Advertisment

ଗାଜାରେ ଇସ୍ରାଏଲର ଭୟଙ୍କର ଏୟାରଷ୍ଟ୍ରାଇକ, କୁଖ୍ୟାତ ଆତଙ୍କୀ ସହ ୮ ମୃତ

ଗାଜା: ପାଲେଷ୍ଟାଇନର ଗାଜାରେ ଭୟଙ୍କର ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ ସେନା। ଏଥିରେ ଜଣେ କୁଖ୍ୟାତ ଆତଙ୍କବାଦୀ ସହ ୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଏକାଧିକ ଘର ଓ ଆତଙ୍କୀଙ୍କ ଠିକଣା ମଧ୍ୟ ଛିନଛତ୍ର ହୋଇଯାଇଛି। ଏହି ଏୟାରଷ୍ଟ୍ରାଇକରେ ୪୦ରୁ ଅଧିକ ଲୋକ ଆହତ ହୋଇଥିବା ପାଲେଷ୍ଟାଇନ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ସପ୍ତାହରେ ଇସ୍ରାଏଲର ପଶ୍ଚିମପ୍ରାନ୍ତରୁ ଜଣେ କୁଖ୍ୟାତ ଆତଙ୍କବାଦୀକୁ ଗିରଫ କରାଯାଇଥିଲା। ଏହାପରେ ଇସ୍ରାଏଲ ସେନାକୁ ଟାର୍ଗେଟ କରି ଆତଙ୍କବାଦୀମାନେ ହମଲା କରିବାକୁ ଯୋଜନା […]

ଗାଜାରେ ଇସ୍ରାଏଲର ଭୟଙ୍କର ଏୟାରଷ୍ଟ୍ରାଇକ, କୁଖ୍ୟାତ ଆତଙ୍କୀ ସହ ୮ ମୃତ

attack

Advertisment

ଗାଜା: ପାଲେଷ୍ଟାଇନର ଗାଜାରେ ଭୟଙ୍କର ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ ସେନା। ଏଥିରେ ଜଣେ କୁଖ୍ୟାତ ଆତଙ୍କବାଦୀ ସହ ୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଏକାଧିକ ଘର ଓ ଆତଙ୍କୀଙ୍କ ଠିକଣା ମଧ୍ୟ ଛିନଛତ୍ର ହୋଇଯାଇଛି। ଏହି ଏୟାରଷ୍ଟ୍ରାଇକରେ ୪୦ରୁ ଅଧିକ ଲୋକ ଆହତ ହୋଇଥିବା ପାଲେଷ୍ଟାଇନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଚଳିତ ସପ୍ତାହରେ ଇସ୍ରାଏଲର ପଶ୍ଚିମପ୍ରାନ୍ତରୁ ଜଣେ କୁଖ୍ୟାତ ଆତଙ୍କବାଦୀକୁ ଗିରଫ କରାଯାଇଥିଲା। ଏହାପରେ ଇସ୍ରାଏଲ ସେନାକୁ ଟାର୍ଗେଟ କରି ଆତଙ୍କବାଦୀମାନେ ହମଲା କରିବାକୁ ଯୋଜନା କରିଥିଲେ। ଏହାକୁ ପଣ୍ଡ କରିବାକୁ ଆଜି ଇସ୍ରାଏଲ ସେନା ଗାଜାରେ ଥିବା ଇସଲାମିକ ଜିହାଦ ଆତଙ୍କୀ ସଂଗଠନ ଉପରେ ଏୟାର ଷ୍ଟ୍ରାଇକ କରିଛି।

ଗାଜା ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବାରୁ ଏବେ ପୁଣି ଏଠାରେ ସକ୍ରିୟ ଥିବା ହାମସା ଆତଙ୍କୀ ସଂଗଠନ ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ସଂଗଠନ ପକ୍ଷରୁ ମିସାଇଲ ଦ୍ୱାରା ଇସ୍ରାଏଲ ପ୍ରତିଷ୍ଠାନଗୁଡ଼ିକ ଟାର୍ଗେଟ କରାଯିବାର ଆଶଙ୍କା ରହିଛି। ପାଲେଷ୍ଟାଇନ କହିଛି ଯେ ଇସ୍ରାଏଲର ଏପରି ଆଚରଣ ସୀମାନ୍ତରେ ଉତ୍ତେଜନା ସୃଷ୍ଟି କରିବ।

Advertisment

ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁକନ୍ୟା ରହିଛି। ଗାଜା ସହରରେ ଥିବା ଗୋଟିଏ ୭ ମହଲା କୋଠା ଉପରେ ହିଁ ଆଜି ମଧ୍ୟାହ୍ନରେ ଏୟାରଷ୍ଟ୍ରାଇକ ହୋଇଛି।  ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଇସଲାମିକ ଜିହାଦ ଗ୍ରୁପର ଗାଜା କମାଣ୍ଡର ତୈସୀର ଅଲ ଜବାରୀଙ୍କ ମୃତ୍ୟୁ ଘଟିଛି।

ଘଟଣା ପରେ ହସ୍ପିଟାଲ ଓ ଶବାଗାରରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ନିଜ ପ୍ରିୟଜନଙ୍କ ଅବସ୍ଥା ଜାଣିବା ପାଇଁ ଲୋକମାନେ ବ୍ୟାକୁଳ ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ୟାରି ଲାପିଡ କହିଛନ୍ତି, ଇସଲାମିକ ଜିହାଦ ବିରୋଧରେ ‘ବ୍ରେକିଂ ଡାଉନ’ ଅପରେସନ ଆରମ୍ଭ କରାଯାଇଥିଲା। ଗାଜା ଷ୍ଟ୍ରିପରେ ଇସ୍ରାଏଲ ସରକାର ଆତଙ୍କୀ ସଂଗଠନ ଚାଲିବାକୁ କେବେ ହେଲେ ସୁଯୋଗ ଦେବେ ନାହିଁ। ସେଠାରେ ଆତଙ୍କବାଦୀ ସକ୍ରିୟ ହେଲେ ଇସ୍ରାଏଲ ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହେବ। ଇସ୍ରାଏଲକୁ କ୍ଷତି ପହଞ୍ଚାଇବାକୁ ଯିଏ ବି ଚେଷ୍ଟା କରିବ, ସେମାନେ ମନେ ରଖିବା ଦରକାର ଯେ ଆମେ ତାଙ୍କୁ ନିଶ୍ଚିତ ଖୋଜି ବାହାର କରିବୁ ବୋଲି ୟାରି କହିଛନ୍ତି।

ଏହି ଏୟାର ଷ୍ଟ୍ରାଇକ ପରେ ସୀମାନ୍ତ ଅଞ୍ଚଳରେ ଥିବା ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ସେହିପରି ସୀମାରୁ ୮୦ କିମି ମଧ୍ୟରେ କୌଣସି ପ୍ରକାରର ବଡ଼ଧରଣର ବା ଜନଗହଳୀପୂର୍ଣ୍ଣ କାର୍ଯ୍ୟକ୍ରମ ନ କରିବାକୁ ଇସ୍ରାଏଲ ସରକାର କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe