥିଲା ବୋଲି କୁହାଯାଇଛି। ସାଉଥ ଇଷ୍ଟର୍ଣ୍ଣ ଇରାନର କ୍ୟୁଡସ ବେସ୍‌ରେ ଅବସ୍ଥାପିତ ଆଇଆରଜିସି ଗ୍ରାଉଣ୍ଡ ଫୋର୍ସ କହିଛି ଯେ ମଙ୍ଗଳବାର ରାତିରେ ସର୍ଜିକାଲ […]

author-image
Hemant Lenka
ଅଦ୍ୟତନ ହୋଇଛି
ପାକିସ୍ତାନରେ ଇରାନର ସର୍ଜିକାଲ ଷ୍ଟ୍ରାଇକ

h

ଇସଲାମାବାଦ: ଭାରତ ଭଳି ଇରାନ ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ ଭିତରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ କରିଛି। ମଙ୍ଗଳବାର ଇରାନ ସର୍ଜିକାଲ ଷ୍ଟ୍ରାଇକ କରି ବାଲୋଚ ଆତଙ୍କବାଦୀଙ୍କ କଳବରେ ଥିବା ନିଜ ଦେଶର ଦୁଇ ଜଣ ଯବାନଙ୍କୁ ଉଦ୍ଧାର କରିଛି।

Advertisment

ଇରାନର ବୈପ୍ଲବିକ ଗାର୍ଡ(ଆଇଆରଜିସି) ପକ୍ଷରୁ ଗୁଇନ୍ଦା ସୂଚନା ଆଧାରରେ ପାକିସ୍ତାନରେ ଅପରେସ କରିଥିଲା ବୋଲି କୁହାଯାଇଛି। ସାଉଥ ଇଷ୍ଟର୍ଣ୍ଣ ଇରାନର କ୍ୟୁଡସ ବେସ୍‌ରେ ଅବସ୍ଥାପିତ ଆଇଆରଜିସି ଗ୍ରାଉଣ୍ଡ ଫୋର୍ସ କହିଛି ଯେ ମଙ୍ଗଳବାର ରାତିରେ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା।

ଏହି ସମୟରେ ୨ ଜଣ ଯବାନଙ୍କୁ ଉଦ୍ଧାର କରାଯାଇଛି। ଅଢ଼େଇ ବର୍ଷ ତଳେ ୨ ଜଣ ସୀମାନ୍ତ ଯବାନଙ୍କୁ ଜୈଶ ଉଲ-ଅଦିଲ ନାମକ ଆତଙ୍କବାଦୀ ସଂଗଠନ ଅପହରଣ କରି ନେଇଥିଲା। ସେବେଠାରୁ ସେମାନେ ଆତଙ୍କବାଦୀଙ୍କ କବଳରେ ପଣବନ୍ଦୀ ହୋଇ ରହିଥିଲେ। କିନ୍ତୁ ଗୁଇନ୍ଦା ସୂଚନା ଆଧାରରେ ପାକିସ୍ତାନରେ ପ୍ରବେଶ କରି ଆମେ ଦୁଇ ଯବାନଙ୍କୁ ଉଦ୍ଧାର କରିଛୁ। କିଛି ରିପୋର୍ଟରେ ବାଲୋଚିସ୍ତାନରେ ଇରାନ ସର୍ଜିକାଲ ଷ୍ଟ୍ରାଇକ କରିଥିବା କୁହାଯାଇଛି। ହେଲେ ବିଧିବଦ୍ଧ ଭାବେ ସର୍ଜିକାଲ ଷ୍ଟ୍ରାଇକ କେଉଁଠି ହେଉଛି ଓ ଏଥିରେ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି କି ନାହିଁ, ସେକଥା ଜଣାପଡ଼ିନି।

Advertisment

ଅନ୍ୟପକ୍ଷରେ ଆତଙ୍କବାଦୀଙ୍କ କବଳରୁ ଉଦ୍ଧାର ହୋଇଥିବା ଦୁଇ ଯବାନ ଇରାନ୍‌ ମାଟିରେ ପାଦ ଥାପି ସାରିଛନ୍ତି। ୨୦୧୮ ଅକ୍ଟୋବର ୧୬ରେ ଜୈଶ ଉଲ-ଅଦିଲ ୧୨ ଜଣ ଆଇଆରଜିସି ଗାର୍ଡଙ୍କୁ ଅପହରଣ କରି ପାକିସ୍ତାନକୁ ନେଇ ଯାଇଥିଲା। ଏହାପରେ ତେହରାନ ଓ ଇସଲାମାବାଦ ଆତଙ୍କବାଦୀଙ୍କ କବଳରୁ ଯବାନଙ୍କୁ ଉଦ୍ଧାର କରିବା ପାଇଁ ଗୋଟିଏ କମିଟି ଗଠନ କରିଥିଲେ।

୨୦୧୮ ନଭେମ୍ବର ୧୫ରେ ୫ ଜଣ ଯବାନ ଛାଡ଼ ପାଇଥିଲେ। ଏହାପରେ ପାକିସ୍ତାନ ସେନା ୨୦୧୯ ମାର୍ଚ୍ଚ ୨୧ରେ ଆଉ ୪ ଜଣ ଇରାନିଆନ ଯବାନଙ୍କୁ ଉଦ୍ଧାର କରିଥିଲା। ଜୈଶ ଉଲ-ଅଦିଲକୁ ଇରାନ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି। ଏହି ସଂଗଠନ ଇରାନରେ ବାଲୋଚି ସୁନ୍ନି ସଂପ୍ରଦାୟ ଉପରେ ଆକ୍ରମଣ କରାଯାଉଥିବା ଦାବି କରି ସରକାରଙ୍କ ବିରୋଧୀରେ ବିଦ୍ରୋହ ଘୋଷଣା କରିଥିଲା।

ଜୈଶ ଉଲ-ଅଦିଲ ଦକ୍ଷିଣ-ପଶ୍ଚିମ ପାକିସ୍ତାନ ବାଟେ ଦକ୍ଷିଣ ପୂର୍ବ ଇରାନରେ ଏକାଧିକ ହମଲା କରିଛି। ୨୦୧୯ ଫେବୃଆରୀରେ ଇରାନର ବାସିଜ ସଂସଦ ଆକ୍ରମଣରେ ହୋଇଥିବା ହମଲା ପାଇଁ ଜୈଶ ଉଲ-ଅଦିଲ ନିଜକୁ ଦାୟୀ କରିଥିଲା।

ଅଧିକ ପଢ଼ନ୍ତୁ >> ବିଦେଶୀଙ୍କୁ ଜବାବ ନୁହେଁ ପରାମର୍ଶ ଦେଲେ ଅନୁପମ ଖେର୍

Pakistan