Advertisment

ରୂପ-ବୟସକୁ ନେଇ ପ୍ରଶ୍ନ କଲେ ସାମ୍ବାଦିକ, ଚମତ୍କାର ଉତ୍ତର ଦେଲେ ଦୁଇ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ବୁଧବାର ଅକଲ୍ୟାଣ୍ଡରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆରଡେର୍ଣ୍ଣ ଏବଂ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି।  ଏହି ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହା ପରେ ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ଜଣେ ସାମ୍ବାଦିକ ଏକ ଲିଙ୍ଗଭିତ୍ତିକ ଅଜବ ପ୍ରଶ୍ନ କରିଥିଲେ।  ମିଳିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ପଚାରିଥିଲେ ଯେ, ” ତୁମେ ଦୁଇଜଣଙ୍କ ସାକ୍ଷାତକାର ଅନେକ ଲୋକଙ୍କୁ ଅଶ୍ଚର୍ଯ୍ୟ କରିପାରେ। […]

author-image
Tapas Behera
ରୂପ-ବୟସକୁ ନେଇ ପ୍ରଶ୍ନ କଲେ ସାମ୍ବାଦିକ, ଚମତ୍କାର ଉତ୍ତର ଦେଲେ ଦୁଇ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ

pm

ନୂଆଦିଲ୍ଲୀ:ବୁଧବାର ଅକଲ୍ୟାଣ୍ଡରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆରଡେର୍ଣ୍ଣ ଏବଂ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି।  ଏହି ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହା ପରେ ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ଜଣେ ସାମ୍ବାଦିକ ଏକ ଲିଙ୍ଗଭିତ୍ତିକ ଅଜବ ପ୍ରଶ୍ନ କରିଥିଲେ।  ମିଳିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ପଚାରିଥିଲେ ଯେ, " ତୁମେ ଦୁଇଜଣଙ୍କ ସାକ୍ଷାତକାର ଅନେକ ଲୋକଙ୍କୁ ଅଶ୍ଚର୍ଯ୍ୟ କରିପାରେ।  କାରଣ ତୁମ ଦୁଇ ଜଣଙ୍କ ବୟସ ସମାନ । ଉଭୟ ବ୍ୟବହାର କରୁଥିବା ସାମଗ୍ରୀ ମଧ୍ୟ ପ୍ରାୟତଃ ସମାନ।
https://twitter.com/SBSNews/status/1597824061043871744?s=20&t=2syFyI4BceHT6Zg43cbSwQ

Advertisment

ଯେତେବେଳେ ତୁମେ ରାଜନୀତିରେ ପ୍ରବେଶ କରିଛ ଏବଂ ଆପଣ ବ୍ୟବହାର କରୁଥିବା ସାମଗ୍ରୀରେ ମଧ୍ୟ ସମାନତା ରହିଛି, ଆଗକୁ  ନ୍ୟୁଜିଲାଣ୍ଡ ସହ ଫିନଲାଣ୍ଡ ମଧ୍ୟରେ ସେମିତି କିଛି ଡିଲ୍‌ ଦେଖିବାକୁ ମିଳିବ କି ? ଏହି ପ୍ରଶ୍ନ ଶୁଣି ୪୨ ବର୍ଷୀୟ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆରଡେର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସାମ୍ବାଦିକଙ୍କୁ ପାଲଟା ପ୍ରଶ୍ନ କରି ସେ କହିଥିଲେ ଯେ, କେହି କେବେ ବାରାକ ଓବାମା କିମ୍ବା ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଜନ୍ କିଙ୍କୁ ପଚାରିଛନ୍ତି କି, ସେମାନେ ଏଥିପାଇଁ ପରସ୍ପରକୁ ସାକ୍ଷାତ କରନ୍ତି କାରଣ, ସେମାନେ ସମ ବୟସର ଅଟନ୍ତି? ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜନୀତିରେ ପ୍ରାୟତଃ ପୁରୁଷଙ୍କ ସଂଖ୍ୟା ଅଧିକ।

ଏହା ହେଉଛି ବାସ୍ତବତା। ତଥାପି ଦୁଇ ଜଣ ମହିଳା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପରସ୍ପର ଭେଟ ହେଉଥିବାରୁ ଏହାକୁ ଲିଙ୍ଗଭିତ୍ତିକ କହିବା ଭୁଲ ହୋଇପାରେ। ଆରଡେର୍ଣ୍ଣ ଜବାବ ପରେ ୩୭ ବର୍ଷୀୟ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ପ୍ରତିକ୍ରିୟା ରଖିଥିଲା। ସେ କହିଛନ୍ତି ଯେ, ଆମେ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଆମେ ସାକ୍ଷାତ କରୁଛୁ। ଏହି ଭିଡିଓ ସୋଶାଲ ମିଡିଆରେ ସେୟାର ହେବା ପରଠାରୁ ୩ ମିଲିୟନ୍ ଭ୍ୟୁ  ହୋଇସାରିଛି । ଏହି ପ୍ରଶ୍ନକୁ ଯେଉଁଭଳି ଭାବେ ଉଭୟ ପ୍ରଧାନମନ୍ତ୍ରୀ ମୁକାବିଲା କଲେ ତାହା ବେଶ ପ୍ରଶଂସିତ ହୋଇ ପାରିଛି।  ଉଭୟ ମହିଳା ହସ ହସ ମୁହଁ ଅତି ସୁନ୍ଦର ଭାବରେ ପ୍ରତିକ୍ରିୟା ରଖିଥିବାରୁ ତାହା ଅନେକଙ୍କୁ ମନକୁ ଛୁଁଇ ପାରିଛି। ଜଣେ ଲେଖକ ଲେଖିଛନ୍ତି, ନମ୍ର , ଭଦ୍ର, ଚିନ୍ତାଶୀଳ ବ୍ୟକ୍ତି ଏବଂ  ବୁଦ୍ଧିମାନ ଲୋକେ ସେହି ଜାଗାରେ ପହଞ୍ଚିଲେ ରାଜନୀତି କେତେ କ’ଣ ହୋଇପାରେ? କେହି କେହି ରିପୋର୍ଟରଙ୍କୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି। କହିଛନ୍ତି  ସାମ୍ବାଦିକ ଜଣକ ଅତ୍ୟନ୍ତ ଲଜ୍ଜାହୀନ।

Advertisment