Advertisment

ଯୁବତୀଙ୍କ ମୃତ୍ୟୁ ପରେ ହଙ୍ଗାମା: ଜାଳିଲେ ହିଜାବ, କାଟିଲେ କେଶ

ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ହିଜାବ ବିବାଦ। ଇରାନ୍‌ରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ପରେ ଜୋରଦାର ହଙ୍ଗାମା ସୃଷ୍ଟି ହୋଇଛି। ମହିଳାମାନେ ବିକ୍ଷୋଭ କରିବା ଆରମ୍ଭ କରିଛନ୍ତି। କେଉଁଠି ହିଜାବ ଜଳାଇ ଦେଇଛନ୍ତି ତ ଆଉ କେଉଁଠି ମହିଳାମାନେ ଲମ୍ବା କେଶକୁ କାଟି ଛୋଟ କରିଦେଇଛନ୍ତି। ଇରାନ୍‌ର ୨୨ ବର୍ଷୀୟା ମହସା ଅମିନୀ। ସେ ହିଜାବ ପିନ୍ଧିନଥିବାରୁ ତାଙ୍କୁ ଇରାନ୍‌ ପୁଲିସ ଗିରଫ କରିଥିଲା। କିଛି ରିପୋର୍ଟରେ କୁହାଯାଇଛି ଯେ ଅମିନୀଙ୍କୁ ଗିରଫ କରାଯିବା ପରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଯୁବତୀଙ୍କ ମୃତ୍ୟୁ ପରେ ହଙ୍ଗାମା: ଜାଳିଲେ ହିଜାବ, କାଟିଲେ କେଶ

Women burn hijab

ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ହିଜାବ ବିବାଦ। ଇରାନ୍‌ରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ପରେ ଜୋରଦାର ହଙ୍ଗାମା ସୃଷ୍ଟି ହୋଇଛି। ମହିଳାମାନେ ବିକ୍ଷୋଭ କରିବା ଆରମ୍ଭ କରିଛନ୍ତି। କେଉଁଠି ହିଜାବ ଜଳାଇ ଦେଇଛନ୍ତି ତ ଆଉ କେଉଁଠି ମହିଳାମାନେ ଲମ୍ବା କେଶକୁ କାଟି ଛୋଟ କରିଦେଇଛନ୍ତି।

Advertisment

ଇରାନ୍‌ର ୨୨ ବର୍ଷୀୟା ମହସା ଅମିନୀ। ସେ ହିଜାବ ପିନ୍ଧିନଥିବାରୁ ତାଙ୍କୁ ଇରାନ୍‌ ପୁଲିସ ଗିରଫ କରିଥିଲା। କିଛି ରିପୋର୍ଟରେ କୁହାଯାଇଛି ଯେ ଅମିନୀଙ୍କୁ ଗିରଫ କରାଯିବା ପରେ ସେ କୋମାକୁ ଚାଲିଯାଇଥିଲେ ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଅନ୍ୟପକ୍ଷରେ ଅମିନୀ ହିଜାବ ପିନ୍ଧି ନ ଥିବାରୁ ପୁଲିସ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲା, ଯେଉଁ କାରଣରୁ ମୁଣ୍ଡରେ ଆଘାତ ଲାଗି ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଅନେକ ସୋଶାଲ ମିଡିଆ ୟୁଜର୍ସ ଦାବି କରିଛନ୍ତି। ପୁଲିସର ସୂଚନାନୁସାରେ, ଅମିନୀଙ୍କୁ ଗିରଫ କରାଯିବା ପରେ ଅସୁସ୍ଥ ହୋଇପଡିଥିଲେ, ଯାହାଫଳରେ ତାଙ୍କ ମୃତ୍ୟୁ ଘଟିଥିଲା।

https://twitter.com/AlinejadMasih/status/1571479790883946500?s=20&t=xaCH5jeFoPWUP1CsbTpkaw

Advertisment

ସୋସିଆଲ ମିଡିଆରେ ଶେଆର କରାଯାଇଥିବା ଭିଡିଓ ଅନୁଯାୟୀ, ମହସା ଅମିନୀଙ୍କ ମୃତ୍ୟୁ ପରେ ଅନେକ ମହିଳା ମଣ୍ଡରୁ ହିଜାବ ବାହାର କରି ବିରୋଧ ଆରମ୍ଭ କରିଛନ୍ତି। ମହସା ଅମିନୀଙ୍କ ମୃତ୍ୟୁ ସମଗ୍ର ତେହେରାନରେ ରହୁଥିବା ମହିଳାଙ୍କୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରିଛି। ବହୁ ସଂଖ୍ୟାରେ ମହିଳାମାନେ ଦେଶର 'ଡ୍ରେସ୍ କୋଡ୍' ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାର ବିରୋଧୀ ନାରା ମଧ୍ୟ ଦେଇଛନ୍ତି।

ଅମିନୀଙ୍କ ମୃତ୍ୟୁ ପରେ ଇରାନର ମହିଳାମାନେ ଭିନ୍ନ ଭିନ୍ନ ଢ଼ଙ୍ଗରେ ବିକ୍ଷୋଭ କରୁଛନ୍ତି। କିଛି ମହିଳା ନିଜ କେଶ କାଟି ତ ଆଉ କିଛି ହିଜାବରେ ନିଆଁ ଲଗାଇ ବିରୋଧ କରୁଛନ୍ତି। ସେପଟେ ସୁରକ୍ଷାକର୍ମୀମାନେ ବିକ୍ଷୋଭକାରୀଙ୍କୁ ଅକଟାଇବା ପାଇଁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିବା ଦେଖିବାକୁ ମିଳିଛି।

https://twitter.com/AlinejadMasih/status/1570770630978719744?s=20&t=eSjqVR4w7W44dNdf2m61HQ

ଇରାନ୍‌ର ଶାରିଆ ଆଇନ୍‌ ଅନୁଯାୟୀ ମହିଳାମାନେ ମୁଣ୍ଡ ଢ଼ାଙ୍କିବା ଆଉ ଢ଼ିଲା ପୋଷାକ ପିନ୍ଧିବାକୁ ବାଧ୍ୟ। ଯେଉଁ ମହିଳା ଏହି ଆଇନ୍‌କୁ ଅମାନ୍ୟ କରନ୍ତି ତାଙ୍କୁ ଦଣ୍ଡ ମିଳେ ଓ ଜରିମାନା ଭୋଗିବାକୁ ପଡେ।