Advertisment

ବାହାରକୁ ବିନା ମାସ୍କରେ ବାହାରି ପାରିବେ ଏହି ଦେଶର ନାଗରିକ

ଜେରୁଜେଲମ: କରୋନା କେବେ ଯିବ? କେବେ ମାସ୍କ ପିନ୍ଧିବା ଉପରେ ନିୟମ କୋହଳ ହେବ? କୋଭିଡର ଭୟାବହ ଦେଖି ସମସ୍ତେ ଏବେ ଚିନ୍ତା କରୁଛନ୍ତି। ବୋଧହୁଏ କରୋନା ମଣିଷ ସହିତ ରହିବ ଏବଂ ମାସ୍କ ବି ନିତ୍ୟ ବ୍ୟବହାର୍ଯ୍ୟ ଭଳି ସାଙ୍ଗରେ ରହିବ ବୋଲି ଲୋକେ ଚିନ୍ତା କରୁଛନ୍ତି। ହେଲେ ଏହାରି ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କହିଛି ଇସ୍ରାଏଲ। ଅର୍ଥାତ ଲୋକମାନେ ଏବେ ରାସ୍ତାକୁ ବିନା ମାସ୍କରେ ଓହ୍ଲାଇ ପାରିବେ। ଇସ୍ରାଏଲ ରବିବାର […]

ଅଦ୍ୟତନ ହୋଇଛି
ବାହାରକୁ ବିନା ମାସ୍କରେ ବାହାରି ପାରିବେ ଏହି ଦେଶର ନାଗରିକ

israel mask

Advertisment

ଜେରୁଜେଲମ: କରୋନା କେବେ ଯିବ? କେବେ ମାସ୍କ ପିନ୍ଧିବା ଉପରେ ନିୟମ କୋହଳ ହେବ? କୋଭିଡର ଭୟାବହ ଦେଖି ସମସ୍ତେ ଏବେ ଚିନ୍ତା କରୁଛନ୍ତି। ବୋଧହୁଏ କରୋନା ମଣିଷ ସହିତ ରହିବ ଏବଂ ମାସ୍କ ବି ନିତ୍ୟ ବ୍ୟବହାର୍ଯ୍ୟ ଭଳି ସାଙ୍ଗରେ ରହିବ ବୋଲି ଲୋକେ ଚିନ୍ତା କରୁଛନ୍ତି। ହେଲେ ଏହାରି ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କହିଛି ଇସ୍ରାଏଲ। ଅର୍ଥାତ ଲୋକମାନେ ଏବେ ରାସ୍ତାକୁ ବିନା ମାସ୍କରେ ଓହ୍ଲାଇ ପାରିବେ।

Advertisment

ଇସ୍ରାଏଲ ରବିବାର ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବା ଆଦେଶ ପ୍ରତ୍ୟାହାର କରଛି। ଯାହାକୁ ନେଇ ଇସ୍ରାଏଲ ବାସୀ ଖୁସି ପ୍ରକଟ କରିଛନ୍ତି। ଇସ୍ରାଏଲ ହେଉଛି ପ୍ରଥମ ଦେଶ ଯିଏକି ନିଜ ଜନସଂଖ୍ୟାର ଅଧା ଲୋକଙ୍କୁ କୋଭିଡ୍ ଟିକା ଦେଇ ସାରିଛି। ଏହାପରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିଷ୍ପତ୍ତିରେ କୋହଳ କରିଛି। ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁବାର ଏହି ଘୋଷଣା କରିଛି।

ଜେରୁଜେଲମର ୨୬ ବର୍ଷୀୟ ଏଲିନା ଗାମୁଲ୍କା ମିଡିଆକୁ ପ୍ରତିକ୍ରିୟା ଦେବା ବେଳେ ନିଜ ଫେସ ମାସ୍କ ଓହ୍ଲାଇ କହିଛନ୍ତି ସରକାରଙ୍କ ନିଷ୍ପତ୍ତି ଶୁଣି ଖୁସି ଲାଗୁଛି ହେଲେ ଅଦ୍ଭୁତ ପରି ଲାଗୁଛି। ବିବାହର ଦୁଇ ସପ୍ତାହ ପୂର୍ବରୁ ଏହା ତାଙ୍କ ପାଇଁ ବହୁତ ଖୁସି ଖବର ବୋଲି ସେ କହିଛନ୍ତି। ଏବେ ତାଙ୍କର ବିବାହ ହେବାକୁ ଯାଉଛି। ସମସ୍ତେ ବିନା ମାସ୍କରେ ଉପସ୍ଥିତ ରହିବେ। ଏଥିପାଇଁ ସେ ଖୁସି ବୋଲି କହିଛନ୍ତି।

Advertisment

ଚଳିତ ବର୍ଷ ଆରମ୍ଭରେ ପ୍ରତିଦିନ ଇସ୍ରାଏଲରେ ୧୦ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଏହାପରେ ସରକାର ଟିକାକରଣକୁ ଜୋରଦାର କରିଥିଲେ। ଆଉ ଏବେ ପ୍ରତିଦିନ ଏହି ସଂଖ୍ୟା କ୍ରମଶଃ କମି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଛି।

ଏଥିସହ ସ୍କୁଲ, ବାର ଏବଂ ରେଷ୍ଟୁରାଣ୍ଟ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ହେଲେ ଯେଉଁଠି ଗୋଟିଏ ଘରେ କିମ୍ୱା ଇନଡୋର ଅଧିକ ଲୋକଙ୍କ ଗହଳି ଥିବ ତାହେଲେ ମାସ୍କ ଲଗାଇବାକୁ ହେବ ବୋଲି ଇସ୍ରାଏଲ ସରକାର କହିଛନ୍ତି।

ତେବେ ସରକାରଙ୍କ ଏହି ନିଷ୍ପତ୍ତି ପରେ ଏଷ୍ଟ୍ରେ ମଲକା କହିଛନ୍ତି, ଯଦିଓ ସରକାର ମାସ୍କ ଲଗାଇବା ବାଧ୍ୟତମୂଳକ ନୁହେଁ ବୋଲି କହିଛନ୍ତି ହେଲେ ସେ ନିଜର ସୁରକ୍ଷା ପାଇଁ ଆଗାମୀ ଦିନରେ ଲଗାଇବେ ବୋଲି କହିଛନ୍ତି। ଆଗାମୀ ଦିନରେ ଏହି ଭାଇରସର ଚିତ୍ର ଦେଖି ମାସ୍କ ପିନ୍ଧିବେ କି ନାହିଁ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Corona
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe